Sita Soren: ପଦ୍ମ ଧରିଲେ ଶିବୁ ସୋରେନଙ୍କ ବଡ଼ ବୋହୂ
Advertisement
Article Detail0/zeeodisha/odisha2165295

Sita Soren: ପଦ୍ମ ଧରିଲେ ଶିବୁ ସୋରେନଙ୍କ ବଡ଼ ବୋହୂ

Sita Soren: ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଝାଡ଼ଖଣ୍ତ ମୁକ୍ତି ମୋର୍ଚ୍ଚା (JMM)କୁ ମଙ୍ଗଳବାର ଲାଗିଛି ଜୋରଦାର ଝଟକା । ଜେଏମଏମ୍ ସୁପ୍ରିମୋ ଶିବୁ ସୋରେନଙ୍କ ବଡ଼ ବୋହୂ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ବିଜେପିରେ ସାମିଲ ହୋଇଛନ୍ତି ।

ଖବର ଅନୁଯାୟୀ, ଝାଡ଼ଖଣ୍ତ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଲାଗିଛି ଶକ୍ତ ଝଟକା । ତାଙ୍କ ବଡ଼ ବୋହୂ ତଥା ଜେଏମଏମ୍ ବିଧାୟିକା ସୀତା ସୋରେନ ମଙ୍ଗଳବାର ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡ଼େ ଓ ଝାଡ଼ଖଣ୍ତ ପ୍ରଭାରୀ ଲକ୍ଷ୍ମୀକାନ୍ତ ବାଜପାଇଙ୍କ ଉପସ୍ଥିତିରେ ସୀତା ସୋରେନ ପଦ୍ମ ଧରିଛନ୍ତି । ୩ ଥର ବିଧାୟିକା ହୋଇଥିବା ସୀତା ବିଜେପିର ଯୋଗଦେଇଥିବାରୁ ଝାଡ଼ଖଣ୍ତରେ ଅନୁସୂଚିତ ଜନଜାତି ସହ ଦଳର ସମ୍ପର୍କ ବଢାଇବାରେ ସାହାଯ୍ୟ କରିବ ବୋଲି ଚର୍ଚ୍ଚା ହେଉଛି ।

Also Read- Mahua Moitra: ମହୁଆ ମୈତ୍ରଙ୍କ ବିରୋଧରେ ମାମଲା ରୁଜୁ ନେଇ CBIକୁ ଲୋକପାଳଙ୍କ ନିର୍ଦ୍ଦେଶ

ମଙ୍ଗଳବାର ସୀତା ଜେଏମଏମରୁ ଇସ୍ତଫା ଦେବା ସହ ବିଧାୟିକା ପଦରୁ ମଧ୍ଯ ଇସ୍ତଫା ଦେଇଥିଲେ । ନିଜର ଇସ୍ତଫା ପତ୍ରକୁ ସେ ସୁପ୍ରିମୋ ଶିବୁ ସୋରନଙ୍କ ନିକଟକୁ ପଠାଇଛନ୍ତି । ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ତରିଂ ମାମଲାରେ ହେମନ୍ତ ସୋରେନ ଜେଲ ଯିବା ପରେ ଚମ୍ପଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ସେ ଅସନ୍ତୁଷ୍ଟ ଥିଲେ ବୋଲି କୁହାଯାଉଛି । ଏହାସହ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କୁ ଲଗାତର ଭାବେ ଦଳ ଓ ପରିବାରରେ ଅଣଦେଖା କରାଯାଉଥିବା ସେ ନିଜ ଇସଫାପତ୍ରରେ ଅଭିଯୋଗ କରିଛନ୍ତି ।

Also Read- Bank Holidays in March: ମାର୍ଚ୍ଚ ୨୧ରୁ ୩୧ ଯାଏଁ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ୍, ଦେଖନ୍ତୁ ପୂରା ତାଲିକା