India Population Income Wise: ବଢୁଛି ଜନସଂଖ୍ୟା, ହେଲେ ଗରିବ ଦେଶ ଠାରୁ କମ ଆୟ କରୁଛନ୍ତି ଭାରତୀୟ, ପଢନ୍ତୁ ପୁରା ରିପୋର୍ଟ
Advertisement

India Population Income Wise: ବଢୁଛି ଜନସଂଖ୍ୟା, ହେଲେ ଗରିବ ଦେଶ ଠାରୁ କମ ଆୟ କରୁଛନ୍ତି ଭାରତୀୟ, ପଢନ୍ତୁ ପୁରା ରିପୋର୍ଟ

 Per Capita Income of India: ମୁଣ୍ଡପିଛା ଆୟକୁ ନେଇ ପ୍ରକାଶିତ ରିପୋର୍ଟ ଭାରତର ଦୟନୀୟ ଅବସ୍ଥାକୁ ଦର୍ଶାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମୁଣ୍ଡପିଛା ଆୟ ଦୃଷ୍ଟିକୋଣରୁ ଅନେକ ଗରିବ ଦେଶ ମଧ୍ୟ ଭାରତ ଠାରୁ ଆଗରେ ଅଛନ୍ତି। 

India Population Income Wise: ବଢୁଛି ଜନସଂଖ୍ୟା, ହେଲେ ଗରିବ ଦେଶ ଠାରୁ କମ ଆୟ କରୁଛନ୍ତି ଭାରତୀୟ, ପଢନ୍ତୁ ପୁରା ରିପୋର୍ଟ

India Per Capita Income: ବର୍ତ୍ତମାନ ସମୟରେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇସାରିଛି ଭାରତ। ହେଲେ ଅର୍ଥନୀତି ବଢିବା ସତ୍ତ୍ୱେ ମୁଣ୍ଡପିଛା ଆୟ ଦୃଷ୍ଟିକୋଣରୁ ଭାରତ ବିଶ୍ୱର ଅନେକ ଗରିବ ଦେଶ ଠାରୁ ପଛରେ ରହିଛି। ମୁଣ୍ଡପିଛା ଆୟ ମାମଲାରେ ବିଶ୍ୱର ୧୯୨ ଦେଶ ମଧ୍ୟରେ ୧୪୨ ତମ ସ୍ଥାନରେ ରହିଛି। ଏକ ରିପୋର୍ଟ ଅନୁଯାୟୀ ଭାରତ ମୁଣ୍ଡପିଛା ଆୟ ତାଲିକାରେ ଭୂଟାନ-ଅଙ୍ଗୋଲା ଏବଂ ଦକ୍ଷିଣ ଆଫ୍ରିକୀୟ ଦେଶଙ୍କ ଠାରୁ ପଛରେ ରହିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱର ଅନ୍ୟ ବୃହତ୍ତମ ଅର୍ଥନୀତି ମଧ୍ୟରେ ଭାରତୀୟ ନାଗରିକଙ୍କ ମୁଣ୍ଡପିଛା ଆୟ ଅନ୍ୟ ଦେଶ ତୁଳନାରେ ନିମ୍ନରେ ରହିଛି।

ମୁଣ୍ଡପିଛା ଆୟ ମାମଲାରେ ଆମେରିକୀୟଙ୍କ ଠାରୁ କେତେ ପଛରେ ଭାରତୀୟ
ଯୁକ୍ତରାଷ୍ଟ୍ର ଆମେରିକା (United States of America) ଜର୍ମାନୀ (Germany) ଭଳି ଉଚ୍ଚ ବିକଶିତ ଦେଶ (Highly Developed Countries) ତୁଳନାରେ ଭାରତ (India) ଭଳି ନିମ୍ନ ବିକଶିତ ଦେଶର (Lower Developed Countries) ମୁଣ୍ଡପିଛା ଆୟ (Per Capita Income) ଯଥାକ୍ରମେ ୧୭ ଏବଂ ୨୦ ଗୁଣ କମ୍। ଯେଉଁଠାରେ ଜଣେ ଆମେରିକୀୟଙ୍କ (American Citizen) ହାରାହାରି ବ୍ୟକ୍ତିଗତ ବାର୍ଷିକ ଆୟ ୮୦ ହଜାର ୩୫ ଆମେରିକୀୟ ଡଲାର (American Dollar) ରହିଥିବା ବେଳେ, ଜଣେ ଭାରତୀୟଙ୍କ ବ୍ୟକ୍ତିଗତ ହାରାହାରି ଆୟ (Per Capita Income of Indian) ୨୬୦୧ ଆମେରିକୀୟ ଡଲାର ରହିଛି। ଯଦି ଜର୍ମାନୀ କଥା କୁହାଯାଏ ତାହେଲେ ଜଣେ ଜର୍ମାନ ନାଗରିକଙ୍କ (German Citizen) ହାରାହାରି ମୁଣ୍ଡପିଛା ବାର୍ଷିକ ଆୟ ଭାରତୀୟଙ୍କ ତୁଳନାରେ ୨୦ ଗୁଣ ଅଧିକ। ବ୍ରିଟେନ ଅଧିବାସୀଙ୍କ (British National) ହାରାହାରି ବାର୍ଷିକ ଆୟ ଭାରତୀୟଙ୍କ ତୁଳନାରେ ୧୮ ଗୁଣ ଅଧିକ। ଯଦି ଅନ୍ୟତମ ଉଚ୍ଚ ବିକଶିତ ଦେଶ ଜାପାନ (Japan) ଏବଂ ଇଟାଲୀ (Italy) କଥା କୁହାଯାଏ, ତାହେଲେ ଏହି ୨ ଦେଶର ଲୋକ ଭାରତୀୟଙ୍କ ତୁଳନାରେ ୧୪ ଗୁଣା ଅଧିକ ଟଙ୍କା ରୋଜଗାର କରିଥାନ୍ତି।

Also Read: Population: ଯୁବ ନାଁ ବୃଦ୍ଧ, ଭାରତରେ କେଉଁ ବର୍ଗରେ ବଢୁଛି ଜନସଂଖ୍ୟା? ଜାଣନ୍ତୁ

ମୁଣ୍ଡପିଛା ଆୟ ମାମଲାରେ ଗରିବ ଦେଶଙ୍କ ଠାରୁ ପଛରେ ରହିଛି ଭାରତ

ମୁଣ୍ଡପିଛା ଆୟକୁ ନେଇ ପ୍ରକାଶିତ ରିପୋର୍ଟ ଭାରତର ଦୟନୀୟ ଅବସ୍ଥାକୁ ଦର୍ଶାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ମୁଣ୍ଡପିଛା ଆୟ ଦୃଷ୍ଟିକୋଣରୁ ଅନେକ ଗରିବ ଦେଶ (Poorest Countries of World) ମଧ୍ୟ ଭାରତ ଠାରୁ ଆଗରେ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଙ୍ଗୋଲା (Angola), ଭାନୁଆଟୁ (Vanuatu) ଏବଂ ସାଓ ଟୋମ ପ୍ରିନ୍ସିପ (Sao Tome and Principe) ଭଳି ଗରିବ ଦେଶର ଅବସ୍ଥା ଭାରତ ଅପେକ୍ଷା ବହୁତ ଭଲ। ଆଫ୍ରିକୀୟ ଦେଶ ଅଙ୍ଗୋଲାରେ ମୁଣ୍ଡପିଛା ଆୟ ୩୨୦୫ ଆମେରିକୀୟ ଡଲାର ରହିଛି। ଭାନୁଆଟୁ ଭଳି ଦେଶରେ ମୁଣ୍ଡପିଛା ଆୟ ୩୧୮୮ ଆମେରିକୀୟ ଡଲାର ରହିଥିବା ବେଳେ ସାଓ ଟୋମ ପ୍ରିନ୍ସିପି ମୁଣ୍ଡପିଛା ଆୟ ୨୬୯୬ ଡଲାର ରହିଛି। ଆସନ୍ତା ୨୦୪୭ ବର୍ଷ ସୁଦ୍ଧା ନିଜକୁ ବିକଶିତ ଦେଶ ବର୍ଗରେ ସ୍ଥାନ ଦେବାକୁ ଭାରତ ଲକ୍ଷ୍ୟ ରଖିଛି। ଯଦି ଗଣମାଧ୍ୟମ ରିପୋର୍ଟ ଉପରେ ବିଶ୍ୱାସ କରାଯାଏ, ତାହେଲେ ବିକଶିତ ଦେଶ ତାଲିକାରେ ସାମିଲ ହେବାକୁ ହେଲେ ପ୍ରତ୍ୟେକ ଭାରତୀୟଙ୍କ ମୁଣ୍ଡପିଛା ଆୟ ୧୩ ହଜାର ଡଲାର କରିବାକୁ ହେବ।