କାଙ୍ଗାଳ ପାକିସ୍ତାନକୁ ଏବେ ପଶିଲା ଚେତା, ଜାତିସଂଘରେ କାଶ୍ମୀରକୁ ନେଇ ନୂଆ ଫର୍ମୂଲା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ
Advertisement

କାଙ୍ଗାଳ ପାକିସ୍ତାନକୁ ଏବେ ପଶିଲା ଚେତା, ଜାତିସଂଘରେ କାଶ୍ମୀରକୁ ନେଇ ନୂଆ ଫର୍ମୂଲା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

Shehbaz Sharif on Kashmir: କାଶ୍ମୀର ପ୍ରସଙ୍ଗକୁ ଦୋହରାଇ ସରିଫ କହିଛନ୍ତି ଯେ, ପାକିସ୍ତାନକୁ ତାର ପଡ଼ୋଶୀ ଦେଶରେ ସ୍ଥିର ପରିବେଶ ଆବଶ୍ୟକତା କରୁଛି । ଆମେ ଆମର ସମସ୍ତ ପଡ଼ୋଶୀମାନଙ୍କଠାରୁ ଶାନ୍ତି ଚାହୁଁଛୁ । ତେବେ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ପାଇଁ ଜାମ୍ମୁ କାଶ୍ମୀର ସମସ୍ୟାର ଏକ ସମାଧାନ ଆବଶ୍ୟକ ।

କାଙ୍ଗାଳ ପାକିସ୍ତାନକୁ ଏବେ ପଶିଲା ଚେତା, ଜାତିସଂଘରେ କାଶ୍ମୀରକୁ ନେଇ ନୂଆ ଫର୍ମୂଲା ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ

ନୂଆଦିଲ୍ଲୀ: Shehbaz Sharif on Kashmir: ପୁଣି କାଶ୍ମୀର ପ୍ରସଙ୍ଗ (Kashmir Issue) ଦୋହରାଇଲା ପାକିସ୍ତାନ (Pakistan) । ପାକିସ୍ତାନ ପ୍ରଧାନମନ୍ତ୍ରୀ (Pakistan) ଶେହବାଜ ସରିଫ୍ (Shehbaz Sharif) ମିଳିତ ଜାତିସଂଘର ସାଧାରଣ ସଭା (UN General Assembly) ରେ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଶେହବାଜ ସରିଫ୍ କହିଛନ୍ତି ଯେ,  ଭାରତ (India) ସମେତ ଆମର ସମସ୍ତ ପଡ଼ୋଶୀ ଦେଶ ସହ ଶାନ୍ତି ଚାହୁଁଛୁ । ମୁଁ ଭାବୁଛି ବର୍ତ୍ତମାନ ସମୟ ଆସିଯାଇଛି ଯେ ଭାରତ ଏହି ବାର୍ତ୍ତାକୁ ବୁଝୁ କି ଉଭୟ ଦେଶ ପରସ୍ପର ସହ ଯୋଡ଼ି ରହିଛି ।

ଶୁକ୍ରବାର ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କାଶ୍ମୀର ଉପରେ ବିଷ ଓଗାଳିଛନ୍ତି । ମିଳିତ ଜାତିସଂଘ (United Nations) ସାଧାରଣ ସଭାରେ ଏକ ଉଚ୍ଚ ସ୍ତରୀୟ ବୈଠକକୁ ସମ୍ବୋଧିତ କରି ସରିଫ କହିଛନ୍ତି ଯେ, ଅଗଷ୍ଟ ୫, ୨୦୧୯ରେ ଭାରତ ଏକପାଖିଆ ତଥା ମନମୁଖୀ ଭାବରେ ନିଷ୍ପତ୍ତି ନେଇ ଜାମ୍ମୁ କାଶ୍ମୀର (Jammu and Kashmir) ର ଧାରା ୩୭୦ ମାଧ୍ୟମରେ ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିଥିଲା ।  ଏହି କାରଣରୁ ଶାନ୍ତିର ଆଶା କ୍ଷୁର୍ଣ୍ଣ ହେଲା ଓ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଛି । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ସହ ଯୁଦ୍ଧ କରିବା ବିକଳ୍ପ ନୁହେଁ ।

କାଶ୍ମୀର ପ୍ରସଙ୍ଗକୁ ଦୋହରାଇ ସରିଫ କହିଛନ୍ତି ଯେ, ପାକିସ୍ତାନକୁ ତାର ପଡ଼ୋଶୀ ଦେଶରେ ସ୍ଥିର ପରିବେଶ ଆବଶ୍ୟକତା କରୁଛି । ଆମେ ଆମର ସମସ୍ତ ପଡ଼ୋଶୀମାନଙ୍କଠାରୁ ଶାନ୍ତି ଚାହୁଁଛୁ । ତେବେ ଦକ୍ଷିଣ ଏସିଆରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ପାଇଁ ଜାମ୍ମୁ କାଶ୍ମୀର ସମସ୍ୟାର ଏକ ସମାଧାନ ଆବଶ୍ୟକ । ଭାରତ ବୁଝିପାରୁଛି ଯେ ଉଭୟ ଦେଶ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଅଛନ୍ତି । କେବଳ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା ଏହି ସମସ୍ୟାର ସମାଧାନ କରିପାରିବ ଯାହା ଦ୍ୱାରା ଭବିଷ୍ୟତରେ ବିଶ୍ୱ ଅଧିକ ଶାନ୍ତିପୂର୍ଣ୍ଣ ହୋଇପାରିବ । ଏକ ସକରାତ୍ମକ ପରିସ୍ଥିତି ସୃଷ୍ଟି କରିବାକୁ ଭାରତ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ । ଆମେ ହେଉଛୁ ପଡୋଶୀ । ଆମେ ସ୍ଥିର କରିବାକୁ ପଡ଼ିବ କି ଆମେ ଶାନ୍ତି ଚାହୁଁ ନା ଯୁଦ୍ଧ କରିବାକୁ ଚାହୁଁ ।

ଅଧିକ ପଢ଼ନ୍ତୁ:-କେତେ ସମ୍ପତ୍ତିର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବ୍ୟାଙ୍କ ଖାତାରେ କେତେ ଟଙ୍କା ରହିଛି ଜମା

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏସବୁ କାମ, ନଚେତ୍ ଜୀବନରେ ଭୋଗିବାକୁ ପଡ଼ିବ ଅନେକ ସମସ୍ୟା!

ଅଧିକ ପଢ଼ନ୍ତୁ:-ଦମଦାର୍ ରିଚାର୍ଜ ପ୍ଲାନ୍! ୧୫୧ ଟଙ୍କାରେ ୩ ମାସ ପର୍ଯ୍ୟନ୍ତ ମାଗଣାରେ ମିଳିବ Disney+ Hotstar, ଡାଟା ମଧ୍ୟ ଫ୍ରି

ପାକିସ୍ତାନ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଜାମ୍ମୁ କାଶ୍ମୀରରେ ଭାରତ ନିଜର ସୈନ୍ୟ ମୁତୟନ ବୃଦ୍ଧି କରିଛି ଯେଉଁଥିପାଇଁ ଏହା ବିଶ୍ୱର ସବୁଠାରୁ ସେନା ଅଧିକୃତ କ୍ଷେତ୍ରରେ ପରିଣତ ହୋଇଛି । ପାକିସ୍ତାନର ଲୋକମାନେ ସର୍ବଦା କାଶ୍ମୀରବାସୀଙ୍କ ସହ ଛିଡା ହେବେ । ଉଭୟ ଦେଶ ଅସ୍ତ୍ରଶସ୍ତ୍ର କିଣିବାରେ ନିଜର ସମ୍ବଳ ନଷ୍ଟ କରିବା ଉଚିତ୍ ନୁହେଁ ।  ଗଠନମୂଳକ ଯୋଗଦାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଭାରତ ବିଶ୍ୱସ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଆମେ ପଡୋଶୀ ଓ ଆମେ ସବୁଦିନ ପାଇଁ ରହିବୁ, ବାଛିବାକୁ ପଡ଼ିବ କି ଆମକୁ ଶାନ୍ତିରେ ବଞ୍ଚିବା ନା ପରସ୍ପର ସହ ଲଢ଼ିବା ।