Narendra Modi Fumio Kishida: ଜାପାନୀ ପ୍ରତିପକ୍ଷଙ୍କୁ ଫୁମିଓ କିଶିଦାଙ୍କୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉପହାରର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହାର ବିଶେଷତ୍ୱ
Advertisement

Narendra Modi Fumio Kishida: ଜାପାନୀ ପ୍ରତିପକ୍ଷଙ୍କୁ ଫୁମିଓ କିଶିଦାଙ୍କୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉପହାରର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହାର ବିଶେଷତ୍ୱ

Buddha Statue Gift: ଜି-୨୦ ବୈଠକରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କୁ ଭଗବାନ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ଉପହାରରେ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 

Narendra Modi Fumio Kishida: ଜାପାନୀ ପ୍ରତିପକ୍ଷଙ୍କୁ ଫୁମିଓ କିଶିଦାଙ୍କୁ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉପହାରର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ଏହାର ବିଶେଷତ୍ୱ

Sandalwood Buddha Statue: ନିକଟରେ ଜି-୨୦ ବୈଠକରେ  ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଥିଲେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା। ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜାପାନ ପ୍ରତିପକ୍ଷ ଫୁମିଓ କିସିଦାଙ୍କୁ ଭଗବାନ ବୁଦ୍ଧଙ୍କ ଏକ ପ୍ରତିମୂର୍ତ୍ତି ଉପହାରରେ ଦେଇଛନ୍ତି। ଯାହା ବେଶ ସ୍ୱତନ୍ତ୍ର।

ଭଗବାନ ବୁଦ୍ଧଙ୍କ (Lord Buddha) ଏହି ପ୍ରତିମୂର୍ତ୍ତି ଅତ୍ୟନ୍ତ ସ୍ୱତନ୍ତ୍ର। ଯାହା 'କଦମଉଡ୍ ଜାଲି ବକ୍ସ' (Kadamwood Jali Box) ଭିତରେ ରହିଛି। କର୍ଣ୍ଣାଟକରେ ମିଳୁଥିବା ଚନ୍ଦନ କାଠରେ (Karnataka Sandalwood) ନିର୍ମିତ ହୋଇଛି। ଯେଉଁଥିରେ ଚନ୍ଦନ ଖୋଦନ କରିବାର କଳା ରହିଛି। ଯାହା ଏକ ସୂକ୍ଷ୍ମ କଳା ଏବଂ ଏହା ଏକ ପ୍ରାଚୀନ ହସ୍ତଶିଳ୍ପ କଳା ଯାହା ଶତାବ୍ଦୀ ଧରି କର୍ଣ୍ଣାଟକରେ (Karnatakas Ancient Handicraft Art) ପ୍ରଚଳିତ ହୋଇଆସୁଛି। ଏହି ଶିଳ୍ପରେ ସୁଗନ୍ଧିତ ଚନ୍ଦନ କାଠ (Scented Sandalwood) ଉପରେ ସୂକ୍ଷ୍ମାଦିସୂକ୍ଷ୍ମ ଖୋଦେଇ କରାଯାଇ ବିଭିନ୍ନ ପ୍ରତିମୂର୍ତ୍ତି ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ତିଆରି କରାଯାଇଥାଏ। 

କୋରୋନ ମହାମାରୀ (Corona Pandemic) ପରେ ଶାନ୍ତିପୂର୍ଣ୍ଣ, ସ୍ଥିର ତଥା ସମୃଦ୍ଧ ବିଶ୍ୱ ପାଇଁ ଭାରତ-ଜାପାନ (India Japan Relation) ରଣନୀତିକ ଭାଗିଦାରୀକୁ ବିସ୍ତାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ସୋମବାର ତାଙ୍କ ଜାପାନ ପ୍ରତିପକ୍ଷ (Japan Prime Minister) ଫୁମିଓ କିସିଦାଙ୍କ (Fumio Kishida) ସହ ବ୍ୟାପକ ଆଲୋଚନା କରିଛନ୍ତି।

ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ଏବଂ ଜି-୨୦ ଗୋଷ୍ଠୀରେ ଭାରତର ଅଧ୍ୟକ୍ଷତା ଏବଂ ଜି-୭ ଗୋଷ୍ଠୀରେ ଜାପାନର ଅଧ୍ୟକ୍ଷତା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସୋମବାର ସକାଳ ଭାରତ ଗସ୍ତରେ ଆସି ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀରେ ପହିଞ୍ଚିବା ପୂର୍ବରୁ ଅଧିକାରୀ କହିଛନ୍ତି ଯେ ପ୍ରତିରକ୍ଷା ଏବଂ ସୁରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରାଯିବ।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରି କହିଛନ୍ତି ଯେ ଦ୍ୱିପାକ୍ଷିକ ପ୍ରତିନିଧୀ ସ୍ତରୀୟ ଆଲୋଚନା ପୂର୍ବରୁ ଜାପାନ ପ୍ରତିପକ୍ଷ ଫୁମିଓ କିସିଦାଙ୍କୁ ସ୍ୱାଗତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମର ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ସମୀକ୍ଷା କରିବା ଏବଂ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ଥିଲା। କୋରୋନା ମହାମାରୀ ପରେ ଏକ ସ୍ଥିର ତଥା ସମୃଦ୍ଧ ବିଶ୍ୱ ପାଇଁ ଭାରତ-ଜାପାନ ସହଭାଗିତାକୁ ଆହୁରି ବିସ୍ତାର କରିବାର ଏକ ସୁଯୋଗ ଆସିଛି।

ରବିବାର ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା କହିଛନ୍ତି ଯେ ତାଙ୍କ ଗସ୍ତର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ 'ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ସହଯୋଗକୁ ଆହୁରି ମଜବୁତ କରିବା। ଚଳିତ ବର୍ଷ ଜାପାନ ଜି-୭ ଗୋଷ୍ଠୀର ଅଧ୍ୟକ୍ଷତା କରୁଥିବାବେଳେ ଭାରତ ଜି-୨୦ ଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଅନ୍ତର୍ଜାତୀୟ ସମୁଦାୟରେ ଜାପାନ ଏବଂ ଭାରତ କିପରି ଛିଡା ହୋଇଛନ୍ତି ସେନେଇ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମତ ବିନିମୟ କରିବାକୁ ଚାହୁଁଛି।