Supertech Twin Tower Demolition: ନଭଶ୍ଚୁମ୍ବୀ ଅଟ୍ଟାଳିକା ଧରାଶାୟୀ ହେବା ପୂର୍ବରୁ ଆସିଲା ନୂଆ ଅପଡେଟ୍
Advertisement

Supertech Twin Tower Demolition: ନଭଶ୍ଚୁମ୍ବୀ ଅଟ୍ଟାଳିକା ଧରାଶାୟୀ ହେବା ପୂର୍ବରୁ ଆସିଲା ନୂଆ ଅପଡେଟ୍

ସୁପର ଟେକ୍ ଟ୍ୱିନ ଟାୱାର ଭାଙ୍ଗିବାନେଇ ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କେଏ ଘଣ୍ଟା ପରେ ୩୦୦ ଫୁଟରୁ ଅଧିକ ଉଚ୍ଚ କୋଠା ମାଟିରେ ମିଶିବ। ତେବେ ବିସ୍ଫୋରଣ ପରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷୟରୁ ବ୍ୟପକ ବ୍ୟବସ୍ଥା କରାଯାଇଛି। 

Supertech Twin Tower Demolition: ନଭଶ୍ଚୁମ୍ବୀ ଅଟ୍ଟାଳିକା ଧରାଶାୟୀ ହେବା ପୂର୍ବରୁ ଆସିଲା ନୂଆ ଅପଡେଟ୍

Supertech Twin Tower Demolition, ନୂଆଦିଲ୍ଲୀ: ରବିବାର ଧରାଶାୟୀ ହେବ ନୋଏଡାର ନଭଶ୍ଚୁମ୍ବୀ ଅଟାଳିକା। ସୁପର ଟେକ୍ ଟ୍ୱିନ ଟାୱାର ଭାଙ୍ଗିବାନେଇ ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କେଏ ଘଣ୍ଟା ପରେ ୩୦୦ ଫୁଟରୁ ଅଧିକ ଉଚ୍ଚ କୋଠା ମାଟିରେ ମିଶିବ। ତେବେ ବିସ୍ଫୋରଣ ପରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବ। ଯାହାକୁ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ରବିବାର ଅପରାହ୍ନ ସାଢେ ଦୁଇଟା ସମୟରେ ନୋଏଡାର ସୁପରଟେକ୍ ଟ୍ୱିନ୍ ଟାୱାର ଭାଙ୍ଗାଯିବ। ଏହା ପୂର୍ବରୁ ଟାୱାର ନିକଟରେ ଥିବା ଏମେରାଲ୍ଡ କୋର୍ଟ ଏବଂ ଏଟିଏସ୍ ଭିଲେଜ୍ ସୋସାଇଟିର ପ୍ରାୟ ୫୦୦୦ ବାସିନ୍ଦା ସ୍ଥାନାନ୍ତର କରାଯାଇଛି। ଏନଜିଓମାନେ ମଧ୍ୟ କୁକୁରମାନଙ୍କୁ ଘରୁ ଉଦ୍ଧାର କରିଥିଲେ। ସେକ୍ଟର ୯୩ରେ ପାର୍ସଭନାଥ ପ୍ରେଷ୍ଟିଜ୍ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସରେ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟ ଦିଆଯାଇଛି। ନୋଏଡାସ୍ଥିତ ସୁପରଟେକର ଟ୍ୱିନ୍ ଟାୱାର ନିକଟରେ ପାଖାପାଖି ୫୦୦ ପୋଲିସ୍ ଏବଂ ଟ୍ରାଫିକ୍ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେ ଅପରାହ୍ନ ୨ଟା ୧୫ରୁ ୨ଟା ୪୫ ମଧ୍ୟରେ ବନ୍ଦ ରହିବ। ଡ୍ରୋନ୍ ପାଇଁ ସହର ଉପରେ ଏକ ନୋ-ଫ୍ଲାଏ ଜୋନ୍ ଘୋଷଣା କରାଯାଇଛି ବୋଲି ନୋଏଡା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Also Read: Supertech Twin Tower Demolition: ନଭଶ୍ଚୁମ୍ବୀ ଅଟାଳିକା ଧରାଶାୟୀ ହେବା ପୂର୍ବରୁ ଆସିଲା ନୂଆ ଅପଡେଟ୍

ସୁପରଟେକ୍ ଲିମିଟେଡର ଏମେରାଲ୍ଡ କୋର୍ଟ ପ୍ରଜେକ୍ଟର ଅଶଂ ହେଉଛି ନୋଏଡାର ସୁପରଟେକ୍ ଟ୍ୱିନ୍ ଟାୱାର। ନିର୍ମାଣ ସମ୍ବନ୍ଧୀୟ ଏକାଧିକ ନିୟମ ଉଲ୍ଲଂଘନ କରିଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଟାୱାରକୁ ଭଙ୍ଗା ଯାଉଛି। ସେମାନଙ୍କୁ ଏକ ନିୟନ୍ତ୍ରିତ ବିସ୍ଫୋରକ ବ୍ୟବହାର କରି ନଭଶ୍ଚୁମ୍ବୀ କୋଠାକୁ ନଷ୍ଟ କରାଯିବ। ଟ୍ୱିନ ଟାୱାରରେ ୯ ହଜାରରୁ ଊର୍ଦ୍ଧ୍ୱ କଣା କରି ସେଥିରେ ପ୍ରାୟ ୩୭୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କରାଯାଇଛି। କୋଠାଟି ମାତ୍ର ୧୨ ସେକେଣ୍ଡ ମଧ୍ୟରେ ଧରାଶାୟୀ ହୋଇଯିବ। ଏହାର ଭଙ୍ଗ୍ନାଶକୁ ସଭା କରିବାକୁ ପ୍ରାୟ ତିନି ମାସ ସମୟ ଲାଗିବ ବୋଲି ଅନୁମାନ କରାଯାଉଛି।

ତେବେ ଟ୍ୱିନ ଟାୱାର ଭାଙ୍ଗିବାରେ ଦୁଇଟି ବଡ ଆଶଙ୍କା ସୃଷ୍ଟି ହେଉଛି। ପ୍ରଥମତଃ ବିପୁଳ ପରିମାଣର ବିସ୍ପୋରକ ବ୍ୟବହାର ଯୋଗୁ ପ୍ରଚଣ୍ଡ ଶବ୍ଦ ହେବ ଓ କୋଠାର ଧ୍ୱଂଶାବଶେଷ ତେଳେ କଚାଡି ହୋଇ ପଡିଲେ ତାହା ଭୂକମ୍ପ ଭଳି ଭୁଇଁକୁ ଥରାଇଦେବ ବୋଲି କୁହା ଯାଉଛି। ଅନ୍ୟ ଏକ ସମସ୍ୟ ହେଉଛି ବାୟୁ ପ୍ରଦୂଷଣ। ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀ ଏନସିଆର ବଦାନମ। ତେବେ ଏହି ବିରାଟ କୋଠା ଭାଙ୍ଗାଗଲା ପରେ ସେଥିରୁ ବ୍ୟାପକ ମାତ୍ରାରେ ଧୂଳିକଣା ବାୟୁମଣ୍ଡଳରେ ପ୍ରବେଶ କରିବ। ଏହି ଧୂଳିକଣା ଗୁଡିକ ମାଇଲ ମାଇଲ ବାଟ ପର୍ଯ୍ୟନ୍ତ ଉଡିବ ଓ ଲୋକଙ୍କୁ ଶ୍ୱାସକ୍ରୀୟାରେ ସମସ୍ୟା ସୃଷ୍ଟି କରିବ ବୋଲି ମଧ୍ୟ ଆଶଙ୍କା କରାଯାଇଛି।

Also Read: Noida Twin Towers: କିପରି ଭଙ୍ଗାଯିବ ଟ୍ୱିନ୍ ଟାୱାର, କେବେ ହେବ ବିସ୍ଫୋରଣ, କ’ଣ ରହିଛି ସୁରକ୍ଷା? ଏଠାରେ ଜାଣନ୍ତୁ

 

ଅନ୍ୟପଟେ ଧୂଳିକଣାକୁ ନିୟନ୍ତ୍ରୀତ କରିବା ପାଇଁ ଦମକଳ ବାହୀନି ଜଳ ଛିଞ୍ଚନ କରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ସହ ହ୍ୟାଲିକେପ୍ଟର ସାହାଯ୍ୟରେ ମଧ୍ୟ କୋଠା ଭାଙ୍ଗିବା ପରେ ପାଣି ପକାଯିବ। ଫଳରେ ଧୂଳିକଣା ନିୟନ୍ତ୍ରୀତ ହେବ। ମୁମ୍ବାଇର Edific Engineering ଓ ଦକ୍ଷିଣ ଆଫ୍ରିକାର Jet Demolition କମ୍ପାନୀ ମିଳିତ ଭାବରେ ଟ୍ୱିନ ଟାୱାରକୁ ବିସ୍ଫୋରଣ କରିବେ। ଏଥିପାଇଁ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି।