budget day share market: ୨୦୧୪ରୁ ୨୦୨୪ ଯାଏ ରିପୋର୍ଟ : ଆଜି ବଜେଟ୍ ଘୋଷଣା ପରେ ସେୟାର ବଜାରରେ ମାନ୍ଦା
Advertisement
Article Detail0/zeeodisha/odisha2349345

budget day share market: ୨୦୧୪ରୁ ୨୦୨୪ ଯାଏ ରିପୋର୍ଟ : ଆଜି ବଜେଟ୍ ଘୋଷଣା ପରେ ସେୟାର ବଜାରରେ ମାନ୍ଦା

budget day share market : ଆଜି ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ।ଜାଣିବା କେଉଁ ବଜେଟରେ କେମିତି ସେୟାର ବଜାରର ରିଆକ୍ସନ ରହିଥିଲା

budget day share market

budget day share market : ଆଜି ଲୋକସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ।୨୦୨୪-୨୫ । ନୂଆ ମୋଦି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବଜେଟ୍ । ମୋଦି ସରକାର ନିଜର ପ୍ରଥମ ବଜେଟ୍ ୨୦ ଜୁଲାଇ ୨୦୧୪ ରେ ଆଣିଥିଲେ । ଏହି ଦିନ ନିଫ୍‌ଟି ୦.୨୩ ପ୍ରତିଶତ ଖସି ୭୫୬୭.୭୫କୁ ଆସିଥିଲା । ହେଲେ ଆଗାମୀ ୭ଦିନ ମଧ୍ୟରେ ଏହା ୦.୯୬ ପ୍ରତିଶତ ବଢି ନିଫ୍‌ଟି ୭୬୪୦.୪୫ରେ ପହଞ୍ଚିଥିଲା ।

 ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଥମ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ । ସେବେଠାରୁ ଏବେ ଯାଏଁ ମୋଟ ୧୨ ଥର ବଜେଟ ଉପସ୍ଥାପନ ହୋଇଛି ।ଏହିସବୁ ମଧ୍ୟରେ ମୋଟ ୭ଥର ସେୟାର ମାର୍କେଟର ରିଆକ୍ସନ ଭଲ ନଥିଲା। ତେବେ ଜାଣନ୍ତୁ ଜାଣିବା କେଉଁ ବଜେଟରେ କେମିତି ସେୟାର ବଜାରର ରିଆକ୍ସନ ରହିଥିଲା:-

 ୨୦୧୫ ଫେବୃଆରୀ ୨୫ରେ ମୋଦି ସରକାର ୨ୟ ଥର ପାଇଁ ଆଣିଥିଲେ ବଜେଟ୍ । ଏହି ଦିନ ସେୟାର ମାର୍କେରର ରିଆକ୍ସନ ପଜିଟିଭ୍ ଥିଲା । ନିଫ୍‌ଟିରେ ସାମାନ୍ୟ ବୃଦ୍ଧି ପାଇଥିଲା । ଆଗାମୀ ସାତ ଦିନରେ ନିଫ୍‌ଟି ୧.୭୭ ପ୍ରତିଶତ ବୃଦ୍ଧି ପାଇଁ ୮୯୨୨.୬୫ରେ ପହଞ୍ଚିଥିଲା । ଏହାପରେ ଏବଂ ୨୯ ଫେବୃଆରୀ ୨୦୧୬ରେ ମୋଦି ସରକାର ଆଣିଥିଲେ ତୃତୀୟ ବଜେଟ୍ । ଏହି ଦିନ ନିଫ୍‌ଟି ୦.୬୧ ପ୍ରତିଶତ ଖସି ୬୯୮୭ରେ ବନ୍ଦ ହୋଇଥିଲା । ହେଲେ ଏହାର ଆଗାମୀ ସାତ ଦିନରେ ସେୟାର ମାର୍କେଟ ବାଉଁସ ବ୍ୟାକ୍ କରିଥିଲା । 

୨୦୧୭ ଫେବୃଆରୀ ୧ରେ ଆସିଥିଲା  ଆଉ ଏକ ବଜେଟ୍ । ଏହି ଦିନ ନିଫ୍‌ଟି ୧.୮୧ ପ୍ରତିଶତ ବୃଦ୍ଧି ପାଇ ୮୭୧୬ ଯାଏଁ ରହିଥିଲା । ଏହାପରେ ଆଗାମୀ ଦିନ ୭ ଦିନ ୦.୬୦ ପ୍ରତିଶତ ବୃଦ୍ଧି ପାଇ ୮୭୬୯ ଯାଏଁ ପହଞ୍ଚିଥିଲା । ହେଲେ ୨୦୧୮ରେ ବଜେଟ୍ ଦିନ ନିଫ୍‌ଟି ୦.୧୦ ପ୍ରତିଶତ ହ୍ରାସ୍ ପାଇ ୧୧୦୧୬ରେ ବନ୍ଦ ହୋଇଥିଲା । 

 ୫ ଜୁଲାଇ ୨୦୧୯ରେ ବଜେଟ୍ ଆଣିଥିଲେ କେନ୍ଦ୍ର ସରକାର ।ଏହି ଦିନ ମାର୍କେଟ ଭଲ ରେପ୍ସନ୍ସ ଦେଇନଥିଲା । ନିଫ୍‌ଟ୍ ୧.୧୪ ପ୍ରତିଶତ ଖସି ୧୧୮୧୧ରେ ପହଞ୍ଚିଥିଲା । ଆଗାମୀ ସାତ ଦିନରେ ସେୟାର ମାର୍କେଟ୍‌ରେ ହ୍ରାସ ଦେଖିବାକୁ ମିଳିଥିଲା। ଏପିରିକି ମାର୍କେଟ ୨.୧୯ ପ୍ରତିଶତ ହ୍ରାସ୍ ପାଇଥିଲା।୧ ଫେବୃଆରୀ ୨୦୨୦ ବଜେଟ୍ ଦିନ ନିଫ୍‌ଟି ୨.୫୧ ପ୍ରତିଶତ ବୃଦ୍ଧି ପାଇଁ ୧୧୬୬୧ରେ ବନ୍ଦ ହୋଇଥିଲା । ଏହାର ଆଗାମୀ ସାତ ଦିନରେ ନିଫ୍‌ଟି ୩.୩୪ ପ୍ରତିଶତ ବୃଦ୍ଧି ସହ ୧୨୦୯୮ରେ ପହଞ୍ଚିଥିଲା ମାର୍କେଟ୍ ।

୧ ଫେବୃଆରୀ ୨୦୨୧ରେ ବଜେଟ୍ ଦିନ ସେୟାର ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା । ନିଫ୍‌ଟି ୪.୭୪ ପ୍ରତିଶତ ବୃଦ୍ଧି ପାଇ ୧୪୨୮୧ରେ ପହଞ୍ଚିଥିଲା । ଆଗାମୀ ସାତ ଦିନରେ ନିଫ୍‌ଟି ୫.୮୪ ପ୍ରତିଶତ ବୃଦ୍ଧି ପାଇଁ ୧୫୧୧୫ରେ ପହଞ୍ଚିଥ୍‌ଲା।୧ ଫେବୃଆରୀ ୨୦୨୨ରେ ବଜେଟ୍ ଦିନ ନିଫ୍‌ଟି ୦.୨୬ ପ୍ରତିଶତ ହ୍ରାସ ପାଇ ୧୭୬୧୬ରେ ପହଞ୍ଚିଥିଲା । 

୧ ଫେବୃଆରୀ ୨୦୨୩ରେ ବଜେଟ୍ ଦିନ ନିଫ୍‌ଟି ୦.୨୬ ପ୍ରତିଶତ ହ୍ରାସ ପାଇ ୧୭୬୧୬ରେ ପହଞ୍ଚିଥିଲା । ହେଲେ ଆଗାମୀ ସାତ ଦିନରେ ନିଫ୍‌ଟି ଉପରମୁହାଁ ରହିଥିଲା । ୧.୪୫ ପ୍ରତିଶତ ବୃଦ୍ଧି ପାଇ ୧୭୮୭୧ରେ ପହଞ୍ଚିଥିଲା। 

ଆଜି ୨୩ ଜୁଲାଇ ୨୦୨୪ ରେ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି।ବଜେଟ ଘୋଷଣା ହେବାର କିଛି ସମୟ ପୂର୍ବରୁ ଉଛୁଳୁଛି ସେୟାର ବଜାର।ଉଭୟ ନିଫଟି ଏବଂ ସେନସେକ୍ସ୍ ଗ୍ରୀନ ରଙ୍ଗ ସହ ଖୋଲିଛି।ବଜେଟ ଉପସ୍ଥାପିତ ହେବା ପୂର୍ବରୁ ବଜାରରେ ଭଲ ସ୍ଥିତି ଦେଖିବାକୁ ମିଳିଥିଲା।ହେଲେ ବଜେଟ ପରେ ହ୍ରାସ ପାଇଛି।ଅନେକ ସେୟାର ୨ ପ୍ରତିଶତ ରୁ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ପୂର୍ବରୁ ସେନସେକ୍ସ୍ ୨୦୦ ରୁ ଅଧିକ ଅଙ୍କ ଉପରକୁ ଉଠି ୮୦.୫୭୧ ରେ ଟ୍ରେଡ କରୁଥିଲା। ନିଫିଟ ୭୦. ବୃଦ୍ଧି ପାଇ ୨୪.୫୦୦ ଉପରେ ଟ୍ରେଡ୍ କରୁଥିଲା।ଏବେ ସେନସେକ୍ସ୍ ୮୦୦ ପଏଣ୍ଟ ଖସି ୭୯,୮୦୦ ରେ ଚାଲିଥିବା ବେଳେ ନିଫଟି ୨୦୦ ହ୍ରାସ ପାଇ ୨୪ ହଜାର ୨୯୦ ରେ ଟ୍ରେଡ୍ କରୁଛି।ଅନେକ ସରକାରୀ କମ୍ପାନୀରେ ସେୟାର ୨ ରୁ ୩ ପ୍ରତିଶ୍ରତ ହ୍ରାସ ପାଇଥିବା ଦେଖିବାକୁ ମିଳିଛି।