PM Modi to Visit Qatar: ବୁଧବାର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ, ଦ୍ବିପାକ୍ଷିକ ଆଲୋଚନା ନେଇ ସୂଚନା
Advertisement

PM Modi to Visit Qatar: ବୁଧବାର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ, ଦ୍ବିପାକ୍ଷିକ ଆଲୋଚନା ନେଇ ସୂଚନା

PM Modi to Visit Qatar: ପ୍ରଧାନମନ୍ତ୍ରୀ ଫେବ୍ରୃଆରୀ ୧୪ ଅପରାହ୍ନରେ ଦୋହା ଗସ୍ତ କରିବେ । ଏହି ଅବସରରେ କତାର ଆମିର୍ ଖେଖ୍ ତାମିମ୍ ବିନ୍ ହମାଦ ଓ ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହା ମୋଦିଙ୍କ ଦ୍ବିତୀୟ କତାର ଗସ୍ତ ହେବ । ଦୁଇ ଦେଶ ମଧ୍ଯରେ ସାମଗ୍ରିକ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ମୋଦି କତାର ଗସ୍ତ କରିବେ ।

PM Modi to Visit Qatar: ବୁଧବାର ପ୍ରଧାନମନ୍ତ୍ରୀଙ୍କ କତାର ଗସ୍ତ, ଦ୍ବିପାକ୍ଷିକ ଆଲୋଚନା ନେଇ ସୂଚନା

PM Modi to Visit Qatar: ଦୁଇ ଦିନିଆ ୟୁଏଇ ଗସ୍ତ ଶେଷ ହେବା ପରେ କତାର ରାଜଧାନୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋମବାର ବିଦେଶ ସଚିବ ବିନୟ କ୍ବାତା ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଫେବ୍ରୃଆରୀ ୧୪ ଅପରାହ୍ନରେ ଦୋହା ଗସ୍ତ କରିବେ । ଏହି ଅବସରରେ କତାର ଆମିର୍ ଖେଖ୍ ତାମିମ୍ ବିନ୍ ହମାଦ ଓ ଅନ୍ୟ ବରିଷ୍ଠ ପ୍ରତିନିଧିଙ୍କ ସହ ସେ ଦ୍ବିପାକ୍ଷିକ ଆଲୋଚନା କରିବେ । ଏହା ମୋଦିଙ୍କ ଦ୍ବିତୀୟ କତାର ଗସ୍ତ ହେବ । ଦୁଇ ଦେଶ ମଧ୍ଯରେ ସାମଗ୍ରିକ ସମ୍ପର୍କକୁ ଆହୁରି ମଜଭୁତ କରିବା ନେଇ ମୋଦି କତାର ଗସ୍ତ କରିବେ ।

ଖବର ଅନୁଯାୟୀ, ମଙ୍ଗଳବାର କତାରରେ ଆଜୀବନ ଦଣ୍ତ ଭୋଗୁଥିବା ଭାରତର ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୁକ୍ତ କରିଥିଲା କତାର । ସମସ୍ତ ଅବସରପ୍ରାପ୍ତ ନୌସେନା ଅଧିକାରୀ କତାରର ଦୋହା ‘ଗ୍ଲୋବାଲ ଟେକ୍ନୋଲଜି ଆଣ୍ତ କନସଲଟେନ୍ସି’ ନାମକ ଏକ କମ୍ପାନୀରେ କାମ କରୁଥିଲେ। ଗୁଇନ୍ଦାଗିରି ଅଭିଯୋଗରେ କତାର କୋର୍ଟ ସମସ୍ତ ଅଧିକାରୀଙ୍କୁ ଫାଶୀଦଣ୍ତ ଶୁଣାଇବା ପରେ ଏହି ମାମଲାରେ ବିଦେଶ ମନ୍ତ୍ରଣାଳୟର ହସ୍ତକ୍ଷେପ କରିଥିଲା ।  ୨୦୨୨ ଅଗଷ୍ଟ ୩୦ରେ ଗିରଫ ହୋଇଥିବା ୮ ଜଣ ଅଧିକାରୀଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ଗତବର୍ଷ ଡିସେମ୍ବର ମାସରେ କତାରର ଏକ ଅଦାଲତ ରଦ୍ଦ କରି ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ବୈଦେଶିକ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସମସ୍ତ ପୂର୍ବତନ ନୌସେନା ଅଧିକାରୀଙ୍କୁ ସୋମବାର ମୁକ୍ତ କରାଯାଇଛି । ୮ ଜଣଙ୍କ ମଧ୍ଯରୁ ୭ ଜଣ ଭାରତ ଫେରିଛନ୍ତି । ଦିଲ୍ଲୀ ଫେରିଥିବା ୭ ଜଣ ଅବସରପ୍ରାପ୍ତ ନୌସେନା ଅଧିକାରୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ତେବେ କତାର ଗସ୍ତ ପୂର୍ବରୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ୟୁଏଇ ଗସ୍ତ କରିବା ନେଇ ସୂଚନା ରହିଛି । ଏହା ତାଙ୍କର ସପ୍ତମ ଗସ୍ତ ହେବ ।  ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଅଲ୍ ନାହ୍ୟାନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । ବିଭିନ୍ନ କ୍ଷେତ୍ରରେ ସମ୍ପର୍କ ସୁଦୃଢ ପାଇଁ ଉଭୟ ଗୁରୁତ୍ବ ଦେବେ । ଏଥିସହ ଦେଶର ଉପରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ରଶିଦ ଅଲ୍ ମକତୁମ୍ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହାପରେ ଦୁବାଇରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲଡ଼ ଗଭର୍ଣ୍ଣମେଣ୍ଟ ସମିଟ୍ ୨୦୨୪ରେ ମୋଦି ଅତିଥି ଭାବେ ଯୋଗ ଦେବେ । ଏହି ଅବସରରେ ମୋଦି ଆବୁଧାବିରେ ପ୍ରଥମ ହିନ୍ଦୁ ‘ବିଏପିଏସ ମନ୍ଦିର’ ଉଦ୍ଦଘାଟନ କରିବେ ।

Also Read-Weather Update: ଆସନ୍ତାକାଲିଠୁ ବର୍ଷିବ, ତିନି ଜିଲ୍ଲାକୁ ଆଲର୍ଟ ଜାରି!