Shocking News: ମୂଷା ଖାଇଦେଲେ ୫୮୧ କେଜି ଗଞ୍ଜେଇ, କୋର୍ଟରେ ପହଞ୍ଚିଲା ମାମଲା, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?
Advertisement

Shocking News: ମୂଷା ଖାଇଦେଲେ ୫୮୧ କେଜି ଗଞ୍ଜେଇ, କୋର୍ଟରେ ପହଞ୍ଚିଲା ମାମଲା, ଜାଣନ୍ତୁ କ'ଣ ରହିଛି ପୁରା ଘଟଣାକ୍ରମ ?

Shocking News:ଆପଣ ନିଶ୍ଚିତ ଭାବରେ ପ୍ରତ୍ୟକ ଦିନ ଅନେକ ଘଟଣା ଶୁଣୁଥିବେ । ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ। ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଉ ଆପଣ ଭାବିବେ ଯେ, ସତରେ ଏପରି କଣ ହୋଇପାରେ ?

ସୌଜନ୍ୟ : ସୋସିଆଲ ମିଡିଆ

Shocking News: ଆପଣ ନିଶ୍ଚିତ ଭାବରେ ପ୍ରତ୍ୟକ ଦିନ ଅନେକ ଘଟଣା ଶୁଣୁଥିବେ । ହେଲେ ଆମେ ଆଜି ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ। ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଆଉ ଆପଣ ଭାବିବେ ଯେ, ସତରେ ଏପରି କଣ ହୋଇପାରେ ? ଉତ୍ତର ପ୍ରଦେଶର ମଥୁରାରୁ ଏକ ଖବର ଆସିଛି ଯେ, ମୂଷା ୫୮୧ କେଜି ଗଞ୍ଜେଇ ଖାଇ ଦେଇଛି । ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି । କୋର୍ଟରେ ମଥୁରା ପୋଲିସ୍ ଏପରି ବୟାନ ରଖିଛି । ପୋଲିସ କୋର୍ଟରେ କହିଛି ଯେ ଏହି ମୂଷାମାନେ ପୋଲିସ ଷ୍ଟେସନର ଗୋଦାମରେ ରଖାଯାଇଥିବା ୫୮୧ କିଲୋର  ଗଞ୍ଜେଇକୁ ଖାଇଦେଇଛନ୍ତି ।  ପୋଲିସ ଦ୍ବାରା ଏହି ରିପୋର୍ଟ କୋର୍ଟରେ ଉପସ୍ଥାପିତ କରାଯାଇଛି। 

କ'ଣ ଥିଲା ପୁରା ଘଟଣାକ୍ରମ ?

ମଥୁରା ପୋଲିସ ଶେରଗଡ ଏବଂ ରାଜପଥରୁ ୫୪୧ କିଲୋଗ୍ରାମର ଗଞ୍ଜେଇ ଜବତ କରିଥିଲେ। ଶେରଗଡରୁ ୩୪୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବା ବେଳେ ,୨୦୧୮ ମସିହାରେ ରାଜପଥ ଅଞ୍ଚଳରୁ ୧୯୫ କିଲୋଗ୍ରାମ ଗଞ୍ଜେଇ ପୋଲିସ ଜବତ କରାଯାଇଥିଲା। ଏବଂ ଜବତ ଗଞ୍ଜେଇକୁ ସିଲ୍ କରି ଥାନାର ଏକ ଗୋଦାମ ଘରେ ରଖାଯାଇଥିଲା। ଯେତେବେଳେ ଗଞ୍ଜେଇ ପ୍ୟାକେଟ୍ ଗୁଡିକୁ କୋର୍ଟକୁ ଅଣାଯିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେତେବେଳେ ପୋଲିସ କୋର୍ଟକୁ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଆଣିବାରେ ସକ୍ଷମ ହୋଇ ନ ଥିଲା । ଏବଂ କୋର୍ଟରେ ପୋଲିସ ଏଭଳି ବୟାନ ଦେଇଥିଲେ ଯେ, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ । କୋର୍ଟରେ ପୋଲିସ ଏପରି ବୟାନ ଦେଇଥିଲା ଯେ, ଗୋଦାମରେ ରଖାଯାଇଥିବା ଗଞ୍ଜେଇ ପ୍ୟାକେଟରୁ ୫୮୧ କେଜି ଗଞ୍ଜେଇ ମୂଷା ଖାଇଦେଇଛି । ଏବଂ ଅବଶିଷ୍ଚ ଗଞ୍ଜେଇ ନଷ୍ଚ ହୋଇ ଯାଇଛି । ପୋଲିସର ଏହି କଥା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ।  

ସ୍ଥାନୀୟ ଅଞ୍ଚଳରେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜାତୀୟ ରାଜପଥ ଇନ୍ସପେକ୍ଟର ଛୋଟେ ଲାଲ କହିଛନ୍ତି ଯେ ଅକ୍ଟୋବର ୭,୨୦୨୨ ରେ ବର୍ଷା ହେତୁ ପୋଲିସ ଷ୍ଟେସନ ଭିତରକୁ ବନ୍ୟା ପାଣି ମାଡି ଆସିଥିଲେ। ଏବଂ ଜବତ କରାଯାଇଥିବା ପୋଲିସ ଷ୍ଟେସନରେ ରଖାଯାଇଥିବା ଗଞ୍ଜେଇ ପାଣିରେ ନଷ୍ଟ ହୋଇ ଯାଇଥିଲା।  ପୋଲିସ କହିଛି ଯେ, ନଷ୍ଟ ହୋଇ ଯାଇଥିବା ଗଞ୍ଜେଇ ମଧ୍ୟ ଏବେବି ଥାନାରେ ପଡି ରହିଛି । ମିଡିଆ ରିପୋର୍ଟ ଅନୁସାରେ, ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୯୦ ଲକ୍ଷ ଟଙ୍କା ହେବ । କିଛି ବର୍ଷ ପୂର୍ବେ ବିହାରରୁ ମଧ୍ୟ ଏପରି ଏକ ଖବର ସାମ୍ନାକୁ ଆସିଥିଲା, ​​ଯେଉଁଥିରେ କୁହାଯାଇଥିଲା ଯେ କୋଟି କୋଟି ମୂଲ୍ୟର ମଦକୁ ମୂଷାମାନେ ପିଇ ଦେଇଥଛନ୍ତି ।