ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ
Advertisement

ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ହେବେ ସାମିଲ

Queen Elizabeth-II Funeral: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀ ଏଲିଜାବେଥ-୨ ଙ୍କ ରାଜକିୟ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଲଣ୍ଡନ ଯିବେ । ରାଷ୍ଟ୍ରପତି ଭାବରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବାକୁ ଯାଉଛି ।

ସୌ: ସୋସିଆଲ ମିଡିଆ

Queen Elizabeth-II Funeral: ଓଡ଼ିଶାର ଗର୍ବ ଓ ଗୌରବ ଦ୍ରୌପଦୀ ମୁର୍ମୁ ପ୍ରଥମଥର ପାଇଁ ରାଷ୍ଟ୍ରପତି ଭାବରେ ବିଦେଶ ଗସ୍ତ କରିବାକୁ ଯାଉଛନ୍ତି । ତାଙ୍କର ପ୍ରଥମ ଗସ୍ତ ବ୍ରିଟେନ ଯିବା ନିର୍ଦ୍ଧାରିତ ହୋଇଛି । ଦ୍ରୌପଦୀ ମୁର୍ମୁ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ରାଜକୀୟ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବ୍ରିଟେନ ଗସ୍ତ କରିବେ । ଭାରତ ସରକାରଙ୍କ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୭ ରୁ ୧୯ ସେପ୍ଟେମ୍ବର ୨୦୨୨ ରେ ବ୍ରିଟେନର ଲଣ୍ଡନ ଗସ୍ତରେ ଯିବେ । ରାଣୀଙ୍କ ଅନ୍ତିମ ସଂସ୍କାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ ୨,୦୦୦ ଭିଆଇପି ଅତିଥିଙ୍କ ସମ୍ମୁଖରେ ହେବ । ଏହି ଦିନ ବ୍ରିଟେନରେ ଏକ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି ।

ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ଦିନ ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି । ତାଙ୍କର କଫିନ୍ ଗତ ରାତିରେ ବକିଙ୍ଗହମ୍ ପ୍ୟାଲେସରେ ରଖାଯିବ । ବୁଧବାର ଠାରୁ ଚାରି ଦିନ ପର୍ଯ୍ୟନ୍ତ ରାଣୀଙ୍କ କଫିନ୍ ୱେଷ୍ଟମିନିଷ୍ଟର୍ ହଲରେ ରଖାଯିବ ଓ ସୋମବାର ଦିନ ଅନ୍ତିମ ସଂସ୍କାର କରାଯିବ । ରାଣୀ ଗତ ଗୁରୁବାର ଦିନ ୯୬ ବର୍ଷ ବୟସରେ ବାଲମୋରାଲ ଦୁର୍ଗରେ ମୃତ୍ୟୁ ବରଣ କରିଥିଲେ । ସେ ବ୍ରିଟେନକୁ ୭୦ ବର୍ଷ ଧରି ଶାସନ କରୁଥିଲେ ।

ଲଣ୍ଡନରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ସୋମବାର ଦିନ ହେବ । ଆସନ୍ତା ଦଶ ଦିନ ବ୍ରିଟେନରେ ରାଜନୈତିକ କାର୍ଯ୍ୟକଳାପ ବନ୍ଦ ରହିବ । ନୂଆ ରାଜାଙ୍କ ରାଜ୍ୟାଭିଷେକ ହେବ । ରାଣୀଙ୍କର ଚରି ସନ୍ତାନ ଅଛନ୍ତି, ସେମାନଙ୍କ ମଧ୍ୟରୁ ଯୁବରାଜ ଚାର୍ଲସ ସବୁଠାରୁ ବଡ। ତେଣୁ ପୁରାତନ ପ୍ରଥା ଅନୁସାରେ ୭୩ ବର୍ଷିୟ ଯୁବରାଜ ଚାର୍ଲସଙ୍କୁ ବ୍ରିଟେନର ପରବର୍ତ୍ତୀ ରାଜା ହେବେ । ଚାର୍ଲସଙ୍କ ପତ୍ନୀ କାମେଲାଙ୍କୁ ରାଣୀ ଉପାଧି ମିଳିବ ଏବଂ ସେ କୋହିନୂର ହୀରା ଖଚିତ ମୁକୁଟ ପିନ୍ଧିବେ। ତବେ ରାଜା ହେବା ପରେ ଚାର୍ଲସଙ୍କ ଆଗରେ ଏକ ବଡ ଆହ୍ୱାନ ରହିଛି । ବର୍ତ୍ତମାନ ସ୍କଟଲାଣ୍ଡ ସ୍ୱାଧିନତା ଦାବି କରୁଛି । ଆଉ ୟୁରୋପୀୟ ସଙ୍ଘରୁ ବାହାରିବା ପରେ ବ୍ରିଟେନ ଅନିଶ୍ଚିତା ଦେଇ ଗତି କରୁଛି। 

ଗତ ଫେବୃଆରୀରେ ରାଣୀ ଏଲିଜାବେଥ ଦ୍ୱିତୀୟ ନିଜ ଶାସନର ୭୦ ବର୍ଷ ପୂରଣ କରିଥିଲେ । ତାଙ୍କ ପିତା ସମ୍ରାଟ ଜର୍ଜ ଷଷ୍ଠଙ୍କ ମୃତ୍ୟୁ ପରେ ସେ ୬ ଫେବୃଆରୀ ୧୯୫୨ରେ ବ୍ରିଟିଶ ସିଂହାସନ ଆରୋହଣ କରିଥିଲେ । ୧୯୬୧ ମସିହାରେ ମହାରାଣୀ ତାଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ୍ (ଡ୍ୟୁକ୍ ଅଫ୍ ଏଡିନବର୍ଗ) ଙ୍କ ସହ ଭାରତ ଗସ୍ତ କରିଥିଲେ । ଗତ ବର୍ଷ ଫିଲିପଙ୍କ ଦେହାନ୍ତ ହୋଇଥିଲା । ରାଣୀ ଏଲିଜାବେଥ ଦ୍ୱିତୀୟ ୯୬ ବର୍ଷ ବୟସରେ ସିଂହାସନରେ ଦୀର୍ଘତମ ରାଜତ୍ୱ ପାଇଁ ରେକର୍ଡ ରଖିଛନ୍ତି । ରାଣୀଙ୍କ ପରେ, ଏହି ରାଜ ପରିବାରର ପ୍ରାୟ ୨୨ ଜଣ ସଦସ୍ୟ ଏହି ବ୍ରିଟିନର ଉତ୍ତରାଧିକାରୀ ପାଇଁ ରେସରେ ଅଛନ୍ତି । ତେବେ, ନିୟମ ଅନୁଯାୟୀ ରାଜ ପରିବାରର ବରିଷ୍ଠ ସଦସ୍ୟଙ୍କ ହାତରେ କ୍ଷମତା ରହିଥାଏ, କିନ୍ତୁ ଏହି ବରିଷ୍ଠତା ଆଦେଶ ବୟସ ଅନୁଯାୟୀ ନୁହେଁ, ଉତ୍ତରାଧିକାରୀ ଦ୍ୱାରା ନିର୍ଣ୍ଣୟ କରାଯାଏ । 

ଏହା ବି ପଢ଼ନ୍ତୁ: ସାବଧାନ! ଯଦି ଆପଣ ଏହି ଔଷଧ ଖାଉଛନ୍ତି ତେବେ ଭବିଷ୍ୟତରେ ଅନ୍ୟ କୌଣସି ମେଡିସିନ କାମ କରିବ ନାହିଁ