Weather News: ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଶୀତ ବଢିଛି । ବର୍ଷା ପରେ କୋହଲା ପାଗ ଥଣ୍ଡାକୁ ଅଧିକ ବଢାଇଥିଲା ।
ପାର୍ବତ୍ୟ ଅଞ୍ଚଳରେ ତୁଷାରପାତର ପ୍ରଭାବ ସମତଳ ଅଞ୍ଚଳରେ ସ୍ପଷ୍ଟ ଭାବେ ପଡିଥାଏ । ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବ ସମେତ ଅନେକ ରାଜ୍ୟରେ ଥଣ୍ଡା ହେବ ବୋଲି IMD ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ରାଜଧାନୀ ଦିଲ୍ଲୀରେ ତାପମାତ୍ରା ହ୍ରାସ ପାଇଛି। ଏଥିସହ ଘନ କୁହୁଡି ଦେଖାଯିବା ଆରମ୍ଭ କରିଛି। ସୋମବାର ଦିନ ଘନ କୁହୁଡି ହ୍ରାସ ପାଇବ ବୋଲି IMD ପୂର୍ବାନୁମାନ କରିଛି।
ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀରେ ସର୍ବାଧିକ ତାପମାତ୍ରା 18 ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା 6 ଡିଗ୍ରୀ ସେଲସିୟସ ରହିପାରେ ।
ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ୍ ଆଲର୍ଟ ଜାରି କରାଯାଇଛି । ଏହି ସତର୍କତା ମୁଖ୍ୟତଃ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ଦିଆଯାଇଛି । ବର୍ଷା ପରେ ଥଣ୍ଡା ପବନ କାରଣରୁ ତାପମାତ୍ରାରେ ଆହୁରି ହ୍ରାସ ଘଟିପାରେ ।
ଅନ୍ୟପଟେ, ହିମାଚଳ ପ୍ରଦେଶ, କାଶ୍ମୀର ଏବଂ ଉତ୍ତରପ୍ରଦେଶର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ କାରଣରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡିଛି। IMD ଅନୁଯାୟୀ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ଥଣ୍ଡା ଏବଂ ଶୁଖିଲା ରହିବ।
ପଞ୍ଜାବ, ହରିୟାଣା-ଚଣ୍ଡିଗଡ଼, ରାଜସ୍ଥାନର ବିଚ୍ଛିନ୍ନ ସ୍ଥାନରେ 30 ଡିସେମ୍ବର ବିଳମ୍ବିତ ରାତି ଏବଂ ସକାଳ ସମୟରେ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି । କୁହୁଡି ଯୋଗୁଁ ଯାନବାହାନ ଯାତାୟତ ପ୍ରଭାବିତ ହୋଇପାରେ ।
ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ହେବାର ପୂର୍ବାନୁମାନ କରିଛି IMD। ଏଥିସହ ପ୍ରବଳ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ଆକଳନ କରିଛି ଯେ, ଆଗାମୀ ଦିନରେ ପାଗ ଆହୁରି ଖରାପ ହୋଇପାରେ । ଥଣ୍ଡା ପବନ ଓ ବର୍ଷା ହେବାର ସମ୍ଭାବନା ରହିଛି।
ଦିଲ୍ଲୀ ଏବଂ ଏନସିଆର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଥଣ୍ଡା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଲୋକଙ୍କୁ ଅଧିକ ଶୀତର ସମ୍ମୁଖୀନ ହେବାକୁ ପଡିବ। ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ ତାପମାତ୍ରା 17 ଡିଗ୍ରୀ ସେଲସିୟସ ରହିବାର ଆଶଙ୍କା ରହିଛି ।
ट्रेन्डिंग फोटोज़