ଆପଣଙ୍କ ଡିଲର୍ ରାସନ କାର୍ଡରେ କମ୍ ଦେଉଛନ୍ତି କି ରାସନ? ତୁରନ୍ତ ଏହି ନମ୍ବରକୁ କରନ୍ତୁ କଲ୍
Advertisement

ଆପଣଙ୍କ ଡିଲର୍ ରାସନ କାର୍ଡରେ କମ୍ ଦେଉଛନ୍ତି କି ରାସନ? ତୁରନ୍ତ ଏହି ନମ୍ବରକୁ କରନ୍ତୁ କଲ୍

Ration Card Complaint Helpline Number: ଆପଣ ନିଜର ରାସନ କାର୍ଡ ଡିଲର (Ration Card Dealer) ଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ । ଏଥିପାଇଁ ସରକାର ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି । ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ରାଜ୍ୟର ଟ୍ରୋଲ୍ ଫ୍ରି ନମ୍ବର ବିଷୟରେ, ଯେଉଁ ନମ୍ୱରରେ ଆପଣ ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ ।

ଆପଣଙ୍କ ଡିଲର୍ ରାସନ କାର୍ଡରେ କମ୍ ଦେଉଛନ୍ତି କି ରାସନ? ତୁରନ୍ତ ଏହି ନମ୍ବରକୁ କରନ୍ତୁ କଲ୍

ନୂଆଦିଲ୍ଲୀ: Ration Card Complaint Helpline Number: ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ପାଇଁ ସରକାର ରାସନ କାର୍ଡ (Ration Card) ର ବ୍ୟବସ୍ଥା କରିଛନ୍ତି । ଏହି କାର୍ଡ ମାଧ୍ୟମରେ ଅନେକ ପରିବାର ରାସନ (Ration Card Holder) ର ସୁବିଧା ପାଆନ୍ତି । କେବଳ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦୋକାନଗୁଡ଼ିକରେ ରାସନ ସାମଗ୍ରୀ ମିଳିଥାଏ । ପ୍ରତ୍ୟେକ ପରିବାରର ବ୍ୟକ୍ତିଙ୍କ ସଂଖ୍ୟା ଅନୁଯାୟୀ ଲୋକଙ୍କୁ ରାସନ ଦିଆଯାଏ | ତେଣୁ, ଯଦିଓ ଆପଣଙ୍କ ଘରେ ଛୋଟ ପିଲା ଥାଆନ୍ତି, ତେବେ ନିଶ୍ଚିତ ଭାବରେ ସେମାନଙ୍କ ନାମକୁ ରାସନ କାର୍ଡରେ ଯୋଡନ୍ତୁ । କିନ୍ତୁ, ଅନେକ ସ୍ଥାନରୁ ଅଭିଯୋଗ ଆସେ ଯେ ରାସନ ଡିଲର (Ration Dealer) ଲୋକମାନଙ୍କୁ ସଠିକ୍ ଓ ନିର୍ଦ୍ଦିଷ୍ଟ ପରିମାଣରେ ରାସନ ଦେଉନାହାଁନ୍ତି ।

ତେଣୁ ଗ୍ରାହକମାନେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ନିଜର ରାସନ କାର୍ଡ ଡିଲର (Ration Card Dealer) ଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବେ । ଏଥିପାଇଁ ସରକାର ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି । ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ରାଜ୍ୟର ଟ୍ରୋଲ୍ ଫ୍ରି ନମ୍ବର ବିଷୟରେ, ଯେଉଁ ନମ୍ୱରରେ ଆପଣ ଆପଣଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ ।

ଏଠାରେ ଚେକ୍ କରନ୍ତୁ ଆପଣଙ୍କ ରାଜ୍ୟର ହେଲ୍ପଲାଇନ ନମ୍ବର

ଆନ୍ଧ୍ରପ୍ରଦେଶ - 1800-425-2977
ଅରୁଣାଚଳ ପ୍ରଦେଶ - 03602244290
ଆସାମ - 1800-345-3611
ବିହାର- 1800-3456-194 
ଛତିଶଗଡ଼ - 1800-233-3663
ଗୋଆ- 1800-233-0022 
ଗୁଜୁରାଟ- 1800-233-5500
ହରିୟାଣା - 1800-180-2087
ହିମାଚଳ ପ୍ରଦେଶ - 1800-180-8026 
ଝାଡ଼ଖଣ୍ଡ - 1800-345-6598, 1800-212-5512
କର୍ଣ୍ଣାଟକ- 1800-425-9339
କେରଳ- 1800-425-1550
ମଧ୍ୟପ୍ରଦେଶ - 181
ମହାରାଷ୍ଟ୍ର- 1800-22-4950
ମଣିପୁର- 1800-345-3821
ମେଘାଳୟ- 1800-345-3670
ମିଜୋରାମ- 1860-222-222-789, 1800-345-3891
ନାଗାଲାଣ୍ଡ - 1800-345-3704, 1800-345-3705
ଓଡ଼ିଶା - 1800-345-6724 / 6760
ପଞ୍ଜାବ - 1800-3006-1313

ଏହା ବି ପଢ଼ନ୍ତୁ:-ଲୋକସଭା ନିର୍ବାଚନ ୨୦୨୪: ପଦ ଏକ, ଦାବିଦାର ଅନେକ, ଜାଣନ୍ତୁ ଏସବୁ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସବୁଠାରୁ ମଜବୁତ ଦାବିଦାର କିଏ?

 

ଏହା ବି ପଢ଼ନ୍ତୁ:-ଲୋକସଭା ନିର୍ବାଚନରେ ​​'ଖେଲା ହୋବେ', ଦିଲ୍ଲୀର ଗାଦି ଉପରେ ଦିଦିଙ୍କ ନଜର! ମେଣ୍ଟକୁ ନେଇ ଦେଲେ ବଡ଼ ବୟାନ

ଏହା ବି ପଢ଼ନ୍ତୁ:-ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ ଅନ୍ତିମ ସଂସ୍କାରର ପୂରା ପ୍ରକ୍ରିୟା

ରାଜସ୍ଥାନ - 1800-180-6127
ସିକ୍କିମ୍ - 1800-345-3236 
ତାମିଲନାଡୁ - 1800-425-5901
ତେଲେଙ୍ଗାନା - 1800-4250-0333 
ତ୍ରିପୁରା- 1800-345-3665
ଉତ୍ତରପ୍ରଦେଶ- 1800-180-0150
ଉତ୍ତରାଖଣ୍ଡ - 1800-180-2000, 1800-180-4188 
ପଶ୍ଚିମବଙ୍ଗ - 1800-345-5505
ଦିଲ୍ଲୀ - 1800-110-841
ଜମ୍ମୁ - 1800-180-7106
କାଶ୍ମୀର - 1800-180-7011
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ - 1800-343-3197 
ଚଣ୍ଡିଗଡ଼ - 1800-180-2068
ଦାଦ୍ରା ଏବଂ ନାଗର ହାଭେଳି ଏବଂ ଦାମନ ଏବଂ ଡିୟୁ - 1800-233-4004 
ଲାକ୍ଷାଦ୍ୱୀପ - 1800-425-3186 
ପୁଡୁଚେରୀ - 1800-425-1082 

ଆମେ ଆପଣଙ୍କୁ କହି ରଖୁଛୁ ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନମ୍ବରକୁ କଲ୍ କରିବା ବ୍ୟତୀତ ଆପଣ ଅନଲାଇନ୍ ମୋଡ୍ ମାଧ୍ୟମରେ ମଧ୍ୟ ଆପଣଙ୍କର ଅଭିଯୋଗ କରିପାରିବେ । ଏଥିପାଇଁ ଆପଣ ଜାତୀୟ ଖାଦ୍ୟ ସୁରକ୍ଷା ପୋର୍ଟାଲ ଭିଜିଟ୍ କରି ଆପଣଙ୍କ ରାଜ୍ୟର ପୋର୍ଟାଲ ଚେକ୍ କରି ଅନଲାଇନରେ ଅଭିଯୋଗ କରିପାରିବେ ।