Election Results: ସାବଧାନ! ନିର୍ବାଚନ ଫଳାଫଳ ନାମରେ ଆପଣଙ୍କ ସହ ହୋଇପାରେ ସାଇବର ଠକେଇ
Advertisement

Election Results: ସାବଧାନ! ନିର୍ବାଚନ ଫଳାଫଳ ନାମରେ ଆପଣଙ୍କ ସହ ହୋଇପାରେ ସାଇବର ଠକେଇ

Election Results: ରବିବାର ଅର୍ଥାତ୍ ୩ ଡିସେମ୍ବର ଏକ ବିଶେଷ ଦିନ, ଏହି ଦିନ ଗୋଟିଏ କିମ୍ବା ଦୁଇଟି ନୁହେଁ ଚାରିଟି ରାଜ୍ୟର ନିର୍ବାଚନ ଫଳାଫଳ ଜଣା ପଡିବ । ଫଳାଫଳ ବାହାରିବା ପୂର୍ବରୁ, ସ୍କାମରମାନେ ମଧ୍ୟ ନିଜ କାମ କରିବା ଆରମ୍ଭ କରିଛନ୍ତି ଓ ଲୋକମାନଙ୍କୁ ଠକିବା ପାଇଁ ଅନେକ ପନ୍ଥା ଆପଣାଉଛନ୍ତି ।

 

Election Results 2023

Election Results 2023: ରବିବାର ଦିନ ଚାରିଟି ରାଜ୍ୟରେ ଅର୍ଥାତ୍ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଓ ତେଲେଙ୍ଗାନାରେ ନିର୍ବାଚନ ଫଳାଫଳ ଜଣାପଡିବ । ଯଦି ଆପଣ ନିର୍ବାଚନ ଫଳାଫଳ ୨୦୨୩ ସହିତ ଜଡିତ ସୂଚନା ପାଇଁ ଗୁଗୁଲର ସାହାଯ୍ୟ ନେଉଛନ୍ତି, ତେବେ ଆପଣଙ୍କୁ ମଧ୍ୟ ଟିକେ ସତର୍କ ରହିବାକୁ ପଡିବ, କାରଣ ସ୍କାମରମାନେ ମଧ୍ୟ ଏହାକୁ ଏକ ସୁଯୋଗ ଭାବେ ନେଇ ଲୋକଙ୍କୁ ଠକୁଛନ୍ତି ।

ସ୍କାମର ମାନେ ନିର୍ବାଚନ ଫଳାଫଳ ସହିତ ଜଡିତ ନକଲି ସାଇଟ୍ ସୃଷ୍ଟି କରନ୍ତି ଏବଂ ତାପରେ ଏହିପରି ବିପଜ୍ଜନକ ସାଇଟ୍ ଭିଜିଟ୍ କରିବା ପରେ, ଯେକୌଣସି ଲିଙ୍କରେ କ୍ଲିକ୍ କରିବା ମାତ୍ରେ, ଆପଣଙ୍କର ଡିଭାଇସର ନିୟନ୍ତ୍ରଣ ସ୍କାମରମାନଙ୍କ  ପାଖରେ ପହଞ୍ଚିପାରେ । ସେମାନେ ଆପଣଙ୍କର ଡିଭାଇସକୁ ନିୟନ୍ତ୍ରଣ କରି, ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି କରିପାରିବେ ।

ଆପଣ ଯଦି କୌଣସି ବିପଜ୍ଜନକ ଲିଙ୍କ ଉପରେ କ୍ଲିକ୍ କରୁଛନ୍ତି ତେବେ ସେହି ଲିଙ୍କ୍ ମଧ୍ଯରେ ଥିବା ଭାଇରସ ଦ୍ୱାରା ସ୍କାମର୍ସ ଆପଣଙ୍କ ଡିଭାଇସକୁ ନିଜ ନିୟନ୍ତ୍ରଣକୁ ନେଇଯାଇଥାନ୍ତି । ସ୍କାମର ଆପଣଙ୍କ ଡିଭାଇସରେ ଭାଇରସ ପ୍ଲାଣ୍ଟ କରନ୍ତି । ଏହି ଭାଇରସ ଜରିଆରେ ସେମାନେ ଆପଣଙ୍କ ଆର୍ଥିକ କାରବାରର ସୂଚନା ଯେମିତିକି ବ୍ୟାଙ୍କ ଡିଟେଲ,ଓଟିପି ଆଦି ହାସଲ କରନ୍ତି । ଆଉ ଆପଣଙ୍କ ଟଙ୍କା ଲୁଟି ନିଅନ୍ତି । ସ୍କାମର୍ମାନେ କେବଳ ନକଲି ୱେବସାଇଟ୍ ମାଧ୍ୟମରେ ନୁହେଁ ବରଂ ନକଲି ମେସେଜ୍ ଜରିଆରେ  ଲିଙ୍କ୍ ପଠାଇ ବି ଲୋକଙ୍କୁ ଠକିଥାନ୍ତି ।

ନକଲି ୱେବସାଇଟ୍ଗୁଡ଼ିକୁ କେମିତି ଚିହ୍ନିବେ?
ଯଦି ଆପଣଙ୍କ ମନରେ କୈଣସି ୱେବସାଇଟକୁ ନେଇ  ସନ୍ଦେହ ଅଛି, ତେବେ ସର୍ବପ୍ରଥମେ ଆପଣ ସାଇଟର ଡୋମେନ୍ ଦୁଇଥର ଯାଞ୍ଚ କରନ୍ତୁ ।  ଉଦାହରଣ ସ୍ୱରୂପ, ସ୍କାମରମାନେ ୱେବସାଇଟ୍ ଗୁଡିକ ଏପରି ଭାବରେ ପ୍ରସ୍ତୁତ କରନ୍ତି ଯେ ଆପଣ ଅନୁଭବ କରିବେ ଯେ ଆପଣ ଏକ ଅଫିସିଆଲ୍ ସାଇଟରେ ଅଛନ୍ତି, ଏହି ନକଲି ସାଇଟଗୁଡିକ ଅଫିସିଆଲ୍ ସାଇଟ୍ ପରି ଦେଖାଯାଆନ୍ତି । କିନ୍ତୁ ପ୍ରକୃତରେ ଅତ୍ୟନ୍ତ ବିପଜ୍ଜନକ ହୋଇଥାନ୍ତି । ନକଲି ୱେବସାଇଟ ଗୁଡିକର ଅସଲି ୱେବସାଇଟ୍ ସହିତ ସାମଂଜସ୍ୟ ରହିଥାଏ ।
ନକଲି ୱେବସାଇଟ୍ ର ଡିଜାଇନ୍ ଠିକ୍ ଅଫିସିଆଲ୍ ସାଇଟ୍ ପରି ହୋଇଥାଏ କିନ୍ତୁ URL ଅର୍ଥାତ୍ ଡୋମେନ୍ ରେ ସାମାନ୍ୟ ପରିବର୍ତ୍ତନ ରହିଥାଏ । ଡୋମେନ୍ ର ନାମ ପଢିବା ପରେ ଆପଣ ଜାଣିଯିବେ ଯେ, ଆପଣ ଅସଲି ୱେବସାଇଟ ଭିଜିଟ୍ କରୁଛନ୍ତି କି ସାଇବର ଠକଙ୍କ ତିଆରି ନକଲି ୱେବସାଇଟକୁ ଭିଜିଟ୍ କରୁଛନ୍ତି । results.eci.gov.in ହେଉଛି ଏକ ସରକାରୀ ଅଫିସିଆଲ୍ ସାଇଟ୍ କିନ୍ତୁ ଯଦି ସ୍କାମରମାନେ ଏହିପରି ଏକ ସାଇଟ୍ ବ୍ୟବହାର କରନ୍ତି ତେବେ ଆପଣ ସ୍ପଷ୍ଟ ଭାବରେ ନାମରେ ଏକ ବଡ଼ ପାର୍ଥକ୍ୟ ଦେଖିବାକୁ ପାଇବେ । ନାମରେ କିଛି ଏପଟସେପଟ କରି ତାକୁ ଅସଲିର ଜାମା ପିନ୍ଧାଇବାକୁ ଉଦ୍ୟମ କରାଯାଇଥିବ ।