Raj Thackeray React on PFI: ଦେଶ ବିରୋଧୀ ନାରାକୁ ନେଇ ଗର୍ଜିଲେ ଠାକରେ, ଗୃହମନ୍ତ୍ରୀଙ୍କୁ ଟ୍ୱିଟ ଟ୍ୟାଗ କରି ଏପରି କହିଲେ...
Advertisement

Raj Thackeray React on PFI: ଦେଶ ବିରୋଧୀ ନାରାକୁ ନେଇ ଗର୍ଜିଲେ ଠାକରେ, ଗୃହମନ୍ତ୍ରୀଙ୍କୁ ଟ୍ୱିଟ ଟ୍ୟାଗ କରି ଏପରି କହିଲେ...

PFI protest in Pune: ଅଭିଯୁକ୍ତଙ୍କୁ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ ସାବଧାନ ରୁହ, ନଚେତ୍ ଯଦି ହିନ୍ଦୁମାନେ ଏହି ମାମଲାକୁ ନିଜ ହାତକୁ ନେବେ ସ୍ଥିର କରନ୍ତି, ତେବେ ପର୍ବ ସମୟରେ ଅଶାନ୍ତି ଦେଖାଦେଇଥାଏ। ଯଦି ଆମେମାନେ ଏହି ମାମଲାରେ ମୁଣ୍ଡ ପୁରାଇବୁ ତେବେ ତୁମମାନଙ୍କର ଅବସ୍ଥା କଣ ହେବ ସେ କଥା ଆମେ ମଧ୍ୟ କହିପାରିବୁ ନାହିଁ।

Raj Thackeray React on PFI:  ଦେଶ ବିରୋଧୀ ନାରାକୁ ନେଇ ଗର୍ଜିଲେ ଠାକରେ, ଗୃହମନ୍ତ୍ରୀଙ୍କୁ ଟ୍ୱିଟ ଟ୍ୟାଗ କରି ଏପରି କହିଲେ...

Raj Thackeray on PFI: ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ କିଛି ପିଏଫଆଇ ସମର୍ଥକ 'ପାକିସ୍ତାନ ଜିନ୍ଦବାଦ'ର ସ୍ଲୋଗାନ ଦେବା ପରେ ରାଜନୀତି ତେଜିବାରେ ଲାଗିଛି। ବର୍ତ୍ତମାନ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମଧ୍ୟ ଏହି ପ୍ରସଙ୍ଗରେ ମୁଁହ ଖୋଲିଛନ୍ତି। ସେ ଅଭିଯୁକ୍ତଙ୍କୁ ଖୋଲା ଚେତାବନୀ ଦେଇ କହିଛନ୍ତି ଯେ ସାବଧାନ ରୁହ, ନଚେତ୍ ଯଦି ହିନ୍ଦୁମାନେ ଏହି ମାମଲାକୁ ନିଜ ହାତକୁ ନେବେ ସ୍ଥିର କରନ୍ତି, ତେବେ ପର୍ବ ସମୟରେ ଅଶାନ୍ତି ଦେଖାଦେଇଥାଏ। ଯଦି ଆମେମାନେ ଏହି ମାମଲାରେ ମୁଣ୍ଡ ପୁରାଇବୁ ତେବେ ତୁମମାନଙ୍କର ଅବସ୍ଥା କଣ ହେବ ସେ କଥା ଆମେ ମଧ୍ୟ କହିପାରିବୁ ନାହିଁ। ଏସବୁ କହିବା ପାଇଁ ଉସୁକାଇବା ପାଇଁ ବାଧ୍ୟ କର ନାହିଁ ବୋଲି ସେ କହିଛନ୍ତି। ସରକାରଙ୍କୁ ନିବେଦନ କରି ସେ କହିଛନ୍ତି ଯେ ଏହି ଦେଶ ବିରୋଧୀ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସେ କହିଛନ୍ତି।

ରାଜ ଠାକରେ ନିଜ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରି କହିଛନ୍ତି କି ଆମ ପୁଣେ ସହରରେ ପାକିସ୍ତାନ ଜିନ୍ଦାବାଦ, ଅଲ୍ଲାହୁ ଅକବର ଭଳି ନାରା ଦେଉଥିବା ଲୋକମାନେ ରହୁଛନ୍ତି, ତେବେ ଆମ ଦେଶ ହିନ୍ଦୁମାନେ ଚୁପ ବସିବା ବାଲା ନୁହଁନ୍ତି। ଏହାଠାରୁ ସବୁଠାରୁ ଭଲ ହେବ କି ଏମାନଙ୍କୁ ଦେଶରୁ ଖୁବଶୀଘ୍ର ଶେଷ କରିଦେବା ଭଲ ହେବ ବୋଲି ରାଜ ଠାକରେ କହିଛନ୍ତି। ଏହାକୁ ଗୃହମନ୍ତ୍ରୀ ଅମିତ ଶାହ ଓ ମହାରାଷ୍ଟ୍ରର ଉପମୂଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଟ୍ୟାଗ କରିଛନ୍ତି। 

ଯେଉଁମାନେ ଏହି ସ୍ଲୋଗାନ ଉଠାଇଥିବାର ଅଭିଯୋଗ କରିଛନ୍ତି ରାଜ ଠାକରେ କହିଛନ୍ତି ଯେ ଯଦି ତାଙ୍କର ମାନସିକ ସ୍ଥିତି ଏହିପରି, ତେବେ ତୁମର ଧର୍ମ ନେଇ ପାକିସ୍ତାନ ଯାଅ। ଆମ ଦେଶରେ ଏଭଳି ନାଟକ ଅନୁମତି ଦିଆଯିବ ନାହିଁ। ମୁଁ ଏଭଳି ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଓ ରାଜ୍ୟ ଗୃହମନ୍ତ୍ରୀମାନଙ୍କୁ ଅନୁରୋଧ କରୁଛି। ଯଦି ନୁହେଁ, ଆମ ଦେଶର ହିନ୍ଦୁମାନେ ଚୁପ୍ ରହିବେ ନାହିଁ। ପରବର୍ତ୍ତୀ ସମୟରେ କ’ଣ ହୋଇପାରେ ମୁଁ ସବିଶେଷ ତଥ୍ୟ ଦେବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି।

ଏହି ଭିଡିଓକୁ ଦର୍ଶାଇ ଶନିବାର ବିଜେପି ଅଭିଯୋଗ କରିଛି ଯେ ଶୁକ୍ରବାର ଜିଲ୍ଲା କଲେକ୍ଟର କାର୍ଯ୍ୟାଳୟ ବାହାରେ ଏକ ପିଏଫଆଇ ବିରୋଧ ରାଲିରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଦିଆଯାଇଛି। ପୁଣେ ପୋଲିସ କହିଛି ଯେ ସେମାନେ ପ୍ରଥମେ ଭିଡିଓ ଯାଞ୍ଚ କରିବେ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଆତଙ୍କବାଦ ପାଣ୍ଠି ଅଭିଯୋଗ ଉପରେ ପିଏଫଆଇ ନେତାଙ୍କ ଉପରେ ଏନଆଇଏ-ଇଡି-ଷ୍ଟେଟ ପୋଲିସର ମିଳିତ କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହି ବିରୋଧ କରାଯାଇଥିଲା।

ଏହି ଅଭିଯୋଗ ପରେ ଧାରା ୧୪୧, ୧୪୩, ୧୪୫, ୧୪୭, ୧୪୯, ୧୮୮ ଏବଂ ଭାରତୀୟ ଦଣ୍ଡ ସଂହିତାର ୩୪୧ ଅନୁଯାୟୀ ପିଏଫଆଇ ପ୍ରଦର୍ଶନକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

ଅଧିକ ପଢନ୍ତୁ: Dutee Chand: ନବରାତ୍ରୀ ପୂର୍ବରୁ 'ସରସ୍ୱତୀ'ଙ୍କୁ ଧୋଇଲେ ଦୂତି