Queen Elizabeth II: କେତେ ସମ୍ପତ୍ତିର ମାଲିକ ଥିଲେ ବ୍ରିଟେନ ରାଣୀ?
Advertisement

Queen Elizabeth II: କେତେ ସମ୍ପତ୍ତିର ମାଲିକ ଥିଲେ ବ୍ରିଟେନ ରାଣୀ?

Queen Elizabeth II wealth: ପ୍ରକୃତରେ ବ୍ରିଟେନ ରାଜପରିବାରର ରାଜକୀୟ ସମ୍ପତ୍ତି କହିଲେ, Crown Estate ଜମି, ରୟାଲ୍ କଲେକ୍ସନ୍ ଅଫ୍ ଆର୍ଟ ଏବଂ ଅଳଙ୍କାର, ସରକାରୀ ଆବାସ ଏବଂ ରୟାଲ୍ ଅଭିଲେଖାଗାରକୁ ବୁଝାଏ। ଏଗୁଡିକ ରାଜତନ୍ତ୍ର ଦ୍ୱାରା ଏକ ଅନୁଷ୍ଠାନ ଭାବରେ ପରିଚାଳିତ ହୋଇଥାଏ। 

 Queen Elizabeth II: କେତେ ସମ୍ପତ୍ତିର ମାଲିକ ଥିଲେ ବ୍ରିଟେନ ରାଣୀ?

Queen Elizabeth II wealth: ୯୬ ବର୍ଷ ବୟସରେ ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ହେହାନ୍ତ ହୋଇଛି। ରାଣୀଙ୍କ ପରେ ଏବେ ତାଙ୍କ ବଡପୁଅ ରାଜକୁମାର ଚାର୍ଲସ ବ୍ରିଟ୍ରିଶ ସାମ୍ରାଜ୍ୟ ସମ୍ଭାଳିବେ। କେବଳ ଚାର୍ଲ୍ସ କେବଳ ରାଣୀ ଏଲିଜାବେଥଙ୍କ ସିଂହାସନ ଅଧିକାର କରିବେ ତାହା ନୁହେଁ, ବରଂ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତିର ମଧ୍ୟ ଉତ୍ତରାଧିକାରୀ ହେବେ। ତେବେ ଏବେ ପ୍ରଶ୍ନ ଉଠୁଛି, ରାଣୀ ଏଲିଜାବେଥ ଦ୍ୱିତୀୟ କେତେ ସମ୍ପତ୍ତିର ମାଲିକ ଥିଲେ? ତାଙ୍କ ନିକଟରେ କେତେ ବ୍ୟକ୍ତିଗତ ସମ୍ପତ୍ତି ଥିଲା? ବ୍ରିଟିଶ ରାଜାମାନେ ସେମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ତାଲିକା ପ୍ରକାଶ କରନ୍ତି ନାହିଁ। କିନ୍ତୁ Sunday Times Rich List 2022 ଅନୁଯାୟୀ, ଏଲିଜାବେଥ ଦ୍ୱିତୀୟ ପ୍ରାୟ ୪୨୬ ନିୟୁତ ଡଲାର ମୂଲ୍ୟ ସମ୍ପତ୍ତିର ମାଲିକ ଥିଲେ।

ପ୍ରକୃତରେ ବ୍ରିଟେନ ରାଜପରିବାରର ରାଜକୀୟ ସମ୍ପତ୍ତି କହିଲେ, Crown Estate ଜମି, ରୟାଲ୍ କଲେକ୍ସନ୍ ଅଫ୍ ଆର୍ଟ ଏବଂ ଅଳଙ୍କାର, ସରକାରୀ ଆବାସ ଏବଂ ରୟାଲ୍ ଅଭିଲେଖାଗାରକୁ ବୁଝାଏ। ଏଗୁଡିକ ରାଜତନ୍ତ୍ର ଦ୍ୱାରା ଏକ ଅନୁଷ୍ଠାନ ଭାବରେ ପରିଚାଳିତ ହୋଇଥାଏ। ଏହି ରାଜକୀୟ ସମ୍ପତ୍ତି ଟ୍ରଷ୍ଟ ମାଧ୍ୟମରେ ସିଧାସଳଖ ରାଜା ଚାର୍ଲସଙ୍କ ନିକଟକୁ ଯିବ। ସେହିପରି କୋହିନୂର ହୀରା ଖଚିତ ରାଜମୁକୁଟ (ପ୍ରାୟ ତିନି ମିଲିୟନ ଡଲାର)  ସ୍ୱୟଂଚାଳିତ ଭାବରେ ତାଙ୍କ ଉତ୍ତରାଧିକାରୀଙ୍କୁ ହସ୍ତାନ୍ତର କରାଯିବ। କେବଳ ସାଙ୍କେତିକ ଭାବରେ ବ୍ରିଟେନର ରାଣୀ କାମେଲା ଏହାକୁ ପରିଧାନ କରିବେ। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ବ୍ୟକ୍ତିଗତ ସମ୍ପତ୍ତିକୁ ଚାର୍ଲସଙ୍କ ନିଜସ୍ୱ ସମ୍ପତ୍ତିରେ ଯୋଡାଯିବ। celebritynetworth.com ଅନୁସାରେ ଚାର୍ଲସଙ୍କ ନିକଟରେ ଆନୁମାନିକ ୧୦୦ ମିଲିୟନ ଡଲାରର ସମ୍ପତ୍ତି ଅଛି।

Also Read: Queen Elizabeth II: ସ୍କଟଲାଣ୍ଡରେ ରାଣୀ ଏଲିଜାବେଥ-IIଙ୍କ ନିଧନ, ଜାଣନ୍ତୁ, ଏବେ କିଏ ସମ୍ଭାଳିବ

 

Sunday Timesର ରିପୋର୍ଟ ଅନୁସାରେ, ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ଫିଲିପ ୧୦ ମିଲିୟନ ଡଲାରର ସମ୍ପତ୍ତି ଛାଡି ଯାଇଛନ୍ତି। ଏଥିରେ ୩୦୦୦ଟି ଆର୍ଟ ଥିଲା, ଯେଉଁ ଗୁଡିକୁ ତାଙ୍କ ସମ୍ପର୍କୀୟ ଓ ବନ୍ଧୁବାନ୍ଧବଙ୍କୁ ଦିଆଯାଇଛି। ୨୦୨୧ରେ କୋର୍ଟଙ୍କ ନିର୍ଦ୍ଦେଶରେ ସେଗୁଡିକୁ ଏବେ ୯୦ ବର୍ଷ ପାଇଁ ସିଲ୍ କରାଯାଇଛି। ତେବେ ମଧ୍ୟଯୁଗରୁ ବ୍ରିଟେନ ରାଜ ପରିବାର ଯେଉଁ ବାଣିଜ୍ୟିକ ଜମି, ଚାଷଜମି ଓ ଆବାସର ମାଲିକ ଥିଲା, ତାହା ଏବେ ମଧ୍ୟ ସେମାନଙ୍କ ଅଧିନରେ ରହିବ। ରାଜପରିବାର ନିଜ ଆୟ ବ୍ୟବହାର କରିବାକୁ ହକଦାର ଏବଂ ସରକାରୀ ଖର୍ଚ୍ଚ ପୂରଣ ପାଇଁ ସେମାନେ ଏହାକୁ ବହୁଳ ଭାବରେ ବ୍ୟବହାର କରନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜପରିବାର ୨୪ ମିଲିୟନ ଡ଼ଲାର ଅର୍ଥ ଖର୍ଚ୍ଚ କରିଥିଲା।

୧୭୬୦ ମସିହାରେ ହୋଇଥିବା ଏକ ଚୁକ୍ତି ଅନୁଯାୟୀ, ରାଜପରିବାର ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଯେଉଁଥିପାଇଁ ବ୍ରିଟେନର ଟ୍ରେଜେରୀରୁ ଏବେ ଚାର୍ଲସ୍ ବାର୍ଷିକ ସାର୍ବଭୌମ ଅନୁଦାନ ମଧ୍ୟ ପାଇବେ, ଯାହା କ୍ରାଉନ୍ ଇଷ୍ଟେଟ୍ ଠାରୁ ପ୍ରପ୍ତ ଲାଭର ୧୫ ପ୍ରତିଶତ ସ୍ଥିର ହୋଇଛି। ଏହି ଅନୁଦାନରେ ରାଜକୀୟ ତଥା ରାଜ ପରିବାରର ଅନ୍ୟ ବରିଷ୍ଠ ସଦସ୍ୟଙ୍କ ପାଇଁ ସରକାରୀ ଖର୍ଚ୍ଚ ବହନ କରାଯାଏ। ତତବ୍ୟତୀତ ସେମାନଙ୍କ କର୍ମଚାରୀଙ୍କ ଦରମା ଏବଂ ରାଜପ୍ରାସାଦର ରକ୍ଷଣାବେକ୍ଷଣ ହୁଏ। ୟୁରୋପରର ସବୁଠାରୁ ଅଧିକ ସମ୍ପତ୍ତି ରାଜପରିବାର ନିକଟରେ ରହିଛି। ୨୦୨୧-୨୨ ମସିହାରେ ଏଥିରୁ ମୋଟ ଲାଭ ୩୧୨.୭ ମିଲିୟନ ୟୁରୋ ଥିଲା। 

Also Read: ରାଣୀ ଏଲିଜାବେଥଙ୍କ ମୃତଦେହକୁ ଆଗାମୀ ୧୦ ଦିନ ପାଇଁ ଦିଆଯିବ ନାହିଁ ସମାଧି, ଜାଣନ୍ତୁ...

ବ୍ରିଟେନରେ ଉତ୍ତରାଧିକାରୀ ସମ୍ପତ୍ତି ମୂଲ୍ୟ ତିନି ଲକ୍ଷ ୨୫ ହଜାର ୟୁରୋ ସ୍ଥିର କରାଯାଇଛି। ଯଦି ଏହାଠାରୁ ଅଧିକ ମୂଲ୍ୟର ସମ୍ପତ୍ତି ରୁହେ ତେବେ ୪୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡେ। କିନ୍ତୁ ୧୯୯୩ର ନିୟମ ଅନୁସାରେ, ନୂତନ ରାଜା ତାଙ୍କ ବ୍ୟକ୍ତିଗତ ସମ୍ପତ୍ତି ଉପରେ ଉତ୍ତରାଧିକାରୀ ଟିକସ ଦେବେ ନାହିଁ।