Russia Ukraine War: ଯୁଦ୍ଧ ଜିତିବାକୁ ନୂଆ କୌଶଳ ଆପଣାଇଲେ ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ
Advertisement

Russia Ukraine War: ଯୁଦ୍ଧ ଜିତିବାକୁ ନୂଆ କୌଶଳ ଆପଣାଇଲେ ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ

Russia Ukraine Conflict:  ୟୁକ୍ରେନ ବିରୋଧୀ ଯୁଦ୍ଧରେ ସୈନ୍ୟ ଅଭିଯାନ ବିଫଳ ହେବା ପରେ ଋଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସୈନିକଙ୍କ ପରେ ଯୁଦ୍ଧ କ୍ଷେତ୍ରରେ କିଛି ସଂଗୀତଜ୍ଞଙ୍କୁ ନିୟୋଜିତ କରିବାକୁ ଯୋଜନା କରିଛି ଋଷିଆ। ଏହି ସଂଗୀତଜ୍ଞଙ୍କ ଜରିଆରେ ଯୁଦ୍ଧରେ ସୈନିକଙ୍କ ମନୋବଳ ବୃଦ୍ଧି କରିବାକୁ ଯୋଜନା କରିଛି ଋଷିଆ।  ନିକଟରେ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ 'ଫ୍ରଣ୍ଟ-ଲାଇନ୍ କ୍ରିଏଟିଭ୍ ବ୍ରିଗେଡ୍' ଗଠନ କରିବାକୁ ଘୋଷଣା କରିଛି ଯେଉଁଥିରେ ଉଭୟ ସଂଗୀତଜ୍ଞ ଏବଂ ଗାୟକ ସାମିଲ ହେବେ ବୋଲି କୁହାଯାଉଛି।

 

Russia Ukraine War: ଯୁଦ୍ଧ  ଜିତିବାକୁ ନୂଆ କୌଶଳ ଆପଣାଇଲେ ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ

Russian President Vladimir Putin: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ୧୦ ମାସ ପୂରଣ ହେବାକୁ ଯାଉଛି। ହେଲେ ଏହି ଯୁଦ୍ଧର ଫଳାଫଳ ଋଷିଆ ସପକ୍ଷରେ ଥିବା ପରି ମନେ ହେଉନାହିଁ। କାରଣ ଯୁଦ୍ଧ କ୍ଷେତ୍ରରେ ଋଷୀୟ ସୈନିବାହିନୀକୁ ୟୁକ୍ରେନ ସେନା ପକ୍ଷରୁ ଜବରଦସ୍ତ ଆହ୍ୱାନର ସାମ୍ନା କରିବାକୁ ପଡ଼ୁଛି। ଯୁଦ୍ଧରେ ୟୁକ୍ରେନ ଋଷିଆ ଆଗରେ ଭାରୀ ପଡ଼ିଯାଇଛି। ଏପରିକି ଋଷିଆ ସେନା ଅନେକ ୟୁକ୍ରେନ ଅଧିକୃତ ଅଞ୍ଚଳ ଛାଡ଼ି ପଳାୟନ କରିଛନ୍ତି। ଋଷୀୟ ସେନା ପଳାୟନ କରିବା ପରେ ଦେଶର ଏହି ଅଞ୍ଚଳକୁ ପୁନର୍ବାର ଦଖଲକୁ ନେବା ପ୍ରୟାସ ଜାରି ରଖିଛି ୟୁକ୍ରେନ ସେନା। 

ୟୁକ୍ରେନ ବିରୋଧୀ ଯୁଦ୍ଧରେ ସୈନ୍ୟ ଅଭିଯାନ ବିଫଳ ହେବା ପରେ ଋଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସୈନିକଙ୍କ ପରେ ଯୁଦ୍ଧ କ୍ଷେତ୍ରରେ କିଛି ସଂଗୀତଜ୍ଞଙ୍କୁ ନିୟୋଜିତ କରିବାକୁ ଯୋଜନା କରିଛି ଋଷିଆ। ଏହି ସଂଗୀତଜ୍ଞଙ୍କ ଜରିଆରେ ଯୁଦ୍ଧରେ ସୈନିକଙ୍କ ମନୋବଳ ବୃଦ୍ଧି କରିବାକୁ ଯୋଜନା କରିଛି ଋଷିଆ।  ନିକଟରେ ଋଷୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ 'ଫ୍ରଣ୍ଟ-ଲାଇନ୍ କ୍ରିଏଟିଭ୍ ବ୍ରିଗେଡ୍' ଗଠନ କରିବାକୁ ଘୋଷଣା କରିଛି ଯେଉଁଥିରେ ଉଭୟ ସଂଗୀତଜ୍ଞ ଏବଂ ଗାୟକ ସାମିଲ ହେବେ ବୋଲି କୁହାଯାଉଛି।
 
ଋଷୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି 'ଫ୍ରଣ୍ଟ-ଲାଇନ୍ କ୍ରିଏଟିଭ୍ ବ୍ରିଗେଡ୍' ଶାଖାରେ ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଦ୍ୱାରା ନିଯୁକ୍ତି ଅଭିଯାନର ଅଂଶ ଭାବେ ସେହି ବୃତ୍ତିଗତ କଳାକାରଙ୍କୁ ସାମିଲ କରାଯାଉଛି ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ସୈନ୍ୟ ବାହିନୀରେ ପ୍ରବେଶ କରିବେ। ଏହା ସହିତ ଅନ୍ୟ ମାନଙ୍କୁ ମଧ୍ୟ ସାମିଲ କରାଯିବ।  

ରବିବାର ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଗୁଇନ୍ଦା ରିପୋର୍ଟ ଜରିଆରେ ଯୁଦ୍ଧ ବେଳେ ଋଷିଆ ପକ୍ଷରୁ ସଂଗୀତଜ୍ଞଙ୍କୁ ନେଇ ଆର୍ମୀ ବ୍ରିଗେଡ୍ ଗଠନ କରାଯିବା ବାବଦରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛି। ଏନେଇ ବ୍ରିଟେନ ପକ୍ଷରୁ କୁହାଯାଇଛି ଯେ ସଂଗୀତଜ୍ଞଙ୍କୁ ନେଇ ଆର୍ମୀ ବ୍ରିଗେଡ୍ ଗଠନ କରିବା ପାଇଁ ଋଷିଆ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ସଂଗୀତଜ୍ଞ ଭାବେ ସେନାରେ ଯୋଗଦେଇ ଦେଶର ସେବା କରିବାକୁ ନିବେଦନ କରାଯାଉଛି। ଯୁଦ୍ଧକ୍ଷେତ୍ରରେ ସେମାନଙ୍କ ନିୟୋଜନ ଯଥାଶୀଘ୍ର କରାଯିବ। ଯାହାଦ୍ୱାରା ସଂଗୀତଜ୍ଞଙ୍କ ସଙ୍ଗୀତ ସହାୟତାରେ ଋଷୀୟ ସୈନ୍ୟକଙ୍କ ମନୋରଞ୍ଜନ ହେବା ସହ ସେମାନଙ୍କ ମନୋବଳ ମଧ୍ୟ ବଢାଯାଇପାରିବ। 

ହେଲେ ବ୍ରିଟେନ ଅଧିକାରୀ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏନେଇ ସେମାନେ କହିଛନ୍ତି ଏହି ସଂଗୀତଜ୍ଞଙ୍କ ବ୍ରିଗେଡ୍ ସେହି ସୈନିକଙ୍କ ମନୋବଳ କେତେ ବଢାଇ ପାରିବ ଯେଉଁମାନେ  ଖରାପ ନେତୃତ୍ୱ, ବେତନ ସମସ୍ୟା, ସୈନ୍ୟ ଉପକରଣ, ଗୁଳିଗୋଳା ଅଭାବ ଏବଂ ଯୁଦ୍ଧର ଉଦ୍ଦେଶ୍ୟ ବିଷୟରେ ସ୍ପଷ୍ଟତା ଅଭାବରୁ ଚିନ୍ତିତ ଅଛନ୍ତି। 

ଯୁଦ୍ଧ ଚାଲିଥିବା ବେଳେ ଋଷୀୟ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ୟୁକ୍ରେନ ସୀମାରେ ଅବସ୍ଥିତ ଅଞ୍ଚଳ ପରିଦର୍ଶନ କରି ସୈନିକଙ୍କୁ ଉତ୍ସାହିତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ପ୍ରତିରକ୍ଷା ମନ୍ତ୍ରୀ ସୈନ୍ୟ ନିୟୋଜନ କ୍ଷେତ୍ର ପରିଦର୍ଶନ କରିଛନ୍ତି ଏବଂ ସ୍ୱତନ୍ତ୍ର ସାମରିକ କାର୍ଯ୍ୟକ୍ଷେତ୍ରରେ ଋଷୀୟ ୟୁନିଟ ସ୍ଥିତି ସମ୍ପର୍କରେ ଯାଞ୍ଚ କରିଛନ୍ତି। ଗସ୍ତ ବେଳେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଏଗୁ ସୀମରେ ସୈନିକଙ୍କ ସହ ଆଲୋଚନା କରିଥିଲେ। ହେଲେ  ଯୁଦ୍ଧ ବେଳେ କ୍ରମାଗତ ଭାବେ ଖବର ଆସୁଥିଲା ଯେ ଋଷୀୟ ସୈନିକଙ୍କ ମନୋବଳ ଭାଙ୍ଗୁଛି ଏବଂ ସେମାନେ ଆତ୍ମସମର୍ପଣ କରୁଛନ୍ତି।