Shocking News: ପ୍ରତି ମାସରେ ଯୁବପିଢିଙ୍କୁ ୪୦ ହଜାର ଟଙ୍କା ଦେବେ ସରକାର, ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha1656861

Shocking News: ପ୍ରତି ମାସରେ ଯୁବପିଢିଙ୍କୁ ୪୦ ହଜାର ଟଙ୍କା ଦେବେ ସରକାର, ଜାଣନ୍ତୁ କାହିଁକି?

South Korean Youth:  ଦକ୍ଷିଣ କୋରିଆ ସରକାର ଏକ ପ୍ରକାରର ଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଦକ୍ଷିଣ କୋରିଆ ସରକାର ଘୋଷଣା କରିଛନ୍ତି ଯେ ଖୁବ ଶୀଘ୍ର ଦେଶର ପ୍ରତ୍ୟେକ ଯୁବକଙ୍କୁ ପ୍ରାୟ ୪୦ ହଜାର ଟଙ୍କା ପ୍ରଦାନ କରିବେ। ହେଲେ ଦେଶର ଯୁବପିଢିଙ୍କୁ ମିଳିବାକୁ ଯାଉଥିବା ଏହି ଟଙ୍କା କେବଳ ପାର୍ଟି ଭଳି କାମରେ ଖର୍ଚ୍ଚ କରିବାକୁ ପଡିବ।

Shocking News: ପ୍ରତି ମାସରେ ଯୁବପିଢିଙ୍କୁ ୪୦ ହଜାର ଟଙ୍କା ଦେବେ ସରକାର, ଜାଣନ୍ତୁ କାହିଁକି?

South Korean Govt: ଯୁବପିଢି ହେଉଛନ୍ତି କୌଣସି ଦେଶର ଶକ୍ତି। ଯଦି ଦେଶର ଯୁବପିଢି ଶକ୍ତିଶାଳୀ, ତାହେଲେ କୌଣସି ଦେଶର ଅଗ୍ରଗତି ହେବା ସୁନିଶ୍ଚିତ। ହେଲେ ଯଦି ଯୁବପିଢି ବିପଥଗାମୀ ହୁଅନ୍ତି, ତାହେଲେ ଦେଶକୁ ଅନ୍ଧକାର ଭିତରକୁ ଯିବାକୁ କେହି ଅଟକାଇ ପାରିବେ ନାହିଁ। ଏହି କାରଣରୁ କୌଣସି ଦେଶର ଯୁବପିଢିଙ୍କୁ ମଜବୁତ ରଖିବା ପାଇଁ ଚେଷ୍ଟା କରାଯାଇଥାଏ। ଏନେଇ ପ୍ରତ୍ୟେକ ଦେଶର ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଥାଏ। ଅନେକ ଥର ଯୁବପିଢିଙ୍କୁ ରୋଜଗାର ଏବଂ ବେରୋଜଗାର ଭତ୍ତା ଯୋଗାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥାଏ। ଏସବୁ ପଛରେ ଉଦ୍ଦେଶ୍ୟ ହେଉଛି ଯୁବପିଢିଙ୍କୁ ଉତ୍ସାହିତ କରିବା। 

ହେଲେ ବର୍ତ୍ତମାନ ଦକ୍ଷିଣ କୋରିଆ ସରକାର ଏକ ପ୍ରକାରର ଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି। ଦକ୍ଷିଣ କୋରିଆ ସରକାର ଘୋଷଣା କରିଛନ୍ତି ଯେ ଖୁବ ଶୀଘ୍ର ଦେଶର ପ୍ରତ୍ୟେକ ଯୁବକଙ୍କୁ ପ୍ରାୟ ୪୦ ହଜାର ଟଙ୍କା ପ୍ରଦାନ କରିବେ। ହେଲେ ଦେଶର ଯୁବପିଢିଙ୍କୁ ମିଳିବାକୁ ଯାଉଥିବା ଏହି ଟଙ୍କା କେବଳ ପାର୍ଟି ଭଳି କାମରେ ଖର୍ଚ୍ଚ କରିବାକୁ ପଡିବ। ଦକ୍ଷିଣ କୋରିଆ ସରକାର ଘୋଷଣା କରିଛନ୍ତି ଦେଶର ଯୁବପିଢିଙ୍କୁ ମାସକୁ ୪୦ ହଜାର ଟଙ୍କା ପ୍ରଦାନ କରିବେ। ଦେଶର ଲିଙ୍ଗଗତ ସମାନତା ଏବଂ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଦେଶର ଯୁବପିଢିଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି।

ବ୍ରିଟିଶ ଗଣମାଧ୍ୟମ "ଦି ଗାର୍ଡିଆନ" ଖବର ଅନୁଯାୟୀ ଦକ୍ଷିଣ କୋରିଆ ଭଳି ଦେଶର ଅଧିକାଂଶ ଯୁବପିଢି ଏବେ ଅବସାଦରେ ଅଛନ୍ତି। କୋରିଆ ଇନଷ୍ଟିଚ୍ୟୁଟ୍ ଫର୍ ହେଲଥ୍ ଆଣ୍ଡ ସୋସିଆଲ୍ ଆଫେୟାର୍ସ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ ଦେଶରେ, ୧୯ ବର୍ଷରୁ ୩୯ ବର୍ଷ ବୟସର ପ୍ରାୟ ୩ ଲକ୍ଷ ୫୦ ହଜାର ଲୋକ ଅବିବାହିତ କିମ୍ବା ନିସଙ୍ଗତା ସହିତ ସଂଘର୍ଷ କରୁଛନ୍ତି। ଦକ୍ଷିଣ କୋରିଆ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଅଧୀନରେ ଦେଶର ଯୁବପିଢିଙ୍କୁ ଘରୁ ବାହାରକୁ ଆସିବାକୁ ଉତ୍ସାହିତ କରିବାକୁ ଚେଷ୍ଟା କରାଯାଇଛି। ଯୁବପିଢିଙ୍କୁ ଘରୁ ବାହାରକୁ ଅଣାଯାଇ ସେମାନଙ୍କୁ ପାର୍ଟି ଭଳି କାର୍ଯ୍ୟକ୍ରମରେ ସାମିଲ କରାଯାଇ ସେମାନଙ୍କ ମନୋବଳକୁ ସତେଜ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଯୋଜନା କେବଳ ଗତ ବର୍ଷ ନଭେମ୍ବରରେ କାର୍ଯ୍ୟକାରୀ କରାଯାଇଥିଲା। ଏବେ ଏହି ଅର୍ଥ ଦେଶର ଯୁବପିଢିଙ୍କୁ ପ୍ରଦାନ କରାଯିବ।

ଦକ୍ଷିଣ କୋରିଆ ବିଶ୍ୱରେ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଜଣାଶୁଣା। ଏହା ବ୍ୟତୀତ ଏଠାରେ ଥିବା ଟେକ୍ନୋଲୋଜି ମଧ୍ୟ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ହେଲେ ତଥାପି ବର୍ତ୍ତମାନ ଏହି ଦେଶର ଯୁବପିଢିଙ୍କ ଜୀବନ ନିସଙ୍ଗତା ସହ ସଂଘର୍ଷ କରୁଛି।  ଏଭଳି ପରିସ୍ଥିତିରେ ସେମାନଙ୍କ ଜୀବନରେ ମଜା ମସ୍ତି ପ୍ରଦାନ କରିବା ପାଇଁ ଦକ୍ଷିଣ କୋରିଆ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ଅନେକ ପ୍ରକାରର ଭତ୍ତା ଦେବାକୁ ପ୍ରସ୍ତୁତି କରାଯାଉଛି। ଯୁବପିଢିଙ୍କ ମନରେ ସତେଜତା ଏବଂ ସରସତା ଆଣିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି। ଯାହା ମଧ୍ୟରେ ବ୍ୟାୟାମ କରିବା ଲାଗି ଆବଶ୍ୟକୀୟ ଜିମ୍ ଉପକରଣ ପ୍ରଦାନ କରାଯାଉଛି। ଯାହାଦ୍ୱାରା ଦେଶର ପ୍ରତ୍ୟେକ ଯୁବପିଢିଙ୍କ ଆତ୍ମବିଶ୍ୱାସ ମଜବୁତ ରହିବ।