PM Kisan Yojana: କେବେ ମିଳିବ ୧୩ ତମ କିସ୍ତି, କିପରି କରିବେ e-KYC? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
Advertisement

PM Kisan Yojana: କେବେ ମିଳିବ ୧୩ ତମ କିସ୍ତି, କିପରି କରିବେ e-KYC? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

PM Kisan Yojana News: କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା। ଏହି ଯୋଜନା ଦେଶର ସମସ୍ତ ଚାଷୀଙ୍କ ପରିବାରକୁ ଚାଷ ସହିତ ସେମାନଙ୍କର ଘରୋଇ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ଅଧିନରେ ପ୍ରତି ୪ ମାସରେ ତିନୋଟି କିସ୍ତିରେ ୨ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି।

PM Kisan Yojana: କେବେ ମିଳିବ ୧୩ ତମ କିସ୍ତି, କିପରି କରିବେ e-KYC? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

PM Kisan Samman Nidhi: ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାର ୧୩ତମ କିସ୍ତି ଖୁବ ଶୀଘ୍ର ଜାରି କରାଯାଇପାରେ। ଯଦିଓ ଏନେଇ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ 
ନାହିଁ। ହେଲେ କୁହାଯାଉଛି ଯେ ସରକାର ଏହାକୁ ଚଳିତ ମାସରେ ଜାରି କରିପାରନ୍ତି। ଏହି ଯୋଜନା ଅଧୀନରେ ସମସ୍ତ କୃଷଙ୍କୁ ବାର୍ଷିକ ୬୦୦୦ ଟଙ୍କା ପ୍ରଦାନ କରାଯାଇଥାଏ। ଯେଉଁଥିରେ ପ୍ରତି ୪ ମାସରେ ୨-୨ ହଜାର ଟଙ୍କା ପ୍ରଦାନ କରାଯାଇଥାଏ। 

ଏଭଳି ପରିସ୍ଥିତିରେ ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କ ପାଇଁ ଏହା ଜାଣିବା ଅତ୍ୟନ୍ତ ଯେ କିପରି ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ। ଏହା ସହିତ ଯଦି ଆପଣ ପରବର୍ତ୍ତୀ କିସ୍ତି ପାଇଁ ଅପେକ୍ଷା କରିଛନ୍ତି, ତାହେଲେ ଆପଣ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ନା ନୁହେଁ ତାହା ସେ ନେଇ ଆପଣ ମଧ୍ୟ ଆପଣଙ୍କ ସ୍ଥିତି ଯାଞ୍ଚ କରିପାରିବେ।

କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ନିଧି ଯୋଜନା। ଏହି ଯୋଜନା ଦେଶର ସମସ୍ତ ଚାଷୀଙ୍କ ପରିବାରକୁ ଚାଷ ସହିତ ସେମାନଙ୍କର ଘରୋଇ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବା ପାଇଁ ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅନୁଯାୟୀ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ଅଧିନରେ ପ୍ରତି ୪ ମାସରେ ତିନୋଟି କିସ୍ତିରେ ୨ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ଏହି ଯୋଜନାର ଲାଭ ସେହି ସମସ୍ତ କୃଷକଙ୍କୁ ମିଳିବ ଯେଉଁମାନଙ୍କ ପାଖରେ କୃଷି ଯୋଗ୍ୟ ଚାଷ ଜମି ରହିଛି। ଏହି ଯୋଜନା ଅନୁଯାୟୀ ସମସ୍ତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ଏପରି ଯାଞ୍ଚ କରନ୍ତୁ ଆପଣଙ୍କ ସ୍ଥିତି 

  • ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ଆପଣ କିସ୍ତି ଟଙ୍କା ପାଇବେ ନା ନାହିଁ, ତାହେଲେ ସେଥିପାଇଁ ଆପଣଙ୍କୁ ତଳେ ନିମ୍ନରେ ପ୍ରଦାନ କରାଯାଇଥିବା ପଦକ୍ଷେପ ଅନୁସରଣ କରିବାକୁ ହେବ।
  • ସର୍ବପ୍ରଥମେ PM Kisan Yojana pmkisan.gov.in ଅଫିସିଆଲ୍ ପୋର୍ଟାଲ୍ ପରିଦର୍ଶନ କରନ୍ତୁ।
  • ଏଠାରେ ଆପଣ ମୂଳପୃଷ୍ଠାରେ 'Farmers Corner' ବିଭାଗ ଅଧୀନରେ ଥିବା 'Beneficiary Status' ହିତାଧିକାରୀ ସ୍ଥିତି ବିକଳ୍ପ ଦେଖିବେ, ଏହାକୁ Select କରନ୍ତୁ।
  • ଏହା ପରେ ପଞ୍ଜୀକୃତ ଆଧାର ନମ୍ବର କିମ୍ବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ପ୍ରବେଶ କରନ୍ତୁ ଏବଂ ଡାଟା ପାଆନ୍ତୁ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
  • ଏହା କରିବା ପରେ, ଆପଣ କିସ୍ତିର ସ୍ଥିତି ଦେଖିବେ। ଆପଣଙ୍କ ସାମ୍ନାରେ ଆସିଥିବା ସ୍ଥିତିରେ, ଯଦି 'YES' E-KYC, ଯୋଗ୍ୟତା ଏବଂ ଲ୍ୟାଣ୍ଡ ସାଇଡିଂ ସାମ୍ନାରେ ଲେଖା ହୋଇଛି, ତାହେଲେ ଆପଣ କିସ୍ତିର ଲାଭ ପାଇପାରିବ।
  • ଯଦି ସ୍ଥିତିରେ 'NO' ଲେଖା ହୋଇଛି, ତାହେଲେ ଆପଣଙ୍କ କିସ୍ତି ଟଙ୍କା ଅଟକି ଯାଇପାରେ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ସରକାରୀ ପୋର୍ଟାଲ ଜରିଆରେ ଦିଆଯାଇଥିବା ସୂଚନା ଅନୁଯାୟୀ, ସମସ୍ତ ଚାଷୀଙ୍କ ପାଇଁ e-KYC କରିବା ବାଧ୍ୟତାମୂଳକ। ଆପଣ PM Kisan ପୋର୍ଟାଲ୍ ଏବଂ ଆପଣଙ୍କର ନିକଟତମ 
ଜନସେବା କେନ୍ଦ୍ରରେ e-KYC କରିପାରିବେ। ଅନଲାଇନ୍ e- KYC କରିବାକୁ ଆପଣଙ୍କୁ pmkisan.gov.in ପରିଦର୍ଶନ କରିବାକୁ ହେବ। ଏଠାକୁ ଯାଆନ୍ତୁ ଏବଂ e- KYC ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ଏବଂ 
ଆଧାର କାର୍ଡ ସହିତ ସଂଯୁକ୍ତ ଆପଣଙ୍କର ଆଧାର କାର୍ଡ ନମ୍ବର, Capache Code ଏବଂ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ। ଏହା ପରେ, ଆପଣଙ୍କ ଫୋନରେ ଏକ OTP ଆସିବ, ଏହାକୁ ପ୍ରବେଶ କରନ୍ତୁ। ଏହା କରିବା ପରେ ଆପଣଙ୍କ ଯାଞ୍ଚ ସମାପ୍ତ ହେବ।