ପୁଟିନଙ୍କ ପଦକ୍ଷେପରୁ ନାଟୋ ଦେଶର ଉଡ଼ିଲା ହୋଶ୍!
Advertisement

ପୁଟିନଙ୍କ ପଦକ୍ଷେପରୁ ନାଟୋ ଦେଶର ଉଡ଼ିଲା ହୋଶ୍!

ପୋଲାଣ୍ଡ ଓ ବୁଲଗେରିଆ ଅନୁଯାୟୀ, ଋଷର ବିଶାଳ ଶକ୍ତି କମ୍ପାନୀ ଗାଜପ୍ରୋମ୍ (Gazprom) ସେମାନଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରୁଥିବା କହିଛି । ପୋଲାଣ୍ଡର ଗ୍ୟାସ କମ୍ପାନୀ PGNIG କହିଛି ଯେ ୟାମାଲ-ୟୁରୋପ ପାଇପଲାଇନ ମାଧ୍ୟମରେ ଗ୍ୟାସ ବିତରଣ ବନ୍ଦ କରିବାକୁ ଋଷ ନିଷ୍ପତ୍ତି ନେଇଛି । ଏଥି ସହିତ ବୁଲଗେରିଆର ଶକ୍ତି ମନ୍ତ୍ରଣାଳୟ କହିଛି ଯେ ତୁର୍କଷ୍ଟ୍ରିମ ପାଇପଲାଇନ ମାଧ୍ୟମରେ ବୁଲଗେରିଆକୁ ଆସୁଥିବା ଗ୍ୟାସ ଯୋଗାଣକୁ ଋଷ ମଧ୍ୟ ବନ୍ଦ କରୁଛି ।

ପୁଟିନଙ୍କ ପଦକ୍ଷେପରୁ ନାଟୋ ଦେଶର ଉଡ଼ିଲା ହୋଶ୍!

ନୂଆଦିଲ୍ଲୀ: Russia-Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ଋଷ ସେନା ଗୋଟିଏ ପରେ ଗୋଟିଏ ୟୁକ୍ରେନର ବଡ଼ ବଡ଼ ସହରକୁ ଦଖଲ କରିବାରେ ଲାଗିଛି । ଏହି ସମୟରେ ଋଷ (Russia) ଓ ୟୁକ୍ରେନ (Ukraine) ଯୁଦ୍ଧରେ ଖୋଲାଖୋଲି ଭାବେ ୟୁକ୍ରେନକୁ ସାହାଯ୍ୟ କରିବା ଓ ଋଷର କଥାକୁ ଅବମାନନା କରିବା କିଛି ୟୁରୋପୀୟ ଦେଶକୁ ମହଙ୍ଗା ପଡ଼ିବାରେ ଲାଗିଛି । ବର୍ତ୍ତମାନ ଋଷ ବଡ଼ ପଦକ୍ଷେପ ଗ୍ରହଣ କରି ପୋଲାଣ୍ଡ (Poland) ଓ ବୁଲଗେରିଆ (Bulgaria) କୁ ଗ୍ୟାସ-ତେଲ ଯୋଗାଣ ବନ୍ଦ କରିଦେଇଛି । ଗତ ମାସରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଋଷରୁ ଗ୍ୟାସ-ତେଲ କିଣୁଥିବା ଦେଶମାନଙ୍କୁ ଋଷର ମୁଦ୍ରା ରୁବଲ (Ruble) ରେ କାରବାର କରିବାକୁ କହିଥିଲେ, କିନ୍ତୁ ୟୁରୋପ (Europe) ର ଦେଶଗୁଡ଼ିକ ପୁଟିନଙ୍କ ଅନୁରୋଧକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଏହା ପରେ ବର୍ତ୍ତମାନ ପୁଟିନ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯୋଗାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପୋଲାଣ୍ଡ ଓ ବୁଲଗେରିଆ ଅନୁଯାୟୀ, ଋଷର ବିଶାଳ ଶକ୍ତି କମ୍ପାନୀ ଗାଜପ୍ରୋମ୍ (Gazprom) ସେମାନଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରୁଥିବା କହିଛି । ପୋଲାଣ୍ଡର ଗ୍ୟାସ କମ୍ପାନୀ PGNIG କହିଛି ଯେ ୟାମାଲ-ୟୁରୋପ ପାଇପଲାଇନ ମାଧ୍ୟମରେ ଗ୍ୟାସ ବିତରଣ ବନ୍ଦ କରିବାକୁ ଋଷ ନିଷ୍ପତ୍ତି ନେଇଛି । ଏଥି ସହିତ ବୁଲଗେରିଆର ଶକ୍ତି ମନ୍ତ୍ରଣାଳୟ କହିଛି ଯେ ତୁର୍କଷ୍ଟ୍ରିମ ପାଇପଲାଇନ ମାଧ୍ୟମରେ ବୁଲଗେରିଆକୁ ଆସୁଥିବା ଗ୍ୟାସ ଯୋଗାଣକୁ ଋଷ ମଧ୍ୟ ବନ୍ଦ କରୁଛି ।

ଏଠାରେ କହି ରଖୁଛୁ ଯେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପୋଲାଣ୍ଡ ଆରମ୍ଭରୁ ଖୋଲାଖୋଲି ଭାବେ ୟୁକ୍ରେନକୁ ସମର୍ଥନ କରିଆସୁଛି । ଯୁଦ୍ଧ ପାଇଁ ପୋଲାଣ୍ଡ ମଧ୍ୟ ୟୁକ୍ରେନକୁ ଅନେକ ଅସ୍ତ୍ରଶସ୍ତ୍ର ଦେଇଛି । ପୋଲାଣ୍ଡ ସରକାର ଏହି ସପ୍ତାହରେ କହିଛନ୍ତି ଯେ, ସେ ୟୁକ୍ରେନ ସେନାକୁ ଟ୍ୟାଙ୍କ ପଠାଉଛି । ୟୁରୋପରେ ଋଷରୁ ଆସୁଥିବା ପ୍ରାକୃତିକ ଗ୍ୟାସ ବହୁ ପରିମାଣରେ ଘର ଗରମ କରିବା, ବିଦ୍ୟୁତ୍ ଉତ୍ପାଦନ ଏବଂ ଇନ୍ଧନ ଭାବରେ ବ୍ୟବହାର କରାଯାଏ ।

ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୨ ସଂକ୍ରମିତ

ଏହା ବି ପଢ଼ନ୍ତୁ:-କୋରୋନାର ଚତୁର୍ଥ ଲହରର ଆଶଙ୍କା ମଧ୍ୟରେ ଆଲର୍ଟ ମୋଡରେ ମୋଦି ସରକାର, ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ PM

ଏପର୍ଯ୍ୟନ୍ତ ସମସ୍ତ ୟୁରୋପୀୟ ଦେଶ ପ୍ରାୟ ୬୦ ପ୍ରତିଶତ ଦେୟ ୟୁରୋ ଓ ବାକି ଡଲାରରେ ପ୍ରଦାନ କରୁଛନ୍ତି । ୟୁକ୍ରେନ ସହିତ ଯୁଦ୍ଧ ପରେ ପୁଟିନ ଦାବି କରିଛନ୍ତି ଯେ ଏହି ଦେୟ ସମ୍ପୂର୍ଣ୍ଣ ରୂପେ ରୁବେଲରେ କରାଯାଉ । ଏହା ଉପରେ ୟୁରୋପୀୟ ଦେଶର ନେତାମାନେ କହିଥିଲେ ଯେ ଏହା ପୂର୍ବ ନିର୍ଦ୍ଧାରିତ ସର୍ତ୍ତର ଉଲ୍ଲଂଘନ ଅଟେ । ତେଣୁ ସେମାନେ ରୁବଲ୍ ମାଧ୍ୟମରେ ପେମେଣ୍ଟ କରିବେ ନାହିଁ । ପୋଲାଣ୍ଡ ବାର୍ଷିକ ପ୍ରାୟ ୯ ବିଲିୟନ ଘନ ମିଟର ଋଷର ଗ୍ୟାସ ଆମଦାନୀ କରେ । ଏଥିରୁ ଦେଶର ପ୍ରାୟ ୪୫ ପ୍ରତିଶତ ଆବଶ୍ୟକତା ପୂରଣ ହେଉଛି ।