Russia Ukraine War: ଯାହା ପାଇଁ ସାରା ଦୁନିଆ ୩୦୦ ଦିନ ଧରି କରୁଥିଲା ଅପେକ୍ଷା, ପୁଟିନ କଲେ ସେହି ବଡ଼ ଘୋଷଣା
Advertisement

Russia Ukraine War: ଯାହା ପାଇଁ ସାରା ଦୁନିଆ ୩୦୦ ଦିନ ଧରି କରୁଥିଲା ଅପେକ୍ଷା, ପୁଟିନ କଲେ ସେହି ବଡ଼ ଘୋଷଣା

Putin On Russia Ukraine War: ହି ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ଏହି ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ବୟାନ ଦେଇଛନ୍ତି । ପୁଟିନ କହିଛନ୍ତି ଯେ ଋଷ କୂଟନୈତିକ ସ୍ତରରେ ୟୁକ୍ରେନ ସହିତ ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛି । 

Russia Ukraine War: ଯାହା ପାଇଁ ସାରା ଦୁନିଆ ୩୦୦ ଦିନ ଧରି କରୁଥିଲା ଅପେକ୍ଷା, ପୁଟିନ କଲେ ସେହି ବଡ଼ ଘୋଷଣା

Putin On Russia Ukraine War: ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଲଢ଼େଇ ଏବେବି ଜାରି ରହିଛି । ଦୀର୍ଘ ୧୦ ମାସ ଧରି ଋଷ-ୟୁକ୍ରେନ (Russia Ukraine War) ଯୁଦ୍ଧ ଚାଲିଛି । ଋଷର ସେନା (Russian Army) ୟୁକ୍ରେନର ଅଧିକାଂଶ ସହରକୁ ଶ୍ମଶାନରେ ପରିଣତ କରିସାରିଛି । ସେପଟେ ପାଶ୍ଚାତ୍ୟ ଦେଶ ସହାୟତାରେ ୟୁକ୍ରେନ ସେନା (Ukrainian Army) ମଧ୍ୟ ଋଷକୁ କଡ଼ା ଜବାବ ଦେଉଛି । ଏହି ଯୁଦ୍ଧ ମଝିରେ ପ୍ରଥମ ଥର ପାଇଁ ୟୁକ୍ରେନ ରାଷ୍ଟ୍ରପତି (Ukrain President) ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ଏହି ସମୟରେ ଋଷର ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଏକ ବଡ଼ ବୟାନ ଦେଇଛନ୍ତି । ପୁଟିନ କହିଛନ୍ତି ଯେ ଋଷ କୂଟନୈତିକ ସ୍ତରରେ ୟୁକ୍ରେନ ସହିତ ଯୁଦ୍ଧକୁ ଶେଷ କରିବାକୁ ଚାହୁଁଛି । 

ଋଷ ରାଷ୍ଟ୍ରପତି (Russian President) ପୁଟିନ (Putin) ଆଗକୁ କହିଛନ୍ତି ଯେ, "ଆମର ଲକ୍ଷ୍ୟ ହେଉଛି ସାମରିକ ବିବାଦର ଚକ ବୁଲାଇବା ନୁହେଁ, ବରଂ ଏହି ଯୁଦ୍ଧ (Russia Ukraine War) କୁ ଶେଷ କରିବା । ସବୁକିଛି ପ୍ରୟାସ କରାଯାଉଛି ଓ ଏହା ଜାରି ରହିବ । ଆମେ ଏହାକୁ ଶେଷ କରିବାକୁ ଚେଷ୍ଟା କରିବୁ ଓ ଅବଶ୍ୟ ଏହା ଯେତେ ଶୀଘ୍ର ଘଟିବ ସେତେ ଭଲ ହେବ ।" ୟୁକ୍ରେନ ରାଷ୍ଟ୍ରପତି (Ukrain President) ଭୋଲୋଡିମିର ଜେଲେନସ୍କି (Volodymyr Zelenskyy) ଙ୍କ ଆମେରିକା ଗସ୍ତର ଗୋଟିଏ ଦିନ ପରେ ଋଷ ରାଷ୍ଟ୍ରପତି (Russia President) ପୁଟିନ କହିଛନ୍ତି ଯେ, "ମୁଁ ଅନେକ ଥର କହିସାରିଛି କି ଶତ୍ରୁତା ବୃଦ୍ଧି ଦ୍ୱାରା କ୍ଷତି ହୋଇଥାଏ ।" 

ଋଷ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ପୁଟିନ କହିଛନ୍ତି । ଆମେରିକା ଓ ଏହାର ସହଯୋଗୀମାନେ ମନେ କରନ୍ତି ଯେ, ୧୦ ମାସ ଧରି ଚାଲିଆସୁଥିବା ଯୁଦ୍ଧରେ କ୍ରମାଗତ ପରାଜୟ ମଧ୍ୟରେ ଋଷ ଆହୁରି ଅଧିକ ସମୟ ଚାହୁଁଛି । ଋଷ କହିଛି ଯେ, ୟୁକ୍ରେନ ଆଲୋଚନା ପାଇଁ ପ୍ରସ୍ତୁତ ନୁହେଁ । ସେପଟେ ୟୁକ୍ରେନ କହିଛି ଯେ, ଋଷ ନିଜର ଆକ୍ରମଣ ବନ୍ଦ କରିବା ଉଚିତ ଓ ସେ ଦଖଲ କରିଥିବା ଅଞ୍ଚଳକୁ ଫେରାଇବା ଉଚିତ୍ । 

ପୁଟିନ କହିଛନ୍ତି ଯେ, ସମସ୍ତ ଲଢ଼େଇ କୂଟନୈତିକ ସ୍ତରରେ କୌଣସି ନା କୌଣସି ଆଲୋଚନା ସହ  କୌଣସି ପ୍ରକାରେ ଯୁଦ୍ଧ ଶେଷ ହୋଇଯାଉ । ଋଷର ରାଷ୍ଟ୍ରପତି ପୁଟିନ ଆହୁରି କହିଛନ୍ତି ଯେ, ଶୀଘ୍ର କିମ୍ବା ବିଲମ୍ୱରେ ଯୁଦ୍ଧରେ ଜଡିତ ପକ୍ଷମାନେ ବସି ଏକ ଚୁକ୍ତି ଉପରେ ପହଞ୍ଚିବୁ । ଯେଉଁମାନେ ଆମକୁ ବିରୋଧ କରନ୍ତି ସେମାନେ ଯେତେ ଶୀଘ୍ର ବୁଝି ଯିବେ, ସେତେ ଭଲ ହେବ । ଆମେ ଏହା ଉପରେ କେବେ ବି ପରାଜୟ ସ୍ୱୀକାର କରି ନାହୁଁ । 

ଅଧିକ ପଢ଼ନ୍ତୁ:-ଛୋଟ ଅଳେଇଚ ପୁରୁଷଙ୍କ ଯୌନ ସମସ୍ୟା ସମେତ ଅନେକ ରୋଗ ପାଇଁ ରାମବାଣ ଚିକିତ୍ସା, ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ DA ବକେୟା ଉପରେ ଆସିଲା ବଡ଼ ଅପଡେଟ, ସଂସଦରେ କେନ୍ଦ୍ର ମନ୍ତ୍ରୀ ଦେଲେ ବୟାନ

ଅଧିକ ପଢ଼ନ୍ତୁ:-ଭାଙ୍ଗିଗଲା ରୋହିତ ଶର୍ମାଙ୍କ ଗତ ୯ ବର୍ଷ ଧରି ଚାଲିଆସୁଥିବା ରେକର୍ଡ, ୨୦୨୨ ମସିହାରେ କରିପାରିଲେନି ଏହି କାମ

ସେପଟେ ଆମେରିକା ରାଷ୍ଟ୍ରପତି (US President) ଜୋ ବିଡେନ (Joe Biden) ୟୁକ୍ରେନକୁ ପେଟ୍ରିୟାଡ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦେବାକୁ ଘୋଷଣା କରିଛନ୍ତି । ଯାହା ଉପରେ ପୁଟିନ କହିଛନ୍ତି ଯେ ଏହାକୁ ମାତ୍ ଦେବା ପାଇଁ ଆମେ କିଛି ସମାଧାନ ବାହାର କରିନେବୁ । ପୁଟିନ କହିଛନ୍ତି ଯେ ଏହା ବହୁତ ପୁରୁଣା ଓ ଋଷର S-300 କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଭଳି କାମ କରୁନାହିଁ । କିନ୍ତୁ ଆମେ ଏହାକୁ ଦେଖିବା ଓ କୌଣସି ନା କୌଣସି ଏହାର କାଟ୍ ନିଶ୍ଚିତ ଭାବେ ବାହାର କରିନେବୁ ।