ଋଷରେ ପୁଟିନଙ୍କ ବିରୁଦ୍ଧରେ ଜନତାଙ୍କ ବିଦ୍ରୋହ, ବର୍ତ୍ତମାନ ସାଂସଦମାନେ ମଧ୍ୟ ହେଲେ ଏକାଠି; ଜାଣନ୍ତୁ ଏହି ଅସ୍ଥିରତା ପଛରେ କ'ଣ ରହିଛି କାରଣ
Advertisement

ଋଷରେ ପୁଟିନଙ୍କ ବିରୁଦ୍ଧରେ ଜନତାଙ୍କ ବିଦ୍ରୋହ, ବର୍ତ୍ତମାନ ସାଂସଦମାନେ ମଧ୍ୟ ହେଲେ ଏକାଠି; ଜାଣନ୍ତୁ ଏହି ଅସ୍ଥିରତା ପଛରେ କ'ଣ ରହିଛି କାରଣ

Revolt in Russia: ଋଷ ରାଷ୍ଟ୍ରପତି ପୁଟିନ ତିନି ପୂର୍ବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଋଷର ସେନ୍ୟ ଏକାଠି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପରେ ପୂରା ଋଷରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ବହୁ ସଂଖ୍ୟକ ଲୋକ ଋଷ ଛାଡ଼ି ଅନ୍ୟ ଦେଶକୁ ଯାଉଥିବାର ମଧ୍ୟ ଦେଖାଯାଇଥିଲା । 

ଋଷରେ ପୁଟିନଙ୍କ ବିରୁଦ୍ଧରେ ଜନତାଙ୍କ ବିଦ୍ରୋହ, ବର୍ତ୍ତମାନ ସାଂସଦମାନେ ମଧ୍ୟ ହେଲେ ଏକାଠି; ଜାଣନ୍ତୁ ଏହି ଅସ୍ଥିରତା ପଛରେ କ'ଣ ରହିଛି କାରଣ

ମସ୍କୋ: Revolt in Russia: ଋଷ ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) ଙ୍କ ବିରୋଧରେ ଲୋକମାନେ ରାସ୍ତାରେ ଓହ୍ଲାଇଛନ୍ତି । ରାଜଧାନୀ ମସ୍କୋ, ଋଷର ସବୁଠାରୁ ବଡ଼ ବ୍ୟବସାୟିକ ସହର ସେଣ୍ଟ ପିଟର୍ସବର୍ଗ ଏବଂ ଭ୍ଲାଦିଭୋଷ୍ତୋକରେ ବିରୋଧ ପ୍ରଦର୍ଶନ ଚାଲିଛି । ୩ ଲକ୍ଷ ରିଜର୍ଭ ଋଷ ସୈନ୍ୟ ମୁତୟନ ନିଷ୍ପତ୍ତିକୁ ଲୋକମାନେ ବିରୋଧ କରୁଛନ୍ତି । ରବିବାର ଋଷର ଦୁଇ ଜଣ ବରିଷ୍ଠ ସାଂସଦ ପୁଟିନ (Putin) ଙ୍କ ସହ ଋଷ ସେନା (Russian Army) ର ମୋବିଲାଇଜେଶନକୁ ନେଇ ଚର୍ଚ୍ଚା କରିଛନ୍ତି । ସେ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ସ୍ଥିତିର ମୁକାବିଲା କରିବାକୁ ଓ ଜନସାଧାରଣଙ୍କ କ୍ରୋଧ ଶାନ୍ତ କରିବା ପାଇଁ ଶୀଘ୍ର ସମାଧାନ କରିବାକୁ ଆଦେଶ ଦେଇଛନ୍ତି । 

ଋଷ ରାଷ୍ଟ୍ରପତି ପୁଟିନ ତିନି ପୂର୍ବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ଋଷର ସେନ୍ୟ ଏକାଠି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଆଦେଶ ପରେ ପୂରା ଋଷରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ବହୁ ସଂଖ୍ୟକ ଲୋକ ଋଷ ଛାଡ଼ି ଅନ୍ୟ ଦେଶକୁ ଯାଉଥିବାର ମଧ୍ୟ ଦେଖାଯାଇଥିଲା । ଏହି କାରଣରୁ ଋଷର ମିତ୍ର ଦେଶଗୁଡ଼ିକର ସୀମା ପୋଷ୍ଟରେ ବଡ଼ ଧରଣର ଭିଡ଼ ପରିସ୍ଥିତି ଦେଖାଦେଇଛି । କେବଳ ଏତିକି ନୁହେଁ ଫ୍ଲାଇଟ୍ ଟିକଟକୁ ନେଇ ମଧ୍ୟ ସଂଘର୍ଷ ଦେଖାଦେଇଥିଲା । ଖବର ଅନୁଯାୟୀ, ଅନେକ ସାଧାରଣ ନାଗରିକଙ୍କୁ ମଧ୍ୟ ଋଷ ସେନାରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେତେବେଳେ କି, ଋଷର ପ୍ରତିରକ୍ଷା ମନ୍ତ୍ରୀ ସରୋଜ ଶୋଏଗୁ ନିଶ୍ଚିତ କରିଥିଲେ ଯେ, କେବଳ ସ୍ୱତନ୍ତ୍ର ସାମରିକ ଦକ୍ଷତା କିମ୍ବା ସାମରିକ ଅଭିଜ୍ଞତା ଥିବା ଲୋକଙ୍କୁ ଏଥିରେ ଭର୍ତ୍ତି କରାଯିବ। 

ଋଷୀୟମାନେ ଏହି କଥାକୁ ନେଇ ଅସନ୍ତୋଷ ଅଛନ୍ତି ଯେ ଭ୍ଲାଦିମିର ପୁଟିନଙ୍କ ସରକାର କୌଣସି ସାମରିକ ଅଭିଜ୍ଞତା ନଥିବା ଲୋକଙ୍କୁ ଜବରଦସ୍ତ ନିଯୁକ୍ତି ଦେଉଛନ୍ତି, ଯାହା ଟିଭିରେ ଦିଆଯାଇଥିବା ପ୍ରତିଶ୍ରୁତିର ଓଲଟା । ଏଭଳି ପରିସ୍ଥିତିରେ ପୁଟିନଙ୍କ ନିକଟୀୟ ଦୁଇ ଋଷୀୟ ସାଂସଦ ଜନସାଧାରଣଙ୍କ କ୍ରୋଧକୁ ଦୂର କରିବା ପାଇଁ ମୋର୍ଚ୍ଚା ସମ୍ଭାଳିଛନ୍ତି । ଋଷର ଉପର ସଦନ ଫେଡେରେସନ୍ କାଉନସିଲର ଚେୟାରମ୍ୟାନ୍ ଭାଲେଣ୍ଟିନା ମ୍ୟାଟଭିଏନକୋ କହିଛନ୍ତି ଯେ, ତାଙ୍କୁ ସେହି ଲୋକମାନଙ୍କ ବିଷୟରେ ରିପୋର୍ଟ ମିଳିଛି, ଯେଉଁମାନେ ରିଜର୍ଭ ସୈନ୍ୟର ମୁତୟନ ପାଇଁ ଯିବାକୁ ଅଯୋଗ୍ୟ । ଟେଲିଗ୍ରାମ ମେସେଜିଂ ଆପରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ଏଭଳି ଜୋରଜବରଦସ୍ତି ସଂପୂର୍ଣ୍ଣ ଗ୍ରହଣୀୟ ନୁହେଁ ଓ ମୁଁ ଏହାକୁ ସମ୍ପୂର୍ଣ୍ଣ ରୂପେ ସ୍ୱୀକାର କରୁଛି ଯେ ଏହା ଦ୍ୱାରା ସମାଜରେ ଏକ ଦୃଢ଼ ପ୍ରତିକ୍ରିୟା ସୃଷ୍ଟି କରୁଛି ।

ଅଧିକ ପଢ଼ନ୍ତୁ:-ଚୀନର କ୍ଷମତାରୁ ଜିନପିଙ୍ଗଙ୍କୁ ହଟାଇବା ପ୍ରାୟ ନିଶ୍ଚିତ, ବର୍ତ୍ତମାନ ଡ୍ରାଗନ ଉପରେ ରାଜ କରିବେ ଏହି ଶକ୍ତିଶାଳୀ ନେତା!

ଅଧିକ ପଢ଼ନ୍ତୁ:-ପଞ୍ଜାବ ପରେ ରାଜସ୍ଥାନ ମଧ୍ୟ ଯିବ ହାତରୁ, ହାଇକମାଣ୍ଡଙ୍କୁ ଗେହଲୋଟଙ୍କ ମନ୍ତ୍ରୀ ଦେଲେ ଚେତାବନୀ!

ଅଧିକ ପଢ଼ନ୍ତୁ:-ଆମେରିକାର ଚେତାବନୀକୁ ମଧ୍ୟ ବେଖାତିର; କିମ୍ ଜଙ୍ଗ ଉଠାଇଲେ ଏହି ବଡ଼ ପଦକ୍ଷେପ, ସାରା ଦୁନିଆର ବଢ଼ାଇଲେ ଟେନସନ୍

 

 

ଋଷର ନିମ୍ନ ସଦନ ଷ୍ଟେଟ୍ ଡୁମାର ବାଚସ୍ପତି ଭାୟାଚେଲାଭ ଭୋଲୋଡିନ ମଧ୍ୟ ଏକ ପୃଥକ ପୋଷ୍ଟରେ ଉଦ୍ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅଭିଯୋଗ ମିଳୁଛି । ଯଦି କୈଣସି ଭୁଲ ଅଛି ତେବେ ଏହାକୁ ସଂଶୋଧନ କରିବା ଆବଶ୍ୟକ ... ଅଧିକାରୀମାନେ ପ୍ରତ୍ୟେକ ସ୍ତରରେ ସେମାନଙ୍କର ଦାୟିତ୍ୱ ବୁଝିବା ଉଚିତ୍ । ସେପଟେ ଅଧିକାରୀମାନେ କହିଛନ୍ତି ଯେ ଏହି ସଂଗଠନରେ ୩,୦୦,୦୦୦ରୁ ଅଧିକ ଋଷୀୟ ନାଗରିକଙ୍କୁ ସାମରିକ ସେବା ପାଇଁ ଡକାଯିବ । ସ୍ୱତନ୍ତ୍ର ଋଷର ଗଣମାଧ୍ୟମରେ ଦୁଇଟି ପୃଥକ ରିପୋର୍ଟ ପରେ କ୍ରେମଲିନ୍ ଦୁଇଥର ଅସ୍ୱୀକାର କରିଛନ୍ତି ଯେ କଣ ପ୍ରକୃତରେ ୧୦ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରାଯାଉଛି କି ।