Wedding News: ବାନ୍ତି ଲାଗୁଛି କହି ଛୁ ମାରିଲା କନିଁଆ, ୧୩ ଦିନ ଧରି ବେଦିରେ ବସି ରହିଲା ବର...
Advertisement

Wedding News: ବାନ୍ତି ଲାଗୁଛି କହି ଛୁ ମାରିଲା କନିଁଆ, ୧୩ ଦିନ ଧରି ବେଦିରେ ବସି ରହିଲା ବର...

Shocking Wedding:  ବାହା ବେଦିରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୩ ଦିନ କାଳ ବସି ରହିଥିଲା ବର । ଆଜ୍ଞା ହଁ, ଶୁଣିବାକୁ ଅଜବ ଲାଗୁଥିବା ଏହି ଘଟଣା କିନ୍ତୁ ସତ ଅଟେ । ବେଦି ଉପରେ ନିଜ ଭାବି ସ୍ତ୍ରୀକୁ ଅପେକ୍ଷା କରି ୧୩ ଦିନ ଯାଏଁ ବସି ରହିଥିଲା ବର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।

ସୌ(ସୋସିଆଲ ମିଡିଆ)

Shocking Wedding: ବାଜା ରୋଷଣୀ ଧରି ବରଯାତ୍ରୀଙ୍କ ସହ ବାହାଘର ଲାଗି ପହଁଞ୍ଚିଥିଲା ବର (Groom) । ସେପେଟେ କନ୍ୟା ପକ୍ଷ ବରକୁ ପାଛୋଟି ନେବା ପରେ ଆରମ୍ଭ ହୋଇଥିଲା ସମସ୍ତ ରୀତିନୀତି । ବେଶ ଧୁମଧାମ୍ ରେ ଚାଲଥିଲା ବିବାହ କାର୍ଯ୍ୟକ୍ରମ । ଆଉ ଠିକ୍ ଏତିକି ବେଳେ ଘଟିଥିଲା ଅଜବ ଘଟଣା, ଯାହା ଫଳରେ ବାହା ବେଦିରେ ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୩ ଦିନ କାଳ ବସି ରହିଥିଲା ବର । ଆଜ୍ଞା ହଁ, ଶୁଣିବାକୁ ଅଜବ ଲାଗୁଥିବା ଏହି ଘଟଣା କିନ୍ତୁ ସତ ଅଟେ । ବାହାଘର ଦିନ କନ୍ୟା ନିଜ ପ୍ରେମିକ ସହ ଫେରାର ହୋଇଯିବା ପରେ ବେଦି ଉପରେ ନିଜ ଭାବି ସ୍ତ୍ରୀକୁ ଅପେକ୍ଷା କରି ୧୩ ଦିନ ଯାଏଁ ବସି ରହିଥିଲା ବର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ ।

ସୂଚନା ଅନୁଯାୟୀ, ରାଜସ୍ଥାନ (Rajasthan) ପାଲି ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଜବ ଘଟଣା । ତେବେ ଏଠାରେ ଘଟିଥିବା ଏହି ଘଟଣା କୌଣସି ଚଳଚ୍ଚିତ୍ର କାହାଣୀଠାରୁ କମ୍ ନୁହେଁ । ବାସ୍ତବରେ, ସୈଣା ଗାଁର ସକାରାମଙ୍କ ଝିଅ ମନିଷାଙ୍କର ମଣାଦର ଗାଁର ଶ୍ରବଣ କୁମାରଙ୍କ ବିବାହ ସ୍ଥିର ହୋଇଥିଲା । ଗତ ମଇ ୩ ତାରିଖ ଦିନ ବାହାଘର ଲାଗି ବରଯାତ୍ରୀଙ୍କୁ ସାଙ୍ଗରେ ଧରି ଶ୍ବଶୁର ଘରେ ପହଁଞ୍ଚିଥିଲା ବର । କନ୍ୟା ପକ୍ଷ ବରଯାତ୍ରୀଙ୍କୁ ସ୍ବାଗତ କରିବା ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଳମ୍ବିତ ରାତିରେ ବାହାଘର କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାନ୍ତି ଲାଗୁଛି ବୋଲି କହି କନ୍ୟା (Bride) ବେଦି ଛାଡି ଘର ଭିତରକୁ ଚାଲିଯାଇଥିଲେ । ଫେରିବା ବିଳମ୍ବ ହେବାରୁ ତାଙ୍କୁ ଡ଼ାକିବା ଲାଗି ପରିବାର ଲୋକେ ଘର ଭିତରକୁ ଯାଇଥିଲେ । କିନ୍ତୁ ଝିଅକୁ ପାଇନଥିଲେ । ବହୁ ଖୋଜାଖୋଜି ପରେ ଝିଅ ଫେରାର ଥିବା ଜାଣିବାକୁ ପାଇଥିଲେ । ସେପଟେ କନ୍ୟାର ଏହି ଅଜବ କାଣ୍ତ ଶୁଣିବା ପରେ ବେଦିରୁ ଉଠିନଥିଲା ବର । ବିବାହ କରି ସ୍ତ୍ରୀକୁ ସାଙ୍ଗରେ ଧରି ଯିବା ଲାଗି ଜିଦ ଧରି ବସିଥିଲେ ଶ୍ରବଣ କୁମାର । ଏମିତି ସେ ନିଜ ମୁଣ୍ତରୁ ମୁକୁଟ ମଧ୍ଯ କାଢି ନଥିଲେ । ଅନ୍ୟପଟେ କନ୍ୟାର ପରିବାର ଲୋକେ ଝିଅକୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ । ବହୁ ଖୋଜା ଖୋଜି ପରେ ଝିଅ ନିଜ ପ୍ରେମିକ ସହ ଗୁଜୁରାଟ ପଳାଇଥିବା ଖବର ପାଇଥିଲେ ।

ଏହା ମଧ୍ଯ ପଢନ୍ତୁ-Weird Marriage: ଅଦ୍ଭୁତ ବିବାହ: ଗୋଟିଏ ମଣ୍ଡପରେ ଦୁଇ ଭଉଣୀଙ୍କୁ ବିବାହ କଲେ ଯୁବକ, କାରଣ ଜାଣିଲେ ଆପଣ ବି....

ଏହା ମଧ୍ଯ ପଢନ୍ତୁ-ଅଜବ କାଣ୍ଡ: ନିବସ୍ତ୍ର ହୋଇ ହିନ୍ଦୁ ମନ୍ଦିରକୁ ପ୍ରବେଶ କଲେ ଜର୍ମାନ ଯୁବତୀ

 ଏହି ଖବର ପାଇବା ପରେ ପରିବାର ଲୋକେ ସେଠାରେ ପହଁଞ୍ଚି ମନିଷାଙ୍କୁ ବୁଝାସୁଝା କରି ଘରକୁ ଆଣିଥିଲେ । ପରେ ଗତ ମଇ ୧୫ ତାରିଖରେ ଉଭୟଙ୍କ ବିବାହ ସଂପନ୍ନ ହୋଇଥିଲା। ଶେଷରେ କନ୍ୟାକୁ ସାଙ୍ଗରେ ଧରି ଘରକୁ ଫେରିଥିଲା ବର । ତେବେ ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହେବା ସହ ବରକୁ ପ୍ରଶଂସା ମଧ୍ୟ କରିଛନ୍ତି ।

ଏହା ମଧ୍ଯ ପଢନ୍ତୁ-Longest Straight Road In The World: ବିଶ୍ୱର ଦୀର୍ଘତମ ସିଧା ରାସ୍ତା ଯେଉଁଠି ନାହିଁ କୌଣସି ବୁଲାଣି, ଜାଣନ୍ତୁ ଏହାର ବିଶେଷତ୍ୱ

ଏହା ବି ପଢନ୍ତୁ- Shocking News: ରାତାରାତି କୋଟିପତି ହୋଇଗଲେ ଦିନ ମଜୁରିଆ, ଜାଣନ୍ତୁ କେମିତି..

ଏହା ବି ପଢନ୍ତୁ-Untalented Guy: ବନ୍ଧା ହେଲେ ଓଡି଼ଆ ୟୁଟୁବର ‘ଅନଟାଲେଣ୍ଟେଡ଼ ଗାଏ’, ଜାଣନ୍ତୁ କଣ ରହିଛି ପୁରା ଘଟଣାକ୍ରମ?