ଚର୍ଚ୍ଚାରେ ମହାମହିମ ରାଷ୍ଟ୍ରପତି! ରେକର୍ଡ ଭାଙ୍ଗିଲା ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ
Advertisement

ଚର୍ଚ୍ଚାରେ ମହାମହିମ ରାଷ୍ଟ୍ରପତି! ରେକର୍ଡ ଭାଙ୍ଗିଲା ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ

President Of India: ବର୍ତ୍ତମାନ ଚର୍ଚ୍ଚାରେ ପ୍ରେସିଡେଣ୍ଟ ଅଫ୍‌ ଇଣ୍ଡିଆଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ରହିଛି । ସୋସିଆଲ ମିଡିଆରେ ମହାମହିମଙ୍କ ଆକାଉଣ୍ଟ ଭେରିଫାଏ ହେବା ପୂର୍ବରୁ ତାଙ୍କୁ ଏତେ ମାତ୍ରାରେ ଫଲୋଅର୍ସ ଫଲୋ କରିଛନ୍ତି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ସାଙ୍କେତିକ ଫଟୋ

ନୁଆଦିଲ୍ଲୀ: ପ୍ରାର୍ଥୀ ଘୋଷଣା ହେବା ଦିନଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ (Draupadi Murmu) ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି । ରାଇରଙ୍ଗପୁରରୁ ରାଇସିନା ହିଲର ତାଙ୍କର ଏହି ଯାତ୍ରାକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯାଉଛି । ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଭାରତର ରାଷ୍ଟ୍ରପତି (President Of India) । ଯାହାକୁ ନେଇ ସାରା ଓଡ଼ିଶା କାହିଁକି ଦେଶସାରା ଚର୍ଚ୍ଚା । ନିପଟ ଆଦିବାସୀ ମୁଲକରୁ ଆସି ରାଇସିନା ହିଲରେ ବସି ମହାମହିମ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ରାଷ୍ଟ୍ରପତି ହେବା ପରେ ତାଙ୍କ ପାଖକୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ  । ତେବେ ଏସବୁ ଚର୍ଚ୍ଚା ଭିତରେ ଦ୍ରୌପଦୀ ମୁର୍ମୁଙ୍କ ଖାତାରେ ଯୋଡ଼ି ହୋଇଯାଇଛି ଆଉ ଏକ ରେକର୍ଡ । ଏହି ରେକର୍ଡ ତାଙ୍କର ସୋସିଆଲ୍ ମିଡିଆ (Social Media) ଆକାଉଣ୍ଟକୁ ନେଇ ।  ସୋସିଆଲ୍ ମିଡିଆର ପ୍ରମୁଖ ପ୍ଲାଟଫର୍ମ ଫେସବୁକରେ ଆକାଉଣ୍ଟ ଖୋଲିବାର ମାତ୍ର ୧୦ ଦିନରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬ ମିଲିୟନ୍ ଟପିଛି ।

ଯେଉଁଦିନ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ନେଲେ ସେହି ଦିନ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ନାଁରେ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଥିବା କୁହାଯାଉଛି । ଗତ ଜୁଲାଇ ୨୫ ତାରିଖ ସୋମବାର ସକାଳ ୧୦ଟା ୧୫ ମିନିଟରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ । ଏହାର ଠିକ୍ ୨୨ ମିନିଟ୍ ମଧ୍ୟରେ ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲାଯାଇଥିଲା । ଏହାପରେ ସକାଳ ୧୦ଟା ୩୭ ମିନିଟ ସମୟରେ ପ୍ରଥମ ପ୍ରୋଫାଇଲ୍‌ ଫଟୋ ଅପ୍‌ଡେଟ୍‌ ହୋଇଥିଲା ।

ଆଜିକୁ ଠିକ୍ ୧୦ ଦିନ ତଳେ ଖୋଲାଯାଇଥିବା ଦ୍ରୌପଦୀ ମୁର୍ମୁଙ୍କ ଫେସବୁକକୁ ୬ ମିଲିୟନ୍ ଲୋକ ଫଲୋ କରିଛନ୍ତି । କହିରଖୁଛୁ, ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରିବା ସୁଦ୍ଧା ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୯.୫ ମିଲିଅନ୍‌ରେ ପହଞ୍ଚିଥିଲା । ତେବେ ମହାମହିମଙ୍କ ଲୋକପ୍ରୀୟତା କେତେ ଯେ ଅଧିକ,ଏଥିରୁ ହିଁ ପ୍ରମାଣିତ ହେଉଛି ।

ଏହା ବି ପଢ଼ନ୍ତୁ: ବର୍ତ୍ତମାନ ପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣର କାମ କେତେ ସରିଛି? ଦୁଇ ବର୍ଷ ପୂର୍ବେ ପିଏମ କରିଥିଲେ ଭୂମିପୂଜନ

ଏହା ବି ପଢ଼ନ୍ତୁ: LAC ନିକଟରେ ଉଡ଼ୁଥିବା ଚୀନ ଯୁଦ୍ଧ ବିମାନକୁ ନେଇ ଭାରତ ଆଲର୍ଟ; ଡ୍ରାଗନକୁ ଦେଲା ଚେତାବନୀ