Shri Jagannath Yatra Tourist Train: ଆସନ୍ତାକାଲିରୁ ଆରମ୍ଭ ହେବ ଏହି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଷ୍ଟପେଜ୍
Advertisement

Shri Jagannath Yatra Tourist Train: ଆସନ୍ତାକାଲିରୁ ଆରମ୍ଭ ହେବ ଏହି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଷ୍ଟପେଜ୍

Jagannath Yatra Tourist Train: କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ । ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର ବି ପରିଦର୍ଶନ କରିବେ। ଏହାକୁ ସଂଯୋଗ କରୁଥିବା କରିଡର ଏବଂ ଗଙ୍ଗା ନଦୀ କୂଳରେ କରାଯାଇଥିବା 'ଆଳତି'ର ଦର୍ଶନ କରିପାରିବେ। ଏହା ପରେ ଟ୍ରେନ୍ ଝାଡଖଣ୍ଡର ଜସିଡିହ ରେଳ ଷ୍ଟେସନରେ ଅଟକି ରହିବ।

Shri Jagannath Yatra Tourist Train: ଆସନ୍ତାକାଲିରୁ ଆରମ୍ଭ ହେବ ଏହି ସ୍ୱତନ୍ତ୍ର ଟ୍ରେନ, ଜାଣନ୍ତୁ ଷ୍ଟପେଜ୍

Shri Jagannath Yatra Tourist Train: ଶ୍ରୀ ଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍ ଆସନ୍ତାକାଲି ଠାରୁ ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଏବଂ ଓଡି଼ଶାର ପ୍ରସିଦ୍ଧ ତୀର୍ଥସ୍ଥାନକୁ ନେଇ ଆଠ ଦିନିଆ ଯାତ୍ରା ଆରମ୍ଭ କରିବ। ଭାରତୀୟ ରେଳବାଇର ଭାରତ ଗୌରବ ପଦକ୍ଷେପ ଅନୁଯାୟୀ ଏହି ପର୍ଯ୍ୟଟନ ଟ୍ରେନ୍ ପୁରୀର ଶ୍ରୀ ଜଗନ୍ନାଥଙ୍କ ଦର୍ଶନକୁ ଆଧାରରେ ରଖି ଆରମ୍ଭ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଦିଲ୍ଲୀ ସଫଦରଜଙ୍ଗ ରେଳ ଷ୍ଟେସନରୁ ଗଡାଣି ଆରମ୍ଭ କରିବ। ପ୍ରାୟ ୬୦୦ ଯାତ୍ରୀଙ୍କ କ୍ଷମତା ବିଶିଷ୍ଟ ଏହି ଟ୍ରେନରେ ସମୁଦାୟ ୧୦ ଏସି ଥ୍ରୀ ଟାୟର କୋଚ୍ ରହିବ । ଗାଜିଆବାଦ, ଆଲିଗଡ, ତୁଣ୍ଡଲା, ଏଟାୱା, କାନପୁର ଏବଂ ଲକ୍ଷ୍ନୌ ରେଳ ଷ୍ଟେସନରେ ପର୍ଯ୍ୟଟକମାନେ ଟ୍ରେନରେ ଚଢିବାର ବିକଳ୍ପ ପାଇବେ।

ଟ୍ରେନର ପ୍ରଥମ ରହଣୀ ରହିଛି ବାରଣାସୀ, ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର(Kashi Biswanath Temple) ପରିଦର୍ଶନ କରିବେ। ଏହାକୁ ସଂଯୋଗ କରୁଥିବା କରିଡର ଏବଂ ଗଙ୍ଗା ନଦୀ କୂଳରେ କରାଯାଇଥିବା 'ଆଳତି'ର ଦର୍ଶନ କରିପାରିବେ। ଏହା ପରେ ଟ୍ରେନ୍ ଝାଡଖଣ୍ଡର ଜସିଡିହ ରେଳ ଷ୍ଟେସନରେ ଅଟକି ରହିବ, ଯେଉଁଠାରୁ ପର୍ଯ୍ୟଟକମାନେ ବୈଦ୍ୟନାଥ ଧାମ ମନ୍ଦିର ଆଡକୁ ଯିବେ। ଏହା ପରେ ଏହା ପୁରୀ ଯାତ୍ରା କରିବ, ଯେଉଁଠାରେ ହୋଟେଲରେ ପର୍ଯ୍ୟଟକଙ୍କ ପାଇଁ ଦୁଇ ରାତିର ରହଣି ବ୍ୟବସ୍ଥା କରାଯିବ।

ପର୍ଯ୍ୟଟକମାନେ ଓଡି଼ଶାରେ ଥିବାବେଳେ ଶ୍ରୀ ଜଗନ୍ନାଥ ମନ୍ଦିର(Jagannath Temple), କୋଣାର୍କର ସୂର୍ଯ୍ୟ ମନ୍ଦିର(Sun Temple) ଏବଂ ଭୁବନେଶ୍ୱରର ପ୍ରସିଦ୍ଧ ମନ୍ଦିର ପରିଦର୍ଶନ କରିବେ। ଟ୍ରେନର ଶେଷ ଗନ୍ତବ୍ୟସ୍ଥଳ ଗୟା ହେବ, ଯେଉଁଠାରେ ପର୍ଯ୍ୟଟକମାନେ ବିଷ୍ଣୁପଦ ମନ୍ଦିର ପରିଦର୍ଶନ କରିବେ। ଏହି ଟ୍ରେନ୍ ଫେବୃଆରୀ ୪ରେ ଅଷ୍ଟମ ଦିନରେ ଦିଲ୍ଲୀ ଫେରିବ ଏବଂ ପ୍ରାୟ ଚାରି ହଜାର କିଲୋମିଟର ଦୂରତା ଅତିକ୍ରମ କରିବ। ଏହାସହ ସୁଦ୍ଧ ଶାକାହାରୀ ଖାଦ୍ୟ ମଧ୍ୟ ପରଷାଯିବ।ସେହିପରି IRCTC ଏହି ଆଠଦିନିଆ ଯାତ୍ରା ପାଇଁ ପ୍ରତି ବ୍ୟକ୍ତି ପିଛା ୧୭ ହଜାର ୬୫୫ ଟଙ୍କା ଧାର୍ଯ୍ୟ କରାଯାଇଛି।

Also Read: Anant Ambani: ନିର୍ବନ୍ଧ ପରେ ଜଗାର ଦର୍ଶନ ପାଇଁ ଓଡ଼ିଶାରେ ଅନନ୍ତ ଅମ୍ବାନୀ

Also Read: Cuttack SCB Medical: ଅକ୍ସିଜେନ ଅଭାବରୁ ପ୍ରାଣ ହରାଇଲେ ଆସ୍ଥମା ରୋଗୀ, ସମ୍ପର୍କୀୟ ଆଣିଲେ ଗୁରୁତର ଅଭିଯୋଗ

Also Read: Tribal Museum : ହଜିଲା ଦିନର କାହାଣୀ କହୁଛି ଚନ୍ଦ୍ରଗିରିର ଜନଜାତି ସଂସ୍କୃତି ସଂଗ୍ରହାଳୟ, ପର୍ଯ୍ୟଟକଙ୍କ ମନ ମୋହୁଛି ସଉରାଙ୍କ ପରମ୍ପରା ଓ ସଂସ୍କୃତି