ଆମେରିକାର ଏହି ପଦକ୍ଷେରୁ ବଢ଼ିଲା ସାରା ଦୁନିଆର ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!
Advertisement

ଆମେରିକାର ଏହି ପଦକ୍ଷେରୁ ବଢ଼ିଲା ସାରା ଦୁନିଆର ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

 Russia Ukraine War: ନିକଟ ଅତୀତରେ ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ବର୍ନସ୍ କହିଛନ୍ତି ଯେ, ଆମେରିକାର ଆକଳନ ଅନୁଯାୟୀ ଏହି ଯୁଦ୍ଧରେ ପ୍ରାୟ ୧୫,୦୦ ଋଷ ସୈନିକ ନିହତ ହୋଇଛନ୍ତି । 

ଆମେରିକାର ଏହି ପଦକ୍ଷେରୁ ବଢ଼ିଲା ସାରା ଦୁନିଆର ଟେନସନ୍, ଆହୁରି ଭୀଷଣ ହେବ ଋଷ-ୟୁକ୍ରେନ ଯୁଦ୍ଧ!

ୱାଶିଂଟନ: Russia Ukraine War: ଗତ ପାଞ୍ଚ ମାସ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଚଳିତ ବର୍ଷ ଫେବୃଆରୀ ୨୪ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଏହା ପରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ ଋଷ ସେନା (Russian Army) ଶ୍ମଶାନରେ ପରିଣତ କରିଛି । କିନ୍ତୁ ଏହି ଯୁଦ୍ଧରେ ଋଷକୁ ମଧ୍ୟ ବହୁତ କ୍ଷତି ସହିବାକୁ ପଡ଼ୁଛି । ବର୍ତ୍ତମାନ ପର୍ଯ୍ୟନ୍ତ ଋଷର ହଜାର ହଜାର ସୈନ୍ୟ ନିହତ ହେବା ସହ ବିପୁଳ ସାମରିକ କ୍ଷୟକ୍ଷତି ଘଟିଛି । ଏହି ସମୟରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଆମେରିକା (America) ପୁଣି ଥରେ ଯୁଦ୍ଧ ସାମଗ୍ରୀ ସମେତ ୨୭୦ ମିଲିୟନ ଡଲାରର ସୁରକ୍ଷା ସହାୟତା ପଠାଇବାକୁ ଘୋଷଣା କରିଛି । ଏହା ଦ୍ୱାରା ଏହି ଯୁ୍ଦ୍ଧ ଆହୁରି ଭୀଷଣ ହେବ ବୋଲି ଆଶା କରାଯାଉଛି । ଏହି ଯୁଦ୍ଧ ଯୋଗୁଁ ସମଗ୍ର ଦୁନିଆରେ ଅନେକ ସଙ୍କଟ ଦେଖାଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ଖାଦ୍ୟ ଯୋଗାଣ ସଙ୍କଟ ।

ଶୁକ୍ରବାର ହ୍ୱାଇଟ ହାଉସ୍ ଘୋଷଣା କରିଛି ଯେ, ୟୁକ୍ରେନକୁ ଆମେରିକା (US) ଅତିରିକ୍ତ ୨୭୦ ମିଲିୟନ ଡଲାରର ସୁରକ୍ଷା ସହାୟତା ପଠାଉଛି । ଏହି ପ୍ୟାକେଜରେ ଅତିରିକ୍ତ ମଧ୍ୟମ ରେଞ୍ଜ୍ ରକେଟ ସିଷ୍ଟମ ଓ ସାମରିକ ଡ୍ରୋନ୍ ସାମିଲ ରହିଛି । ବାଇଡେନ ପ୍ରଶାସନ ଦ୍ୱାରା ୟୁକ୍ରେନ ପ୍ରତି ଆମେରିକାର ମୋଟ ପ୍ରତିବଦ୍ଧତା ସୁରକ୍ଷା ସହାୟତା ୮.୨ ବିଲିୟନ ଡଲାରକୁ ଅଣାଯାଇଛି । ଚଳିତ ବର୍ଷ ମେ' ମାସରେ କଂଗ୍ରେସ ଦ୍ୱାରା ଘୋଷିତ ହୋଇଥିବା ଏହି ନୂତନ ପ୍ୟାକେଜରେ ଚାରୋଟି ହାଇ ମୋବିଲିଟି ଆର୍ଟିଲିରି ରକେଟ୍ ସିଷ୍ଟମ୍ କିମ୍ବା ହିମାରସ୍ (HIMARS) ସାମିଲ ରହିଛି । ଏହାସହ କୀଭକୁ ୫୮୦ ଫିନିକ୍ସ ଘୋଷ୍ଟ ଡ୍ରୋନ୍ ହାସଲ କରିବାକୁ ଅନୁମତି ଦେବ, ଉଭୟ ଗୁରୁତର ଅସ୍ତ୍ର ପ୍ରଣାଳୀ ଯାହା ଋଷର ଆର୍ଟିଲିରି ପ୍ରାଧାନ୍ୟ ସତ୍ତ୍ୱେ ୟୁକ୍ରେନକୁ ଯୁଦ୍ଧରେ ତିଷ୍ଠି ରିହିବାକୁ ସାହାଯ୍ୟ କରିବ । ନୂଆ ସାହାଯ୍ୟରେ ପ୍ରାୟ ୩୬,୦୦୦ ରାଉଣ୍ଡ ଆର୍ଟିଲିରି ଗୁଳି ଓ HIMARS ପାଇଁ ଅତିରିକ୍ତ ଗୋଲା ବାରୁଦ ମଧ୍ୟ ସାମିଲ ରହିଛି ।

ଏହା ବି ପଢ଼ନ୍ତୁ:-ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ହୋଇଗଲା ଖେଳ, ଭାଙ୍ଗିଲା ଇମ୍ରାନଙ୍କ ସ୍ୱପ୍ନ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତିଙ୍କ ସେହି ସବୁ କ୍ଷମତା ଯାହା ପ୍ରଧାନମନ୍ତ୍ରୀଙ୍କ ପାଖରେ ନାହିଁ, ଆପଣ ମଧ୍ୟ ଜାଣି ନିଅନ୍ତୁ ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଆପଣଙ୍କୁ ଲାଗିବ ଜୋରଦାର ଝଟକା! ଏତେ ବଢ଼ିବ ବିଦ୍ୟୁତ ଦର

 

ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବି କହିଛନ୍ତି ଯେ, ରାଷ୍ଟ୍ରପତି ଏହା ସ୍ପଷ୍ଟ କରିଛନ୍ତି ଯେ ଯେତେଦିନ ପର୍ଯ୍ୟନ୍ତ ୟୁକ୍ରେନ ସରକାର ଓ ଲୋକଙ୍କୁ ସାହାଯ୍ୟର ଆବଶ୍ୟକତା ହେବ, ଆମେ ସେପର୍ଯ୍ୟନ୍ତ ଏହା ଜାରି ରଖିବୁ । ଏଠାରେ କହି ରଖୁଛୁ ଯେ, ୟୁକ୍ରେନ୍ର ସେନା ଆମେରିକାର ନିର୍ମିତ ରକେଟ୍ ଲଞ୍ଚର୍ ଓ ସାମରିକ ଡ୍ରୋନ୍ ବ୍ୟବହାର କରି ଋଷର ଡଜନ ଡଜନ ଟାର୍ଗେଟକୁ ଧ୍ୱଂସ କରିଛି । ଏହାସହ ଋଷର ବୃହତ ତଥା ଅଧିକ ସଶସ୍ତ୍ର ବାହିନୀକୁ ଅଟକାଇବାରେ ସଫଳ ହୋଇପାରିଛି ।

ନିକଟ ଅତୀତରେ ସିଆଇଏ ନିର୍ଦ୍ଦେଶକ ୱିଲିୟମ୍ ବର୍ନସ୍ କହିଛନ୍ତି ଯେ, ଆମେରିକାର ଆକଳନ ଅନୁଯାୟୀ ଏହି ଯୁଦ୍ଧରେ ପ୍ରାୟ ୧୫,୦୦ ଋଷ ସୈନିକ ନିହତ ହୋଇଛନ୍ତି । ସୈନ୍ୟ ମୃତ୍ୟୁ ସଂଖ୍ୟା ୧୯୮୦ ଦଶକରେ ଆଫଗାନିସ୍ତାନରେ ହୋଇଥିବା ଯୁଦ୍ଧରେ ସୋଭିଏତ୍ ୟୁନିଅନର ସାମରିକ କ୍ଷତି ବରାବର ହେବ, ଯାହା ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିଲା ।