ସୁନାମି ସଙ୍କେତ! ଆଣ୍ଡାମାନ-ନିକୋବରରେ ସିରିଜ ଭୂକମ୍ପ, ଦୁଇ ଦିନ ହେଲା ଥରୁଛି ଦ୍ୱୀପପୁଞ୍ଜ
Advertisement
Article Detail0/zeeodisha/odisha1244890

ସୁନାମି ସଙ୍କେତ! ଆଣ୍ଡାମାନ-ନିକୋବରରେ ସିରିଜ ଭୂକମ୍ପ, ଦୁଇ ଦିନ ହେଲା ଥରୁଛି ଦ୍ୱୀପପୁଞ୍ଜ

NCSର ସୂଚନାନୁସାରେ, ମଙ୍ଗଳବାର ସକାଳ ୮ଟା ୫ ବେଳେ ବ୍ଲେୟାର ଠାରୁ ୧୮୭ କିଲୋମିଟର ଦକ୍ଷିଣ-ପୂର୍ବରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡ ଥିଲା।

ଫାଇଲ ଫଟୋ

ପୋର୍ଟ ବ୍ଲେୟାର: ଦେଶରେ ସୁନାମୀର ସଙ୍କେତ ମିଳିଲାଣି। ଗତ ଦୁଇ ଦିନ ହେଲା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସିରିଜ ଭୂକମ୍ପ ଅନୁଭୁତ ହେଉଛି। ମଙ୍ଗଳବାର ରାଜଧାନୀ ପୋର୍ଟ ବ୍ଲେୟାର ଠାରୁ ୧୮୭ କିଲୋମିଟର ଦକ୍ଷିଣ-ପୂର୍ବରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡ ଥିଲା ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ସୂଚନା ଦେଇଛି। 

NCSର ସୂଚନାନୁସାରେ, ମଙ୍ଗଳବାର ସକାଳ ୮ଟା ୫ ବେଳେ ବ୍ଲେୟାର ଠାରୁ ୧୮୭ କିଲୋମିଟର ଦକ୍ଷିଣ-ପୂର୍ବରେ ଏକ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୪.୩ ମ୍ୟାଗ୍ନିଚ୍ୟୁଡ ଥିଲା। ଭୂକମ୍ପର ଗଭୀରତା ୩୦ କିଲୋମିଟର ଥିବା NCS କହିଛି। ଏହା ପୂର୍ବରୁ ସକାଳା ୫ଟା ୫୭ରେ ଆଉ ଏକ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ୫.୦  ମ୍ୟାଗ୍ନିଚ୍ୟୁଡ ଥିବା ବେଳେ ଏହା ପୋର୍ଟବ୍ଲେୟାର ଠାରୁ ପ୍ରାୟ ୨୧୫ କିଲୋମିଟର ଦୂରରେ ଘଟିଛି।

Also Read: ତିରୁପତି ମନ୍ଦିରରେ ରେକର୍ଡ ପରିମାଣର ଅର୍ଥ ଦାନ, ପ୍ରଥମ ଥର ଟପିଲା ଏତିକି ଟଙ୍କା

ଏହାପୂର୍ବରୁ ସୋମବାର ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୪.୪ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା। ଅପରାହ୍ନ ୩ଟା ୨ରେ ପୋର୍ଟ ବ୍ଲେୟାର ଠାରୁ ୨୫୬ କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିଛି। ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଏକ ଭୂକମ୍ପ ପ୍ରବଣ ଅଞ୍ଚଳ। କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଦ୍ୱୀପପୁଞ୍ଜ ପାଇଁ ସୁନାମୀ ଚେତାବନୀ ଜାରି କରାଯାଇନାହିଁ।