Kalki Dham Temple: ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
Advertisement
Article Detail0/zeeodisha/odisha2117396

Kalki Dham Temple: ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ


Kalki Dham Temple:ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ । ଏହା ପରେ ଜନସଭାକୁ ଉଦବୋଧନ ଦେବେ। ଖବର ମୁତାବକ ଶ୍ରୀ କଳକୀ ଧାମ୍ ନିର୍ମାଣ ଟ୍ରଷ୍ଟ ଦ୍ବାରା ମନ୍ଦିରଟି ନିର୍ମାଣ କରାଯାଉଛି।ଏହି ଟ୍ରଷ୍ଟର ଅଧ୍ୟକ୍ଷ ହେଉଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍ । 

Kalki Dham Temple: ଆଜି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

Kalki Dham Temple:ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବେ । ଏହା ପରେ ଜନସଭାକୁ ଉଦବୋଧନ ଦେବେ। ଖବର ମୁତାବକ ଶ୍ରୀ କଳକୀ ଧାମ୍ ନିର୍ମାଣ ଟ୍ରଷ୍ଟ ଦ୍ବାରା ମନ୍ଦିରଟି ନିର୍ମାଣ କରାଯାଉଛି।ଏହି ଟ୍ରଷ୍ଟର ଅଧ୍ୟକ୍ଷ ହେଉଛନ୍ତି ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣନ୍ । ଦଳ ବିରୋଧି ମନ୍ତବ୍ୟ ପାଇଁ ତାଙ୍କୁ କଂଗ୍ରେସ୍ ନିଲମ୍ବିନ କରିଥିଲେ। ତେବେ, କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିବା ଲାଗି ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। 

ସୂଚନା ମୁତାବକ, ସୋମବାର ପୂର୍ବାହ୍ନ ପ୍ରାୟ ୧୦ଟା ୩୦ ରେ ଉଦଘାଟନୀ କାର୍ଯ୍ୟକ୍ରମ ଆରମ୍ଭ ହେବ।  ଏଥିରେ ଅନେକ ସାଧୁସସ୍ଥ,ଧର୍ମଗୁରୁ ଏବଂ ଅନ୍ୟ ବିଶିଷ୍ଟ ଅତିଥିମାନେ ଯୋଗ ଦେବେ।  ମନ୍ଦିର ଶିଳାନ୍ୟାସ ପରେ ଅପରାହ୍ନ ୧ଟା ୪୫ରେ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶରେ ମୋଟ ୧୪ ହଜାର ପ୍ରକଳ୍ପ ଶୁଭାରମ୍ଭ କରିବେ।  ଯାହାର ମୂଲ୍ୟ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ।  ଉତ୍ତର ପ୍ରଦେଶ ଗ୍ଲୋବାଲ୍, ଇନଭେଷ୍ଟର୍ସ ସମିଟ୍ ୨୦୨୩ ରେ ଆସିଥିବା ନିବେଶ ପ୍ରସ୍ତାବ ବି ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି। 

 ଏଥିରେ ମାନୁଫାକଚରିଂ, ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି  ଓ ଆଇଟି ସଂକ୍ରାନ୍ତ ସେବା , ଖାଦ୍ୟ ପ୍ରକ୍ରିୟା କରଣ, ରିଅଲି ଷ୍ଟେଟ୍ , ଚିତ୍ତ ବିନୋଦନ ଓ ଶିକ୍ଷା ଆଦି ପ୍ରକଳ୍ପ ରହିଛି। ଏନେଇ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୫ ହଜାର ଲୋକେ ସାମିଲ୍ ହେବେ। ଏମାନଙ୍କ ମଧ୍ୟରେ ଶିଳ୍ପପତି, ବିଭିନ୍ନ ସଂସ୍ଥାର ପଦାଧିକାରୀ ରହିଛନ୍ତି।