SSC Recruitment 2022: ଟ୍ରାନ୍ସେଲଟର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ପୂରା ଡିଟେଲ୍ସ
Advertisement
Article Detail0/zeeodisha/odisha1266600

SSC Recruitment 2022: ଟ୍ରାନ୍ସେଲଟର ପଦବୀ ପାଇଁ ବାହାରିଲା ନିଯୁକ୍ତି, ଜାଣନ୍ତୁ ପୂରା ଡିଟେଲ୍ସ

SSC Recruitment 2022: କର୍ମଚାରୀ ଚୟନ ଆୟୋଗ (SSC) ହିନ୍ଦୀ ଅନୁବାଦକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଆଜି, ଅର୍ଥାତ ୨୦ ଜୁଲାଇରୁ ଆରମ୍ଭ ହୋଇଛି ।

ସାଙ୍କେତିକ ଫଟୋ

SSC Recruitment 2022: କର୍ମଚାରୀ ଚୟନ ଆୟୋଗ (SSC) ଜୁନିୟର ହିନ୍ଦୀ ଅନୁବାଦକ, ଜୁନିଅର ଅନୁବାଦକ ଓ ସିନିୟର ହିନ୍ଦୀ ଅନୁବାଦକ ନିଯୁକ୍ତି ୨୦୨୨ ପାଇଁ ବିଜ୍ଞପ୍ତି ଜାରି କରିଛି । ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ ୨୦ ଜୁଲାଇରୁ ଆରମ୍ଭ ହୋଇଛି ଓ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ୪ ଅଗଷ୍ଟ ରହିଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ ୱେବସାଇଟ ssc.nic.in ରେ ଭିଜିଟ କରି ଆବେଦନ କରିପାରିବେ । ଆବେଦନ ସଂଶୋଧନ ୱିଣ୍ଡୋ ଜୁଲାଇ ୬ ରେ ଖୋଲିବ । ଅକ୍ଟୋବର ୨୦୨୨ ରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା କରାଯିବ ।

ଏହା ପରେ ଆୟୋଗ ୧୮ ଅଗଷ୍ଟରେ ଦିଲ୍ଲୀ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ ୨୦୨୨ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବ । ପ୍ରାର୍ଥୀମାନେ ଅଗଷ୍ଟ ୩୦ ପର୍ଯ୍ୟନ୍ତ କମ୍ପ୍ୟୁଟର ଆଧାରିତ ପରୀକ୍ଷା ପାଇଁ ଅନଲାଇନରେ ଆବେଦନ କରିପାରିବେ ।

SSC Recruitment 2022: ଆବେଦନ ଶୁଳ୍କ-

ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଛି । SC / ST / ESM / PWD ର ମହିଳା ପ୍ରାର୍ଥୀମାନେ ଆବେଦନ ଶୁଳ୍କ ଦେୟରୁ ମୁକ୍ତ ଅଟନ୍ତି ।

SSC Recruitment 2022: ପଦବୀ ବିବରଣୀ-

ପୋଷ୍ଟଗୁଡିକର ନିର୍ଦ୍ଧାରଣ ଠିକ୍ ସମୟରେ ନିର୍ଣ୍ଣୟ କରାଯିବ ।

SSC Recruitment 2022: ବୟସ ସୀମା-

୧ ଜାନୁଆରୀ 2022 ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ୍ ।

SSC Recruitment 2022: କିପରି କରିବେ ଆବେଦନ-

ପ୍ରାର୍ଥୀମାନେ SSC ର ଅଫିସିଆଲ୍ ୱେବସାଇଟ୍ ssc.nic.in ରେ ଭିଜିଟ କରି ଅନଲାଇନରେ ଆବେଦନ କରିପାରିବେ ।

ଏହା ବି ପଢ଼ନ୍ତୁ: କଳିଯୁଗର ଦାନବୀର କର୍ଣ୍ଣ! ଗରିବଙ୍କ ନାମରେ କରିଦେଲେ ନିଜ ୬୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି

ଏହା ବି ପଢ଼ନ୍ତୁ: ବର୍ଷାରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ; ଆପଣ ମଧ୍ୟ ଜାଣି ହୋଇଯିବେ ଚକିତ

ଏହା ବି ପଢ଼ନ୍ତୁ: GST ଝଟକା ! ଅମୁଲ ବଢ଼ାଇଲା କ୍ଷୀର, ଦହି ସମେତ ଏସବୁ ପ୍ରଡକ୍ଟର ଦାମ୍, ଜାଣନ୍ତୁ ଡେଟେଲ୍ସ