Kesarinath Tripathi: ବରିଷ୍ଠ ବିଜେପି ନେତା କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ, ନଜର ପକାନ୍ତୁ ତାଙ୍କ ରାଜନୈତିକ କ୍ୟାରିଅର ଉପରେ
Advertisement

Kesarinath Tripathi: ବରିଷ୍ଠ ବିଜେପି ନେତା କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ, ନଜର ପକାନ୍ତୁ ତାଙ୍କ ରାଜନୈତିକ କ୍ୟାରିଅର ଉପରେ

Kesarinath Tripathi Passes Away: ବରିଷ୍ଠ ବିଜେପି ନେତା ତଥା ଉତ୍ତର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ କେଶରୀ । ଆଜି (ଜାନୁଆରୀ ୮) ଭୋର ୫ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏନେଇ ତାଙ୍କ ସୁପୁତ୍ର ନୀରଜ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

Kesarinath Tripathi: ବରିଷ୍ଠ ବିଜେପି ନେତା କେଶରୀନାଥ ତ୍ରିପାଠୀଙ୍କ ଦେହାନ୍ତ, ନଜର ପକାନ୍ତୁ ତାଙ୍କ ରାଜନୈତିକ କ୍ୟାରିଅର ଉପରେ

Kesarinath Tripathi Passes Away: ବରିଷ୍ଠ ବିଜେପି ନେତା ତଥା ଉତ୍ତର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ କେଶରୀ । ଆଜି (ଜାନୁଆରୀ ୮) ଭୋର ୫ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଏନେଇ ତାଙ୍କ ସୁପୁତ୍ର ନୀରଜ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।  ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ ମଧ୍ୟ କରିଛନ୍ତି । ଟ୍ବିଟ୍ କରି ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ,'ବରିଷ୍ଠ ରାଜନେତା , ବିଜେପିର ବରିଷ୍ଠ ପରିବାର ସଦସ୍ୟ , ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଆଦରଣୀୟ କେଶରନାଥ ତ୍ରିପାଠୀଙ୍କ ନିଧନ ଅତ୍ୟନ୍ତ ଦୁଃଖଦାୟକ। ଭଗବାନ ଶ୍ରୀରାମ ତାଙ୍କ ଅମର ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ।'

 

 

ଉଲ୍ଲେଖଯୋଗ୍ୟ, ତ୍ରପାଠୀ ଦୁଇଥର କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇ ଲକ୍ଷ୍ନୌସ୍ଥିତ ‘ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ ସେସ୍‌’ରେ ଦୀର୍ଘ ଦିନ ଚିକିତ୍ସାଧୀନ ରହି ସୁସ୍ଥ ହୋଇଥିଲେ।

ଏହାବି ପଢନ୍ତୁ : Vladimir Putin: ଭୟଙ୍କର ରୋଗରେ ପୀଡ଼ିତ ପୁଟିନ ! ଅଧିକାରୀ କହିଲେ ଯୁଦ୍ଧ ଶେଷ ବେଳକୁ...

ଏହାବି ପଢନ୍ତୁ : Gay couple Expecting first baby: ସମଲିଙ୍ଗୀ ବିବାହ ପରେ ପ୍ରଥମ ଶିଶୁର ଫଟୋ ସେୟାର କଲେ ଦମ୍ପତି

ଏହାବି ପଢନ୍ତୁ : Most Expensive Saree: ଜାଣନ୍ତୁ ଭାରତର ତିନି ପ୍ରସିଦ୍ଧ ଶାଢୀ, ଦାମ ଶୁଣିଲେ ଉଡିଯିବ ହୋସ୍ !

କେଶରୀନାଥ ତ୍ରିପାଠୀଙ୍କ କ୍ୟାରିଅର:

କେଶରୀନାଥ ତ୍ରିପାଠୀ ୧୯୩୪ ମସିହା ନଭେମ୍ବର ୧୦ ତାରିଖରେ ସେ ଆଲ୍ଲାବାଦରେ ଜନ୍ମ ହୋଇଥିଲେ । ପରେ ସେ ସେଣ୍ଟ୍ରାଲ ହିନ୍ଦୁ ସ୍କୁଲରେ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ଏହାସହ ସେ ୧୯୫୩ରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ବିଏ ପାସ କରି ଏଲଏଲବି କରିଥିଲେ । ଗୋଟିଏ ବର୍ଷ ଓକିଲାତି କରିବା ପରେ ୧୯୫୬ ମସିହାରେ ଆହ୍ଲାବାଦ ହାଇକୋର୍ଟରେ ଅଧିବକ୍ତା ଭାବେ ପଞ୍ଜିକୃତ ହୋଇଥିଲେ । 

ଯଦି କେଶରୀନାଥ ତ୍ରିପାଠୀର ରାଜନୈତିକ କ୍ୟାରିଅର କଥା ଦେଖିବା ତେବେ ସେ ୩ଥର ଉତ୍ତରପ୍ରଦେଶ ବିଧାନସଭାର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ତୁଲାଇଛନ୍ତି । ସେ ୨୦୧୪ ଜୁଲାଇରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ଏହାସହ ସେ ବିହାର,ମେଘାଳୟ ଓ ମିଜୋରମ ରାଜ୍ୟପାଳ ଦାୟିତ୍ୱରେ ମଧ୍ୟ ଥିଲେ । ସେ ବିଶେଷ ଭାବେ ବିଜେପିର ସଦସ୍ୟ ଥିଲେ । ଏହାସହ ସେ ଉତ୍ତର ପ୍ରଦେଶ ବିଜେପିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟୀତ୍ୱ ତୁଲାଇଛନ୍ତି । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ କେଶରୀନାଥ । ଏନେଇ ୧୯୯୦ ମସିହାରେ କିଛି ଦିନ ପାଇଁ ଜେଲ ଯାଇଥିଲେ।

ଏହାବି ପଢନ୍ତୁ : Iraqi Girl Swarmed: ଇରାକରେ ନାରୀଙ୍କୁ ଏ କି ସମ୍ମାନ! ଡ୍ରେସ ଛୋଟ ପିନ୍ଧିଥିବାରୁ ଠିଆ ଗୋଇଠା ମାରୁଛନ୍ତି ଲୋକ