RBI Rules: ଚିରାଫଟା ନୋଟ ପରିବର୍ତ୍ତେ ମିଳିବ ନୂଆ ନୋଟ, ଜାଣନ୍ତୁ କ'ଣ କହୁଛି ଆରବିଆଇ ନିୟମ
Advertisement
Article Detail0/zeeodisha/odisha1577123

RBI Rules: ଚିରାଫଟା ନୋଟ ପରିବର୍ତ୍ତେ ମିଳିବ ନୂଆ ନୋଟ, ଜାଣନ୍ତୁ କ'ଣ କହୁଛି ଆରବିଆଇ ନିୟମ

RBI Rules: ବ୍ୟାଙ୍କ ଗୁଡି଼କରେ ଖରାପ ନୋଟ୍ ବଦଳା ଯାଇପାରିବ କିନ୍ତୁ ସୂଚନା ଅଭାବରୁ କିଛି ଲୋକ ବ୍ୟାଙ୍କକୁ ନ ଯାଇ ବଜାରରେ ବସିଥିବା ଦଲାଲମାନଙ୍କଠାରୁ ନୋଟ୍ ବଦଳାଇ ଥାଆନ୍ତି ଫଳରେ ଦଲାଲମାନେ ସେମାନଙ୍କୁ ଏହା ବଦଳରେ କମ୍ ଟଙ୍କା ଦେଇଥାଆନ୍ତି । ତେବେ ଜାଣନ୍ତୁ ଏନେଇ କଣ ରହିଛି ନିୟମ ।

ସୌ(ସୋସିଆଲ ମିଡିଆ)

RBI Rules: ସପିଂ କରିବା ସମୟରେ ହେଉ ବା ବୁଲାବୁଲି ଅବା ଜିନିଷପତ୍ର କିଣାକିଣି ସମୟରେ ପାଖରେ ଛିରା ଫଟା ନୋଟ ଥିଲେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କାରଣ ଅଧିକାଂଶ ଦୋକାନୀ ଏପରି ନୋଟ୍ ନେବାକୁ ମନା କରିଦିଅନ୍ତି । ବ୍ୟାଙ୍କ ଗୁଡି଼କରେ ଖରାପ ନୋଟ୍ ବଦଳା ଯାଇପାରିବ କିନ୍ତୁ ସୂଚନା ଅଭାବରୁ କିଛି ଲୋକ ବ୍ୟାଙ୍କକୁ ନ ଯାଇ ବଜାରରେ ବସିଥିବା ଦଲାଲମାନଙ୍କଠାରୁ ନୋଟ୍ ବଦଳାଇ ଥାଆନ୍ତି ଫଳରେ ଦଲାଲମାନେ ସେମାନଙ୍କୁ ଏହା ବଦଳରେ କମ୍ ଟଙ୍କା ଦେଇଥାଆନ୍ତି ।

ଯଦି ଆପଣଙ୍କ ପାଖରେ ପୁରୁଣା ବା ଚିରାଫଟା ନୋଟ ରହିଛି ତାହାଲେ ଆପଣ ବ୍ୟାଙ୍କରେ ଏହାକୁ ସହଜରେ ବଦଳାଇ ପାରିବେ । ଭାରତର ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କୌଣସି ବ୍ୟାଙ୍କ ଏପରି କରିବାକୁ ବାରଣ କରେ ତାହାଲେ ସେହି ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ବ୍ୟାଙ୍କରେ ନୋଟକୁ ବଦଳାଇବା ପାଇଁ ଆପଣ ଆରବିଆଇର ଅଫିସିଆଲ୍ ୱେବସାଇଟକୁ ଯାଇ ଅନଲାଇନରେ ଅଭିଯୋଗ କରିପାରିବେ।

ରିଜର୍ଭ ବ୍ୟାଙ୍କର ସର୍କୁଲାର ଅନୁଯାୟୀ, ଚିରାଫଟା ନୋଟ୍ ବଦଳାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ନିୟମ ମଧ୍ଯ ରହିଛି । ଜଣେ ବ୍ୟକ୍ତି ଗୋଟିଏ ସମୟରେ ସର୍ବାଧିକ ୨୦ଟି ନୋଟ୍ ବଦଳାଇ ପାରିବ । କିନ୍ତୁ ନୋଟ ବଦଳାଇବା ସମୟରେ ଏହାର ମୂଲ୍ୟ ୫୦୦୦ ହଜାର ଟଙ୍କା ଭିତରେ ହେବା ଆବଶ୍ୟକ । ଅଧିକ ଫାଟି ଯାଇଥିବା ବା ଜଳିଯାଇଥିବା ନୋଟ୍ ଗୁଡି଼କ ବ୍ୟାଙ୍କରେ ବଦଳା ଯାଇପାରିବ ନାହିଁ । ଏହି ନୋଟକୁ ଆରବିଆଇ( RBI) ଇସୁ କାର୍ଯ୍ୟାଳୟରେ ଜମା କରିପାରିବେ । ତେବେ ଚିରିଯାଇଥିବା ନୋଟକୁ ବଦଳାଇବା ପରେ ଏଥିପାଇଁ କେତେ ଟଙ୍କା ମିଳିବ ତାହା ନୋଟଟି କେତେ ଫାଟିଛି ତାହା ଉପରେ ନିର୍ଭର କରିଥାଏ । ଯଦି ଆପଣ ୨୦୦୦ ଟଙ୍କିଆ ନୋଟ୍ ୮୮ ବର୍ଗ ସେଣ୍ଟିମିଟର ଏହାର ସମସ୍ତ ମୂଲ୍ୟ ଆପଣ ପାଇପରିବେ । ସେହିପରି ଯଦି ଚିରା ଅଂଶ ୪୪ ବର୍ଗ ସେଣ୍ଟିମିଟର ଥାଏ ତେବେ ଆପଣଙ୍କୁ ଅଧା ରାଶି ପ୍ରଦାନ କରାଯିବ।  ସେହିଭଳି ଯଦି ୨୦୦ ଟଙ୍କା ନୋଟ ଚିରିଯାଇଥିବ ଆଉ ୭୮ବର୍ଗ ସେଣ୍ଟିମିଟର ସୁରକ୍ଷିତ ତେବେ ଏଭଳି ସ୍ଥିତିରେ ଆପଣ ପୂରା ଟଙ୍କା ପାଇପାରିବେ । ସେହିପରି ୩୯ ବର୍ଗ ସେଣ୍ଟିମିଟର ପାଇଁ ଅଧା ଟଙ୍କା ମିଳିଥାଏ ।

ଆରବିଆଇର ସୂଚନା ଅନୁଯାୟୀ, ପୁରୁଣା କିମ୍ବା ଛିରା ଫଟା ନୋଟକୁ ଆପଣ ସହଜରେ ବଦଳାଇପାରିବ, ଏଥିପାଇଁ ବ୍ୟାଙ୍କ କୌଣସି ଶୁଳ୍କ ନେଇନଥାଏ । ଯଦି କୌଣସି ନୋଟ୍ ଜଳି ଯାଇଛି ବା ଅଧିକ ଚିରିଫାଟି ଯାଇଛି ତାହାଲେ ଏପରି ପରିସ୍ଥିତିରେ ନୋଟ୍ ବଦଳାଇ ଯାଇପାରିବ ନାହିଁ । ବ୍ୟାଙ୍କ ଅଧିକାରୀ ଏପରି କ୍ଷେତ୍ରରେ ନୋଟ୍ ଗ୍ରହଣ କରିନଥାନ୍ତି ।