Indian Navy: କତାରରୁ ମୁକୁଳିଲେ ୮ ଜଣ ପୂର୍ବତନ ନୌସେନା ଅଧିକାରୀ
Advertisement

Indian Navy: କତାରରୁ ମୁକୁଳିଲେ ୮ ଜଣ ପୂର୍ବତନ ନୌସେନା ଅଧିକାରୀ

8 navy officers got free: ଭାରତ ବଡ଼ କୂଟନୈତିକ ବିଜୟ । ଗୁପ୍ତଚର ମାମଲାରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି କତାର । ସୋମବାର ସକାଳେ ବୈଦେଶିକ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସମସ୍ତ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ ହୋଇଛନ୍ତି ।ମୁକ୍ତ ହୋଇଥିବା ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ଯରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି ।

ସୌଜନ୍ୟ-ସୋସିଆଲ ମିଡିଆ

8 navy officers got free from Qatar: ଭାରତ ବଡ଼ କୂଟନୈତିକ ବିଜୟ । ଗୁପ୍ତଚର ମାମଲାରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଛି କତାର । ସୋମବାର ସକାଳେ ବୈଦେଶିକ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସମସ୍ତ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ ହୋଇଛନ୍ତି ।ମୁକ୍ତ ହୋଇଥିବା ନୌସେନାର ୮ ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ଯରୁ ୭ ଜଣ କତାରରୁ ଭାରତ ଫେରିଛନ୍ତି ।

ଖବର ଅନୁଯାୟୀ, ସମସ୍ତ ୮ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀ କତାରର ଦୋହା ଗ୍ଲୋବାଲ ଟେକ୍ନୋଲଜି ଆଣ୍ତ କନସଲଟେନ୍ସି ନାମକ ଏକ କମ୍ପାନୀରେ କାମ କରୁଥିଲେ । ପରେ ଗୁଇନ୍ଦାଗିରି ଅଭିଯୋଗରେ କତାର କୋର୍ଟ ସମସ୍ତ ଅଧିକାରୀଙ୍କୁ ଫାଶୀଦଣ୍ତ ଶୁଣାଇବା ପରେ ଏହି ମାମଲାରେ ବିଦେଶ ମନ୍ତ୍ରଣାଳୟର ହସ୍ତକ୍ଷେପ କରିଥିଲା ।  ୨୦୨୨ ଅଗଷ୍ଟ ୩୦ରେ ଗିରଫ ହୋଇଥିବା ୮ ଜଣ ଅବସରପ୍ରାପ୍ତ ଭାରତୀୟ ନୌସେନା କର୍ମଚାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଗତବର୍ଷ ଡିସେମ୍ବର ମାସରେ କତାରର ଏକ ଅଦାଲତ ରଦ୍ଦ କରି ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ଦିଲ୍ଲୀକୁ ଫେରିଆସିଥିବା ଉକ୍ତ ଅବସରପ୍ରାପ୍ତ ନୌସେନା କର୍ମଚାରୀମାନେ ଏ ମାମଲାରେ ହସ୍ତକ୍ଷେପ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି।

Also Read- Rojgar Mela 2024: ଆଜି ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

Also Read- CAPF Exam: ଇଂରାଜୀ ଓ ହିନ୍ଦୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ହେବ ସିଏପିଏଫ କନଷ୍ଟେବଳ ନିଯୁକ୍ତି ପରୀକ୍ଷା