PM Kisan Yojana: ମୋଦିଙ୍କ ଜନ୍ମଦିନରେ ଚାଷୀଙ୍କୁ ମିଳିବାକୁ ଯାଉଛି ବଡ଼ ଗିଫ୍ଟ
Advertisement

PM Kisan Yojana: ମୋଦିଙ୍କ ଜନ୍ମଦିନରେ ଚାଷୀଙ୍କୁ ମିଳିବାକୁ ଯାଉଛି ବଡ଼ ଗିଫ୍ଟ

PM Kisan 12th installment: କୃଷକମାନେ (Farmers) ଖୁବ ଶୀଘ୍ର ଏକ ବଡ଼ ଖବର ପାଇବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ପିଏମ କିସାନ (PM Kisan Samman Nidhi Yojana) ଯୋଜନାର ହିତାଧିକାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । 

ସୌ: ସୋସିଆଲ ମିଡିଆ

PM Kisan Yojana: କୃଷକମାନେ (Farmers) ଖୁବ ଶୀଘ୍ର ଏକ ବଡ଼ ଖବର ପାଇବାକୁ ଯାଉଛନ୍ତି । ଯଦି ଆପଣ ମଧ୍ୟ ପିଏମ କିସାନ (PM Kisan Samman Nidhi Yojana) ଯୋଜନାର ହିତାଧିକାରୀ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଏମ କିସାନ ଯୋଜନା ଅଧୀନରେ ଦ୍ୱାଦଶ କିସ୍ତି (PM Kisan 12th installment) ରିଲିଜ ହେବାର ତାରିଖ ସ୍ଥିର କରାଯାଇଛି । କିସ୍ତି ଟ୍ରାନ୍ସଫର ପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରି ସାରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆଗାମୀ ବିଶ୍ୱକର୍ମା ପୂଜା ଅର୍ଥାତ ମୋଦିଙ୍କ ଜନ୍ମଦିନରେ କୃଷକ ମାନଙ୍କ ଏକାଉଣ୍ଟରେ ଏହି ଟଙ୍କା ମିଳିପାରେ । ଯଦି ସୂତ୍ରକୁ ବିଶ୍ୱାସ କରଯାଏ ତେବେ ପ୍ରଦାନମନ୍ତ୍ରୀ ମୋଦି ନିଜ ଜନ୍ମଦିନରେ ଦେଶରେ ପ୍ରାୟ ୧୧.୩୭ କୋଟି କୃଷକ ମାନଙ୍କ ଆକାଉଣ୍ଟରେ ପିଏମ କିସାନ ଯୋଜନାର ଦ୍ୱାଦଶ କିସ୍ତି ପଠାଇ ପାରନ୍ତି । କହିରଖୁଛୁ ଯେ ସେପ୍ଟେମ୍ବର ୧୭ ତାରିଖରେ ପିଏମ ମୋଦି ନିଜର ୭୨ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଏହି ଦିନ ଚାଷୀଙ୍କୁ ଟଙ୍କା ମିଳିପାରେ । ଏହାପୂର୍ବରୁ  ପିଏମ କିସାନ ଯୋଜନା ଅଧୀନରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକାଦଶ କିସ୍ତି ଟଙ୍କା ପଠାଯାଇଥିଲା । ଏକାଦଶ କିସ୍ତି ପାଇଁ ଟଙ୍କା ୩୧ ମଇ ୨୦୨୨ ରେ ପଠାଯାଇଥିଲା ।

ଏହି ଯୋଜନା ଅଧୀନରେ, ଯେଉଁ କୃଷକମାନେ ସେମାନଙ୍କ ଆକାଉଣ୍ଟରେ ପିଏମ କିସାନର ଏକାଦଶ କିସ୍ତି ଗ୍ରହଣ କରିନାହାଁନ୍ତି, ତେବେ ସେମାନେ ପରବର୍ତ୍ତୀ କିସ୍ତି ସହିତ ପୂର୍ବ ରାଶି ମଧ୍ୟ ପାଇବେ । ଅର୍ଥାତ୍ କୃଷକମାନେ ବର୍ତ୍ତମାନ ୪୦୦୦ ଟଙ୍କା ପାଇବେ । କିନ୍ତୁ ଆମେ ଆପଣଙ୍କୁ କହି ରଖିବୁ ଯେ ଏହି ସୁବିଧା କେବଳ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ପୂର୍ବରୁ ପଞ୍ଜୀକୃତ ହୋଇଥିଲେ । ଯଦି ଆପଣ ମଧ୍ୟ ଆବେଦନ କରିଛନ୍ତି ଓ ଏହା ଗ୍ରହଣୀୟ ହୋଇଛି, ତେବେ ଆପଣ ଏକାସହ ୪୦୦୦ ଟଙ୍କା ପାଇବେ ।

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି କ’ଣ?
ମୋଦି ସରକାର ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ୨୪ ଫେବୃଆରୀ ୨୦୧୯ରେ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ କେନ୍ଦ୍ର ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦିଅନ୍ତି । କୃଷକମାନଙ୍କୁ ଋଣମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ସରକାର ୩ଟି କିସ୍ତିରେ ବର୍ଷକୁ ୬୦୦୦ ଟଙ୍କା ପ୍ରଦାନ କରନ୍ତି । ଯାହା ଅଧୀନରେ ୪ ମାସରେ କୃଷକଙ୍କ ଆକାଉଣ୍ଟକୁ ଗୋଟିଏ କିସ୍ତି ପଠାଯାଏ । ପ୍ରତ୍ୟେକ କିସ୍ତିରେ ୨୦୦୦ ଟଙ୍କା ଦିଆଯାଏ ।

ଏହା ବି ପଢ଼ନ୍ତୁ: Health Tips: ନାଇଟ୍ ସିଫ୍ଟ କରୁଥିବା ଲୋକଙ୍କୁ ଅଧିକ ହୋଇଥାଏ ହାର୍ଟଆଟକ୍, ଜାଣନ୍ତୁ ଏହାର କାରଣ ଓ ନିରାକରଣ

ଏହା ବି ପଢ଼ନ୍ତୁ: ସାବଧାନ! ଯଦି ଆପଣ ଏହି ଔଷଧ ଖାଉଛନ୍ତି ତେବେ ଭବିଷ୍ୟତରେ ଅନ୍ୟ କୌଣସି ମେଡିସିନ କାମ କରିବ ନାହିଁ