Somalia Terror Attack: ଶିକ୍ଷା ମନ୍ତ୍ରାଳୟ ବାହାରେ ସିରିଜ ବୋମା ବିସ୍ଫୋରଣ, ୧୦୦ ମୃତ ଓ ୩୦୦ରୁ ଊର୍ଦ୍ଧ୍ୱ ଆହତ
Advertisement

Somalia Terror Attack: ଶିକ୍ଷା ମନ୍ତ୍ରାଳୟ ବାହାରେ ସିରିଜ ବୋମା ବିସ୍ଫୋରଣ, ୧୦୦ ମୃତ ଓ ୩୦୦ରୁ ଊର୍ଦ୍ଧ୍ୱ ଆହତ

Somalia Terror Attack: ପୂର୍ବରୁ ପଶ୍ଚିମ ସମସ୍ତଙ୍କ ପାଇଁ ଶନିବାର 'କଳା ଶନିବାର' ପଲଟିଛି। ଦକ୍ଷିଣ କୋରିଆର ରାଜଧାନୀରେ ହାଲୋୱିନ ପାର୍ଟି ବେଳେ ଦଳାଚକଟା ହୋଇ ୧୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଛି। ଏହାରି ମଧ୍ୟରେ ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶିକ୍ଷା ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣ ହୋଇଥିବା ଦୁଇଟି କାର ବୋମାରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ଆହତ ହୋଇଛନ୍ତି।

Somalia Terror Attack: ଶିକ୍ଷା ମନ୍ତ୍ରାଳୟ ବାହାରେ ସିରିଜ ବୋମା ବିସ୍ଫୋରଣ, ୧୦୦ ମୃତ ଓ ୩୦୦ରୁ ଊର୍ଦ୍ଧ୍ୱ ଆହତ

Somalia Terror Attack, ମୋଗାଦିଶୁ: ସୋମାଲିଆର ରାଜଧାନୀ ମୋଗାଦିଶୁରେ ଶିକ୍ଷା ମନ୍ତ୍ରଣାଳୟ ବାହାରେ ବିସ୍ଫୋରଣ ହୋଇଥିବା ଦୁଇଟି କାର ବୋମାରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦୦ ଜଣ ଆହତ ହୋଇଛନ୍ତି ବୋଲି ଦେଶର ରାଷ୍ଟ୍ରପତି ହାସନ ଶେଖ ମହମ୍ମଦ କହିଛନ୍ତି। ରାଜଧାନୀର ବ୍ୟସ୍ତବହୁଳ ଜୋବ ଜଙ୍କସନ ନିକଟରେ ଶନିବାର ଗୁଳି ବିନିମୟ ହୋଇଥିଲା। ଏହାର କିଛି ମିନିଟ ପରେ ଦୁଇଟି କାର ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଲୋକଙ୍କୁ ହତ୍ୟା କରାଯାଇଛି ବୋଲି ରାଷ୍ଟ୍ରପତି ହାସନ ଦାବି କରିଛନ୍ତି।

ପାଞ୍ଚ ବର୍ଷ ପରେ ପୁଣି ଥରେ ସୋମାଲିଆରେ ଏକ ବଡ ଆତଙ୍କୀ ହମଲା କରାଯାଇଛି। ଶନିବାର ସୋମାଲିଆର ରାଜଧାନୀ ମୋଗାଦିଶୁ ସିରିଜ କାର ବିସ୍ଫୋରଣ ହୋଇଛି। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା। ସୋମାଲିଆ ରାଷ୍ଟ୍ରପତି ହାସନ ଶେଖ ମହମ୍ମଦ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ପୀଡିତଙ୍କ ସଂଖ୍ୟା ବଢିପାରେ ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ସେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

Also Read: Halloween horror night: ଦକ୍ଷିଣ କୋରିଆରେ ଦଳାଚକଟା, ୧୫୦ ମୃତ ଓ ୧୭୦ରୁ ଊର୍ଦ୍ଧ୍ୱ ଆହତ

ପୋଲିସ ମୁଖପାତ୍ର ସାଦିକ ଦୁଦିଷ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, " ଶନିବାର ଅପରାହ୍ନରେ ଶିକ୍ଷା ମନ୍ତ୍ରାଳୟ ବାହାରେ ଦୁଇଟି କାରରେ ବିସ୍ଫୋରଣ ହୋଇଥିଲା। ନିର୍ଦ୍ଦୟ ଆତଙ୍କବାଦୀମାନେ ମାଆମାନଙ୍କୁ ହତ୍ୟା କରିଛନ୍ତି। କେତେକ ସେମାନଙ୍କ ଛାତିରେ ପିଲାଙ୍କୁ ଚାପି ମୃତ୍ୟୁବରଣ କରିଛନ୍ତି। ମାମଲାର ତଦନ୍ତ କରାଯାଉଛି। ଏଥିରେ ଯେଉଁ ସଙ୍ଗଠନ ବି ସମ୍ପୃକ୍ତ ଥିବ, ତାଙ୍କୁ ଛଡାଯିବ ନାହିଁ।" ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ପ୍ରଥମ ବିସ୍ଫୋରଣ ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା। ଏହି ସମୟରେ ଦ୍ୱିତୀୟ ବିସ୍ଫୋରଣ ହେଲା। ଫଳରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଛି।

ଠିକ୍ ପାଞ୍ଚ ବର୍ଷ ପୂର୍ବେ ୧୪ ଅକ୍ଟୋବର ୨୦୧୭ରେ ସୋମାଲିଆରେ ଏହି ଭଳି ଭାବେ ଆତଙ୍କୀ ହମଲା ହୋଇଥିଲା। ଏକ ବିସ୍ଫୋରକ ଭର୍ତ୍ତି ଟ୍ରକ ବିସ୍ଫୋରଣରେ ୫୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦୦ ଜଣ ଆହତ ହୋଇଥିଲେ। ସେତେବେଳେ କୌଣସି ଆକଙ୍କୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନଥିଲେ। କିନ୍ତୁ ଏହା ପଛରେ ଅଲ ସବାବ ନାମକ ଆତଙ୍କୀ ସଙ୍ଗଠନର ହାତ ଥିବା ପ୍ରଧାନମନ୍ତ୍ରୀ ହାମଜା ଅବଦି ବାରେ କହିଥିଲେ। ଆତଙ୍କବାଦର ନିପାତ ପାଇଁ ବହୁରାଷ୍ଟ୍ରୀୟ ଉଦ୍ୟମ ଚଳାଉଥିବା ସତ୍ତ୍ୱେ ଆଫ୍ରିକାରେ ନରସଂହାର ଥମିବାର ନାଁ ନେଉ ନାହିଁ। 

Also Read: Dead body dispute: ମଶାଣୀରୁ ହସ୍ପିଟାଲ ଫେରିଲା ମୃତଦେହ, ତିନି ଦିନ ହେଲା ଗାଁ ରୋଷେଇ ବନ୍ଦ 

ଅଲ ସବାବ, ସୋମାଲିଆର ଏକ ବିଦ୍ରୋହୀ ସଙ୍ଗଠନ। ପ୍ରାୟ ୧୫ ବର୍ଷ ହେଲା ମୋଗାଡିଶୁରେ ଥିବା ବିଦେଶୀ ସମର୍ଥିତ ସରକାରକୁ ହଟାଇବାକୁ ଏହି ବିଦ୍ରୋହୀମାନେ ଚେଷ୍ଟା କରୁଛନ୍ତି। ୨୦୧୧ରେ ଆଫ୍ରିକୀୟ ୟୁନିଅନ୍ ଫୋର୍ସ ଦ୍ୱାରା ଅଲ ସବାବକୁ ରାଜଧାନୀରୁ ବିତାଡିତ କରାଯାଇଥିଲା। କିନ୍ତୁ ଏହି ଗୋଷ୍ଠୀ ଏବେ ସହର ଛାଡି ଗ୍ରାମାଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ଏମାନେ କେବଳ ସାମରିକ ବାହିନୀ ନୁହଁ ସାଧାରଣ ନାଗରିକଙ୍କୁ ମଧ୍ୟ ଟାର୍ଗେଟ କରୁଛନ୍ତି। ୨୦୦୭ ମସିହାରୁ ଅଲ ସବାବ, ସୋମାଲିଆରେ ଆକ୍ଟିଭ୍ ଅଛି। ବର୍ତ୍ତମାନ ସୁଦ୍ଧା ଅଲ ସବାବର ସଦସ୍ୟମାନେ ହଜାର ହଜାର ସାଧାରଣ ନାଗରିକ, ପୋଲିସ ଓ ସେନାର ଯବାନଙ୍କ ଜୀବନ ନେଲେଣି।