Rashtrapati Bhavan Garden: ଆସନ୍ତାକାଲି ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ଉଦ୍ୟାନ, କିପରି କରିବେ ବୁକିଂ?
Advertisement

Rashtrapati Bhavan Garden: ଆସନ୍ତାକାଲି ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ଉଦ୍ୟାନ, କିପରି କରିବେ ବୁକିଂ?

Rashtrapati Bhavan Garden Visit: ପ୍ରାୟ ୧୫ ଏକର ଜମିରେ ପରିବ୍ୟାପ୍ତ ରାଷ୍ଟ୍ରପତି ଭବନ ଉଦ୍ୟାନର ପରିକଳ୍ପନା ଜାମ୍ମୁ କାଶ୍ମୀରର ମୋଗଲ ଗାର୍ଡେନ, ତାଜମହଲ ଚାରିପାଖରେ ଥିବା ବଗିଚା ସହ ଭାରତ ଏବଂ ପାରସ୍ୟର କ୍ଷୁଦ୍ର ଚିତ୍ରରୁ କରାଯାଇଥିଲା। 

Rashtrapati Bhavan Garden: ଆସନ୍ତାକାଲି ଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ଉଦ୍ୟାନ, କିପରି କରିବେ ବୁକିଂ?

Rashtrapati Bhavan Garden Booking: ଆସନ୍ତାକାଲି ଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିବ ରାଷ୍ଟ୍ରପତି ଭବନ ଉଦ୍ୟାନ। ନିକଟରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଭବନସ୍ଥିତ ମୋଗଲ ଗାର୍ଡେନ ନାମ ପରିବର୍ତ୍ତନ କରି ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର। ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା 'ଆଜାଦି କା ଅମୃତ ମହୋତ୍ସବ' ବିଷୟ ବସ୍ତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଯଦି ଆପଣ ରାଷ୍ଟ୍ରପତି ଭବନସ୍ଥିତ ଉଦ୍ୟାନ ପରିଦର୍ଶନ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ https://rb.nic.in/rbvisit/visit_plan.aspx ୱେବସାଇଟ ପରିଦର୍ଶନ କରି ଅନଲାଇନ ବୁକିଂ କରିପାରିବେ। 

ପ୍ରାୟ ୧୫ ଏକର ଜମିରେ ପରିବ୍ୟାପ୍ତ ରାଷ୍ଟ୍ରପତି ଭବନ ଉଦ୍ୟାନର ପରିକଳ୍ପନା ଜାମ୍ମୁ କାଶ୍ମୀରର ମୋଗଲ ଗାର୍ଡେନ, ତାଜମହଲ ଚାରିପାଖରେ ଥିବା ବଗିଚା ସହ ଭାରତ ଏବଂ ପାରସ୍ୟର କ୍ଷୁଦ୍ର ଚିତ୍ରରୁ କରାଯାଇଥିଲା। ରାଷ୍ଟ୍ରପତି ଭବନର ମୁଖ୍ୟ ଭବନ ନିକଟରେ ରହିଥିବା ଏହି ବିଶାଳ ଆୟତକାର ଉଦ୍ୟାନରେ ରହିଥିବା ବିଭିନ୍ନ ପ୍ରକାର ଗଛ ଲତା, ପାଣିକୁଣ୍ଡ ଏବଂ ଫୁଲ କାର୍ପେଟ ଏଠାକୁ ଆସୁଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିଥାଏ। ଏହି ଉଦ୍ୟାନ ମଝିରେ ଟ୍ୟୁଲିପ ଫୁଲରେ ସଜାଯାଇଥିବା ଏକ ସୁନ୍ଦର ପୋଖରୀର ଦୃଶ୍ୟ ବେଶ ମନୋରମ। ଏହାର ଚତୁର୍ଦ୍ଦିଗରେ ସୁଗନ୍ଧ ବିସ୍ତାର କରୁଥିବା ଫୁଲ ଗଛ ରହିଛି। ଏଠାରେ ଅନେକ ପ୍ରକାରର ପ୍ରଜାପତି ଦୃଶ୍ୟମାନ ହୋଇଥାଏ। ଏହାକୁ ପ୍ରଜାପତି ଉଦ୍ୟାନ ମଧ୍ୟ କୁହାଯାଏ।

Also Read: ବଦଳିଲା ରାଷ୍ଟ୍ରପତି ଭବନସ୍ଥିତ ମୋଗଲ ଗାର୍ଡେନ ନାମ, ମିଳିଲା ନୂତନ ନାମ

ରାଷ୍ଟ୍ରପତି ଭବନ ଉଦ୍ୟାନ ପରିସରରେ ଅବସ୍ଥିତ ଆୟୁର୍ବେଦୀୟ ବଗିଚା ସବୁବେଳେ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଛି। ଏଠାରେ ଅନେକ ପ୍ରକାର ଔଷଧୀୟ ଗଛ ଲତା ରହିଛି। ଏହି ଉଦ୍ୟାନରେ ତୁଳସୀ, 
ମୋଗରା-ମୋତିୟା, ରଜନୀଗନ୍ଧ, ବେଲା, ରାତ କି ରାନୀ, ଜୁହି, ଚମ୍ପା-ଜସ୍ମିନ୍ ଭଳି ଅନେକ ଫୁଲ ଏଠାରେ ରହିଛି। ଉଦ୍ୟାନ ପରିସରରେ ମୋଗଲ କେନାଲ, ଟେରାସ ଏବଂ ଫୁଲ ଗଛକୁ ୟୁରୋପୀୟ ଫୁଲ, ଲନ୍ ସୁନ୍ଦର ଭାବରେ ମିଶ୍ରିତ ହୋଇଛି। 

ରାଷ୍ଟ୍ରପତି ଭବନ ଉଦ୍ୟାନରେ ଦୁନିଆର ସର୍ବୋତ୍ତମ ଗୋଲାପ ବଗିଚା ରହିଛି। ଏଠାରେ ଗୋଲାପ, ଟ୍ୟୁଲିପ ଏବଂ ଆୟୁର୍ବେଦୀୟ ବଗିଚା ହେଉଛି ମୁଖ୍ୟ ଆକର୍ଷଣ। ଏଠାରେ ପ୍ରାୟ ୧୩୫  ପ୍ରକାରର ଗୋଲାପ ଗଛ ରହିଛି। ଏହା ମଧ୍ୟରେ ଉଭୟ ଅଳଙ୍କାର ଏବଂ ସୁଗନ୍ଧିତ କିସମ ଅନ୍ତର୍ଭୂକ୍ତ ରହିଛି। ଯେପରିକି ଏଲିଜାବେଥ୍, ମଦର ଟେରେସା, ଆଞ୍ଜେଲିକ୍, ବ୍ଲୁ ମୁନ୍, ବ୍ଲାକ୍ ରୋଜ୍, ଗ୍ରୀନ୍ ରୋଜ୍।