Patanjali: ପତଞ୍ଜଳିକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ
Advertisement

Patanjali: ପତଞ୍ଜଳିକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ

Patanjali Ayurved: ଯୋଗ ଗୁରୁ ବାବା ରାମଦେବଙ୍କ ମାଲିକାନାରେ ଥିବା ପତଞ୍ଜଳି ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ (Acharya Balkrishna) ସୁପ୍ରିମକୋର୍ଟ (supreme court) ମଙ୍ଗଳବାର ନୋଟିସ ଜାରି କରିଛନ୍ତି । ପରିବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପତଞ୍ଜଳିକୁ ଏହାର ଔଷଧ ଉତ୍ପାଦନର ବିଜ୍ଞାପନ ଉପରେ ଅଦାଲତ ରୋକ ଲଗାଇଛନ୍ତି ।

Patanjali: ପତଞ୍ଜଳିକୁ ବିଭ୍ରାନ୍ତିକର ବିଜ୍ଞାପନ ନେଇ ସୁପ୍ରିମକୋର୍ଟର ତାଗିଦ

Patanjali Ayurved: ଅଡୁଆରେ ଯୋଗ ଗୁରୁ ବାବା ରାମଦେବ (Baba Ramdev)। ତାଙ୍କ ମାଲିକାନାରେ ଥିବା ପତଞ୍ଜଳି ଓ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣଙ୍କୁ (Acharya Balkrishna) ସୁପ୍ରିମକୋର୍ଟ (supreme court) ମଙ୍ଗଳବାର ନୋଟିସ ଜାରି କରିଛନ୍ତି । ପରିବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପତଞ୍ଜଳିକୁ ଏହାର ଔଷଧ ଉତ୍ପାଦନର ବିଜ୍ଞାପନ ଉପରେ ଅଦାଲତ ରୋକ ଲଗାଇଛନ୍ତି ।

ଆଲୋପାଥି ଔଷଧ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନକୁ ନେଇ ଇଣ୍ତିଆନ ମେଡ଼ିକାଲ ଆସୋସିଏସନ୍ (Indian Medical Association)ର ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ପତଞ୍ଜଳିକୁ କଡ଼ା ସମାଲୋଚନା କରିଛନ୍ତି । ପତଞ୍ଜଳି ଆୟୁର୍ବେଦ ଭ୍ରମାତ୍ମକ ବିଜ୍ଞାପନ (Misleading Advertisement) ଦେଇ ସାରା ଦେଶକୁ ଭ୍ରମିତ କରୁଛି । ଏହା ଦୁର୍ଭାଗ୍ୟଜନକ । ସରକାର ଆଖି କାହିଁକି ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଜଷ୍ଟିସ୍ କୋହଲି ଓ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ତପୀଠ ପ୍ରଶ୍ନ କରିଛନ୍ତି । ଏହାସହ ବିଭ୍ରାନ୍ତିକର ବିଜ୍ଞାପନକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ମାମଲାର ଶୁଣାଣି କରି ଜଷ୍ଟିସ ମତ ଦେଇଛନ୍ତି । ଗତ ବର୍ଷ ନଭେମ୍ବର ମାସରେ କୋଭିଡ ସମ୍ପର୍କରେ ଭ୍ରମାତ୍ମକ ବିଜ୍ଞାପନ ନେଇ ସୁପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ (Patanjali Ayurved) ତାଗିତ କରିଥିଲେ । ଏହାସହ କେନ୍ଦ୍ର ସରକାରଙ୍କୁ ଏପରି ବିଭ୍ରାନ୍ତିକର ବିଜ୍ଞାପନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।

Also Read- Bill Gates: ଜାଣନ୍ତୁ କାହିଁକି ଭୁବନେଶ୍ବରରେ ଆସିଛନ୍ତି ବିଲ ଗେଟ୍ସ , କ’ଣ ରହିଛି କାର୍ଯ୍ୟକ୍ରମ?

ଫେବୃଆରୀରେ ଏହି ମାମଲାର ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିବା ବେଳେ ଖଣ୍ଡପୀଠ କହିଥିଲେ ଯେ, ପତଞ୍ଜଳି ଆୟୁର୍ବେଦର ସମସ୍ତ ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ବନ୍ଦ କରିବାକୁ ପଡ଼ିବ। ଅଦାଲତ ଏଭଳି ଉଲ୍ଲଂଘନକୁ ଅତି ଗମ୍ଭୀରତାର ସହ ନେବେ ଏବଂ ପ୍ରତ୍ୟେକ ଉତ୍ପାଦ ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରିବାକୁ ବିଚାର । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୫ ତାରିଖରେ ହେବ ।