ବାଲାସାହେବ ଠାକରେଙ୍କ ଇଚ୍ଛା ପୂରଣ କଲେ ମୋଦି
Advertisement
Article Detail0/zeeodisha/odisha1425095

ବାଲାସାହେବ ଠାକରେଙ୍କ ଇଚ୍ଛା ପୂରଣ କଲେ ମୋଦି

ମୁଁ କେବେ ବି ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁନଥିଲି। ଆମର ବିଧାୟକମାନେ ଦୁଃଖ ପ୍ରକାଶ କରୁଥିଲେ। ଏଥିପାଇଁ ମୋତେ ସେମାନଙ୍କର ନେତୃତ୍ୱ ନେବାକୁ ପଡ଼ିଥିଲା।

ବାଲାସାହେବ ଠାକରେଙ୍କ ଇଚ୍ଛା ପୂରଣ କଲେ ମୋଦି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିରେ (Maharastra Politics) ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ ଶିବସେନା (Shivsena) ବିଜେପି (BJP) ଉପରେ କଡ଼ା ଭାଷାରେ ସମାଲୋଚନା କରୁଛି ତ ପୁଣି କେତେବେଳେ ବିଜେପିର (BJP) ନିକଟତର ହେବାକୁ ଚେଷ୍ଟା କରୁଛି। ଯଦିଓ ବିଜେପିର (BJP) ସମର୍ଥନରେ ଏକନାଥ ସିନ୍ଦେଙ୍କ (Eknath Shinde) ନେତୃତ୍ୱାଧିନ ଶିବସେନା (Shivsena) ବର୍ତ୍ତମାନ ଶାସନ ଗାଦିରେ ବସିଛି। ତେବେ ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ (Maharastra Chief Minister) ଏକନାଥ ସିନ୍ଦେ (Eknath Shinde) ପ୍ରଧାନମନ୍ତ୍ରୀ (Prime Minister) ନରେନ୍ଦ୍ର ମୋଦିଙ୍କୁ (Narendra Modi) ଜୋରଦାର ପ୍ରଶଂସା କରିଥିଲେ। ମହାରାଷ୍ଟ୍ର (Maharastra) ମୁଖ୍ୟମନ୍ତ୍ରୀ (Chief Minister) ସିନ୍ଦେ (Eknath Shinde) କହିଥିଲେ କି ମୋଦି ଦିବଂଗତ ନେତା ବାଲଠାକରେଙ୍କ ଇଚ୍ଛା ପୂରଣ କରିଛନ୍ତି। 

ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟରେ ଅନୁଛେଦ ୩୭୦, ରାମ ମନ୍ଦିର ନିର୍ମାଣ ସହିତ ଏକାଧିକ କାମର ଉଦାହରଣ ଦେଇଥିଲେ ସିନ୍ଦେ। ଏହା ସହିତ ସେ କହିଥିଲେ କି କେନ୍ଦ୍ରରେ ରହିଥିବା ମୋଦି ସରକାରଙ୍କ ଯୋଗୁ ଏ ସବୁ ସମ୍ଭବ ହୋଇଛି ବୋଲି ସେ କହିଥିଲେ। ସିନ୍ଦେ କହିଥିଲେ କି ବାଲା ସାହେବ ଥରେ କହିଥିଲେ କି ମୋତେ ଗୋଟିଏ ଥର ପ୍ରଧାନମନ୍ତ୍ରୀ ଗାଦିରେ ବସାଇ ଦିଅ। ମୁଁ କାଶ୍ମୀରରୁ ୩୭୦ ହଟାଇ ଦେବି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିଦେବି। ଏବେ ଅନୁଛେଦ ୩୭୦ ହଟାଯାଇ ସାରିଛି। ରାମମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି। ସେ ଆହୁରି ମଧ୍ୟ କହିଛନ୍ତି କି ଶିବସେନା କଂଗ୍ରେସ ଓ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ମେଣ୍ଟ ସରକାର ଉପରେ ବିଧାୟକମାନେ ଖୁସି ନଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି ମୁଁ କେବେ ବି ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁନଥିଲି। ଆମର ବିଧାୟକମାନେ ଦୁଃଖ ପ୍ରକାଶ କରୁଥିଲେ। ଏଥିପାଇଁ ମୋତେ ସେମାନଙ୍କର ନେତୃତ୍ୱ ନେବାକୁ ପଡ଼ିଥିଲା। ଏପରି ପଦକ୍ଷେପରେ ମୋତେ ଲାଗୁନାହିଁ କି ମୁଁ କିଛି ଭୁଲ ପଦକ୍ଷେପ ଗ୍ରହଣ କରିଛି। ଏଠାରେ କହି ରଖୁ କି ଗତ ଜୁନ ମାସରେ ସିନ୍ଦେଙ୍କ ସହିତ ୫୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ କରିଥିଲେ। ଏହାର ଫଳ ସ୍ୱରୂପ ମହାରାଷ୍ଟ୍ରରେ ଥିବା ମହାବିକାଶ ଅଘାଡ଼ି ସରକାର ଭାଙ୍ଗି ଯାଇଥିଲା। ପରେ ସିନ୍ଦେ ବିଜେପି ସହିତ ମିଶି ରାଜ୍ୟରେ ସରକାର ଗଠନ କରିଥିଲେ। ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ସାରିଥିବା ଦେବେନ୍ଦ୍ର ଫଡ଼ନାବିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 

ସେହିପରି ଦଶହରା ସମୟରେ ସେ ସ୍ପଷ୍ଟ କରିଥିଲେ କି ତାଙ୍କ ନେତୃତ୍ୱାଧିନ ଶିବସେନା ହେଉଛି ଅସଲି ଶିବସେନା। ଏହି ଶିବସେନା ଉଦ୍ଧବ ଠାକରେ କି ଏକନାଥ ସିନ୍ଦେଙ୍କର ନୁହେଁ। ଏହା ବାଲା ସାହେବଙ୍କ ସିଦ୍ଧାନ୍ତର ଶିବସେନା। ବାଲା ସାହେବଙ୍କ ପ୍ରକୃତ ଉତ୍ତରାଧିକାରୀ ହେଉଛନ୍ତି ତାଙ୍କର ବିଚାରଧାରାକୁ ଆପଣାଉଥିବା ଶିଷ୍ୟ। ଆମକୁ ଧୋକାବାଜ କୁହାଯାଉଛି। ଆମ ସହିତ ଧୋକା ହୋଇଛି ବୋଲି କୁହାଯାଉଛି। କିନ୍ତୁ ପ୍ରକୃତ ଧୋକା ଆମକୁ ୨୦୧୯ ମସିହାରେ ହୋଇଥିଲା। ୨୦୧୯ ମସିହାରେ ଶିବସେନା, କଂଗ୍ରେସ, ଓ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି ସହିତ ମିଶି ସରକାର ଯେତେବେଳେ ଗଠନ ହୋଇଥିଲା ବୋଲି ସିନ୍ଦେ କହିଥିଲେ।