ଆମେରିକାର ଏହି ପଦକ୍ଷେରୁ ପୁଣି ବଢ଼ିଲା ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!
Advertisement

ଆମେରିକାର ଏହି ପଦକ୍ଷେରୁ ପୁଣି ବଢ଼ିଲା ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

Russia Ukraine War: ଫେବୃଆରୀ ଶେଷରେ ଋଷ (Russia) ୟୁକ୍ରେନ (Ukraine) ରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ୍ ଆରମ୍ଭ କରିଥିଲା । ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, କିଛି ସପ୍ତାହ ପରେ ପେଣ୍ଟାଗନ୍ ସମୁଦ୍ର ଦେଇ ୟୁକ୍ରେନକୁ ଅସ୍ତ୍ର ପଠାଇବା ଆରମ୍ଭ କରିଥିଲା ।

ଆମେରିକାର ଏହି ପଦକ୍ଷେରୁ ପୁଣି ବଢ଼ିଲା ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ନୂଆଦିଲ୍ଲୀ: Russia Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ । ୟୁକ୍ରେନ ସୈନ୍ୟବାହିନୀ (Ukrianian Army) କୁ ଆମେରିକା (US) ଅଧିକ ଅସ୍ତ୍ର ଯୋଗାଉଛି । ୱାଶିଂଟନ୍ ପୋଷ୍ଟ ରିପୋର୍ଟ ଅନୁଯାୟୀ, ଆମେରିକାର ପ୍ରତିରକ୍ଷା ବିଭାଗ (US Defense Department) ୟୁକ୍ରେନକୁ ସମୁଦ୍ର ଦେଇ ଅସ୍ତ୍ରଶସ୍ତ୍ର ପଠାଇବା ଆରମ୍ଭ କରିଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଜାହାଜଗୁଡ଼ିକ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ ଅଟନ୍ତି । ଏହା ନିଶ୍ଚିତ ଯେ ବିମାନ ଅପେକ୍ଷା ସେମାନଙ୍କର ଗତି ମନ୍ଥର ରହିଛି । ଏହି ଆମେରିକୀୟ ସାହାଯ୍ୟ (US Military Aid) ପରେ ୟୁକ୍ରେନର ଅସ୍ତ୍ରଶସ୍ତ୍ର ଭଣ୍ଡାର ଆହୁରି ଅଧିକ ବୃଦ୍ଧି ପାଇବ ।

ଫେବୃଆରୀ ଶେଷରେ ଋଷ (Russia) ୟୁକ୍ରେନ (Ukraine) ରେ ଏକ ସ୍ୱତନ୍ତ୍ର ସାମରିକ ଅପରେସନ୍ ଆରମ୍ଭ କରିଥିଲା । ଆମେରିକାର ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ, କିଛି ସପ୍ତାହ ପରେ ପେଣ୍ଟାଗନ୍ ସମୁଦ୍ର ଦେଇ ୟୁକ୍ରେନକୁ ଅସ୍ତ୍ର ପଠାଇବା ଆରମ୍ଭ କରିଥିଲା । ତେବେ ନିକଟ ଅତୀତରେ ସମୁଦ୍ର ଜାହାଜ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ବୃଦ୍ଧି ପାଇଛି । ଆର୍ମି କର୍ଣ୍ଣେଲ ଷ୍ଟିଭେନ୍ ପୁଥଫ୍ କହିଛନ୍ତି ଯେ,  ଆମେ ଜାଣୁ ଯେ ଥରେ ଆମେ ଅସ୍ତ୍ର ଦେବା କରିବା ଆରମ୍ଭ କଲେ ଏହା ଆଗକୁ ଆହୁରି ଅଧିକ ଆବଶ୍ୟକତା ହେବ ।

ଆମେରିକା ପ୍ରତିରକ୍ଷା ବିଭାଗ ପୂର୍ବରୁ ଘୋଷଣା କରିଥିଲା ​​ଯେ, ସେ ୟୁକ୍ରେନକୁ ଅତିରିକ୍ତ ସୈନ୍ୟ ସହାୟତା ଭାବେ ୭୭୫ ମିଲିୟନ ଆମେରିକୀୟ ଡଲାର ଯୋଗାଇବ, ଯେଉଁଥିରେ HIMARS ମିସାଇଲ, ଆର୍ଟିଲିରି ଏବଂ ମାଇନ କ୍ଲିୟରାନ୍ସ ସିଷ୍ଟମ ସାମିଲ ରହିଛି । ଏହି ସପ୍ତାହ ପୂର୍ବରୁ ଆମେରିକା ୟୁକ୍ରେନ ପାଇଁ ୨.୯୮ ବିଲିୟନ ଡ଼ଲାରର ଏକ ନୂତନ ପ୍ୟାକେଜ୍ ଘୋଷଣା କରିଥିଲା । ଏଥି ସହିତ ଆମେରିକାର ପ୍ରତିରକ୍ଷା ଶିଳ୍ପ ମଧ୍ୟ କିଛି ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା କରିଛି ।

ଏହା ବି ପଢ଼ନ୍ତୁ:-ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ନେଇ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦେଲେ ବଡ଼ ବୟାନ, ଜାଣନ୍ତୁ କ'ଣ କହିଲେ...

ଏହା ବି ପଢ଼ନ୍ତୁ:-ଭୁବନେଶ୍ୱର କୁମାର ରଚିଲେ ଇତିହାସ, ପାକିସ୍ତାନ ବିପକ୍ଷରେ ଏପରି କରିଥିବା ପ୍ରଥମ ଭାରତୀୟ ବୋଲର

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ପରାସ୍ତ କରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

 

ଏଥି ସହିତ ୟୁରୋପର ବୃହତ୍ତମ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ଗୁଳି ବିନିମୟ ପାଇଁ ୟୁକ୍ରେନ (Ukraine) ଓ ଋଷ (Russia) ପରସ୍ପରକୁ ଦାୟୀ କରିଛନ୍ତି । ଏହି ସମୟରେ ପରମାଣୁ କେନ୍ଦ୍ରରୁ ସମ୍ଭାବ୍ୟ ବିକିରଣ ଲିକ୍ ହେବାର ଆଶଙ୍କା ବଢ଼ିଛି । ୟୁକ୍ରେନ ଅଧିକାରୀମାନେ ଅଭିଯୋଗ କରିଛନ୍ତି ଯେ, ୟୁକ୍ରେନର ଅଧିକୃତ ଅଞ୍ଚଳରେ ଥିବା ଜାପୋରିଜିଆ ପରମାଣୁ ଶକ୍ତି କେନ୍ଦ୍ର ନିକଟରେ ଥିବା ଡନିପର ନଦୀ ପାର ହୋଇ ଋଷ ସୈନ୍ୟମାନେ କ୍ଷେପଣାସ୍ତ୍ର ଓ ଆର୍ଟିଲିରି ଷ୍ଟ୍ରାଇକ୍ କରିଛନ୍ତି । ଅନ୍ୟପଟେ ପରମାଣୁ ଇନ୍ଧନ ରଖାଯାଇଥିବା ବିଲଡିଂ ଉପରେ ୟୁକ୍ରେନ ଦ୍ୱାରା ଗୁଳି ଚଳାଇଥିବା ଋଷ ଦାବି କରିଛି ।