କଂଗ୍ରେସର ଗମ୍ଭୀର ଆରୋପକୁ ନେଇ ଜବାବ ରଖିଲେ ସ୍ମୃତି ଇରାନୀ; ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1270956

କଂଗ୍ରେସର ଗମ୍ଭୀର ଆରୋପକୁ ନେଇ ଜବାବ ରଖିଲେ ସ୍ମୃତି ଇରାନୀ; ଜାଣନ୍ତୁ କ'ଣ କହିଲେ

Smriti Irani News: ସ୍ମୃତି ଇରାନୀଙ୍କ ଝିଅ ଗୋଆରେ ଏକ ବାର ଲାଇସେନ୍ସରେ ବାର ଚଳାଉଥିବାର କଂଗ୍ରେସ ଅଭିଯୋଗ ଆଣିଛି । ଏହା ଉପରେ ବର୍ତ୍ତମାନ ସ୍ମୃତି ଇରାନୀ ଜବାବ ଦେଇଛନ୍ତି ।

ସ୍ମୃତି ଇରାନୀ (ଫାଇଲ ଫଟୋ)

Smriti Irani On Congress Allegations: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Union Minister Smriti Irani) କଂଗ୍ରେସ (Congress) ଆଣିଥିବା ଗୁରୁତର ଅଭିଯୋଗକୁ ଦୃଢ଼ ଭାବରେ ବିରୋଧ କରିଛନ୍ତି । କଂଗ୍ରେସ ନେତାଙ୍କ ଉପରେ ଟାର୍ଗେଟ କରି ସେ କହିଛନ୍ତି, "ଦୁଇ ମଧ୍ୟବୟସ୍କ ପୁରୁଷ ଜଣେ ୧୮ ବର୍ଷର ଝିଅର ସମ୍ମାନକୁ ଖରାପ କରିବାକୁ ଦୁଃସାହସ କରିଛନ୍ତି । ଯେଉଁ ୧୮ ବର୍ଷୀୟ ଝିଅର ସମ୍ମାନ ଉପରେ କଂଗ୍ରେସ ପ୍ରବକ୍ତା ଆଜି ଟାର୍ଗେଟ କରୁଛନ୍ତି, ସେହି ଝିଅର ଦୋଷ ହେଉଛି ଯେ ତାଙ୍କ ମାଆ ସ୍ମୃତି ଇରାନୀ କଂଗ୍ରେସ ନେତା ସୋନିଆ ଗାନ୍ଧୀ (Sonia Gandhi) ଓ ରାହୁଲ ଗାନ୍ଧୀଙ୍କ (Rahul Gandhi) ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।"

ସ୍ମୃତି ଇରାନୀ ଆହୁରି କହିଛନ୍ତି ଯେ, "ସେହି ଝିଅର ଦୋଷ ହେଉଛି ତାଙ୍କ ମାଆ ୨୦୧୪ ଓ ୨୦୧୯ ରେ ଅମେଠିରୁ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିଥିଲେ । ସାମ୍ୱାଦିକ ସମ୍ମିଳନୀ କରି ଭାବୁକ ହୋଇ ସ୍ମୃତି ଇରାନୀ କହିଥିଲେ ଯେ ଯେଉଁ ଆରଟିଏଇ ଓ କାଗଜକୁ ନେଇ କୁହାଯାଇଛି, ସେଠାରେ ମୋର ଝିଅ ନାମ କାହିଁ? ୧୮ ବର୍ଷର ଝିଅର ଦୋଷ ହେଉଛି ଯେ ତାଙ୍କ ମାଆ ଅମେଠିରୁ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିଛନ୍ତି ।"

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, "ମୋ ଝିଅ ପାଠ ପଢ଼େ, ବାର୍ ଚଳାନ୍ତି ନାହିଁ । ମୋ ଝିଅ ଉପରେ ହୋଇଥିବା ଟାର୍ଗେଟ ନିନ୍ଦନୀୟ । ମୁଁ ବର୍ତ୍ତମାନ କୋର୍ଟରେ କଂଗ୍ରେସ ଠାରୁ ଜବାବ ମାଗିବି ।" ସ୍ମୃତି ଇରାନୀ କହିଛନ୍ତି, "ପିସିରେ କଂଗ୍ରେସ ମୁଖପାତ୍ର ହସି ଯେଉଁ ଝିଅକୁ ଟାର୍ଗେଟ କରିଥିଲେ, ସେ ଜଣେ ସାଧାରଣ ଝିଅ, ଯିଏ ଏକ ସରଳ ଜୀବନ ବିତାଉଛନ୍ତି । ମୋର ୧୮ ବର୍ଷର ଝିଅ କଲେଜରେ ପଢ଼ନ୍ତି । କଂଗ୍ରେସ ୨୦୨୪ ବର୍ଷରେ ପୁଣିଥରେ ରାହୁଲ ଗାନ୍ଧୀଙ୍କୁ ଆମେଠି ପଠାନ୍ତୁ, ମୁଁ ପୁଣିଥରେ ଆମେଠିରେ ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରିବି ।"

ଆମେ ଆପଣଙ୍କୁ କହିରଖୁଛୁ ଯେ କଂଗ୍ରେସ ତରଫରୁ ସ୍ମୃତି ଇରାନୀଙ୍କ ଝିଅଙ୍କ ଉପରେ ଅଭିଯୋଗ ଲଗାଯାଇଛି ଯେ ତାଙ୍କ ଝିଅ ଗୋଆରେ ଏକ ନକଲି ଲାଇସେନ୍ସରେ ବାର୍ ଚଳାଉଛନ୍ତି । କଂଗ୍ରେସ କହିଛି ଯେ ଏହି ଲାଇସେନ୍ସ କେନ୍ଦ୍ର ମନ୍ତ୍ରୀଙ୍କ ଝିଅକୁ ନକଲି ଭାବରେ ଦିଆଯାଇଥିଲା ଓ ଏହାର ଯାଞ୍ଚ କରାଯିବା ଉଚିତ । ଏହା ସହିତ କଂଗ୍ରେସ ସ୍ମୃତି ଇରାନୀଙ୍କ ଇସ୍ତଫା ମଧ୍ୟ ମାଗିଛି ।

ଏହା ବି ପଢ଼ନ୍ତୁ: ରାଜରାସ୍ତାରେ ସେଲିବ୍ରିଟିଙ୍କ ଝଗଡ଼ା; ଭାଇରଲ ହେଲା ପ୍ରକୃତି, ବାବୁସାନ ଓ ତୃପ୍ତିଙ୍କ ମାରପିଟ ଭିଡିଓ

ଏହା ବି ପଢ଼ନ୍ତୁ: କେବେ ଲାଗୁ ହେବ ୟୁନିଫର୍ମ ସିଭିଲ୍ କୋଡ୍ ଆକ୍ଟ? ସଂସଦରେ ଏହି ଜବାବ ଦେଲେ ମୋଦି ସରକାର