SCO Meet: ଶୀଘ୍ର ଏକାଠି ନଜର ଆସିବେ ପିଏମ ମୋଦି-ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ
Advertisement
Article Detail0/zeeodisha/odisha1298362

SCO Meet: ଶୀଘ୍ର ଏକାଠି ନଜର ଆସିବେ ପିଏମ ମୋଦି-ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ

SCO Meet 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ (Shahbaz Sharif) ଆସନ୍ତା ମାସରେ ଉଜବେକିସ୍ତାନ ଏସସିଓ ବୈଠକରେ (SCO Meet) ସାକ୍ଷାତ କରିପାରନ୍ତି ।

ସାଙ୍କେତିକ ଫଟୋ

PM Modi to Meet Shehbaz Sharif: ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଓ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଶାହାବାଜ ସରିଫଙ୍କ (Shahbaz Sharif) ମଧ୍ୟରେ ଏକ ବୈଠକ ହୋଇପାରେ । କୂଟନୈତିକ ସୂତ୍ର ଏକ ଗଣମାଧ୍ୟମକୁ କହିଛି ଯେ ଉଜବେକିସ୍ତାନର (Uzbekistan) ସମରଖଣ୍ଡରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (Shanghai Cooperation Organization) ଶିଖର ସମ୍ମିଳନୀରେ ଭାରତ ଓ ପାକିସ୍ତାନର (India and Pakistan) ପ୍ରଧାନମନ୍ତ୍ରୀମାନେ ପରସ୍ପରକୁ ସାକ୍ଷାତ କରିବାରେ ସମ୍ଭାବନା ରହିଛି ।

ପାକିସ୍ତାନୀ ଖବରକାଗଜ ଡେଲି ଜଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧୫-୧୬ ରେ ଉଜବେକିସ୍ତାନର ସମରକାଣ୍ଡରେ ଏସସିଓ ସମ୍ମିଳନୀ ଅନୁଷ୍ଠିତ ହେବ । ଏଠାରେ ଏହି ସଂଗଠନର ନେତାମାନେ ଏକାଠି ବସି ଆଞ୍ଚଳିକ ଆହ୍ୱାନ ବିଷୟରେ ଆଲୋଚନା କରିବେ । ସୂଚନାନୁସାରେ, ପାକ୍ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଏହି ସମୟରେ ଶାହାବାଜ ସରିଫ ଚୀନ୍, ଋଷ, ଇରାନର ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ବୋଲି ଆଶା କରାଯାଉଛି ।

ରିପୋର୍ଟ ଅନୁଯାୟୀ, ୨୮ ଜୁଲାଇ ବୈଠକରେ ସଂଗଠନର ବୈଦେଶିକ ମନ୍ତ୍ରୀମାନେ ଏକମତ ହୋଇଥିଲେ ଯେ ସେମାନଙ୍କ ଦେଶର ପ୍ରମୁଖ ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବା ଉଚିତ୍ । ତେବେ ତାସକେଣ୍ଟରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ପାକିସ୍ତାନୀ ଓ ଭାରତୀୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପୂର୍ବ ନିର୍ଦ୍ଧାରିତ ନୁହେଁ । ସେପ୍ଟେମ୍ବରରେ ଭାରତ ଓ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କୌଣସି ବୈଠକ ପାଇଁ ଯୋଜନା ନାହିଁ । ସେ କହିଛନ୍ତି ଯେ ଉଭୟ ଭାରତ ଓ ପାକିସ୍ଥାନ ଏସସିଓର ଅଂଶ ଓ ଉଭୟ ଦେଶ କେବଳ ସଂଗଠନର ବୈଠକରେ ଭାଗ ନେଉଛନ୍ତି ।

ସାଂଘାଇ ସହଯୋଗ ସଂଗଠନ (SCO) ହେଉଛି ଏକ ୟୁରାସିଆ ରାଜନୈତିକ, ଅର୍ଥନୈତିକ ଓ ସୁରକ୍ଷା ସଂଗଠନ । ଭୌଗଳିକ କ୍ଷେତ୍ର ଓ ଜନସଂଖ୍ୟା ଦୃଷ୍ଟିରୁ ଏହା ହେଉଛି ବିଶ୍ୱର ସର୍ବ ବୃହତ ଆଞ୍ଚଳିକ ସଂଗଠନ । ସାଂଘାଇ ଫାଇଭ ପରେ SCO ସଂଗଠନ ଗଠନ କରାଯାଇଥିଲା । ୧୯୯୬ ମସିହାରେ ଚୀନ୍, କାଜାଖସ୍ତାନ, କିର୍ଗିଜସ୍ଥାନ, ଋଷ ଓ ତାଜିକିସ୍ତାନ ପାରସ୍ପରିକ ସୁରକ୍ଷା ଚୁକ୍ତିନାମା ସ୍ୱାକ୍ଷର କଲାବେଳେ ସାଂଘାଇ ପାଞ୍ଚ ଗଠନ ହୋଇଥିଲା । ଯଦିଓ ୧୫ ଜୁନ୍ ୨୦୦୧ ରେ, ଏହି ରାଷ୍ଟ୍ର ଓ ଉଜବେକିସ୍ତାନର ନେତାମାନେ ସାଂଘାଇରେ ଗଭୀର ରାଜନୈତିକ ଓ ଅର୍ଥନୈତିକ ସହଯୋଗ ସହ ଏକ ନୂତନ ସଂଗଠନ ପାଇଁ ଆଗେଇ ଆସିଥିଲେ । SCO ଚାର୍ଟର୍ ୭ ଜୁଲାଇ ୨୦୦୨ ରେ ସ୍ୱାକ୍ଷରିତ ହୋଇଥିଲା ଓ ୧୯ ସେପ୍ଟେମ୍ବର ୨୦୦୩ ରେ ଲାଗୁ ହୋଇଥିଲା । ଏହା ପରେ ଏହାର ସଦସ୍ୟତା ଆଠଟି ଦେଶକୁ ବୃଦ୍ଧି ପାଇଛି । ଭାରତ ଓ ପାକିସ୍ଥାନ ୯ ଜୁନ୍ ୨୦୧୭ ରେ ଏଥିରେ ଯୋଗ ଦେଇଥିଲେ ।

ଏହା ବି ପଢ଼ନ୍ତୁ: ବିହାରରେ ପୁଣି ପଲଟିବ ବାଜି! ବଢ଼ିଲା ନୀତିଶଙ୍କ ଟେନସନ୍

ଏହା ବି ପଢ଼ନ୍ତୁ: ରାଜଧାନୀରେ ବାଧ୍ୟତାମୂଳକ ହେଲା ମାସ୍କ ଲଗାଇବା, ଅବମାନନା କଲେ ଦେବାକୁ ହେବ ଜରିମାନା