Kerala Landslide: ପ୍ରକୃତିର କରାଳ ରୂପ। କେରଳରେ ହୋଇଥିବ ଭୂସ୍ଖଳନ ସାରା ବିଶ୍ବକୁ ଦୋହଲାଇ ଦେଇଛି। ମୃତ୍ୟୁ ସଂଖ୍ୟା ୨୯୬ରେ ପହଞ୍ଚିଛି । ଏବେବି ଶହଶହ ଲୋକେ ନିଖୋଜ ରହିଛନ୍ତି। ଫଟୋରେ ଦେଖନ୍ତୁ ୱାୟନାଡ ଭୂସ୍ଖଳନର କିଛି ଛାତିଥରା ଦୃଶ୍ୟ....
କେରଳର ୱାୟନାଡ ଭୂସ୍ଖଳନ ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା। କେରଳ ପୋଲିସ, ଏନଡିଆରଏଫ ଟିମ ଓ ଭାରତୀୟ ବାୟୁସେନା ଉଦ୍ଧାରକାର୍ୟ୍ୟ ଜାରି ରଖିଛି ।
ALSO READ: Road Accident: କାରକୁ ପିଟିଲା ଟ୍ରକ୍, ଘଟଣାସ୍ଥଳରେ ୫ ମୃତ, ୫ ଆହତ
ପାହାଡଉପରୁ ଖସିଥିବା ମୃତ୍ୟୁ ଫାଶରେ ପଡି ଏବେ ସୁଦ୍ଧା ୨୯୬ ଜଣଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ଶତାଧିକ ନିଖୋଜ ଅଛନ୍ତି, ସେମାନଙ୍କ କୌଣସି ପତ୍ତା ମିଳୁନାହିଁ ।
ପ୍ରଭାବିତଙ୍କୁ ଅସ୍ଥାୟୀ ଶିବିରରେ ରଖାଯାଇଛି। ୱାୟନାଡର ଭୟଙ୍କର ଭୂସ୍ଖଳନରେ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନ ବିଚ୍ଛିନ ହେବା ଯୋଗୁଁ ଯୋଗାଯୋଗ ଓ ଯାତାୟତ ବେଶ ବାଧାପ୍ରାପ୍ତ ହୋଇପଡିଛି।
ପ୍ରଭାବିତଙ୍କ ପାଇଁ ଶତାଧିକ ଅସ୍ଥାୟୀ ଶିବିର ବନ୍ଦୋବସ୍ତ କରାଯିବା ସହ ୫ ହଜାର ଲୋକଙ୍କୁ ଏବେ ସୁଧା ସ୍ଥାନାନ୍ତର କରାଯାଇଛି।
ବନ୍ୟାରୁ ଉଦ୍ଧାରୁ ହୋଇଥିବା ଗୁରୁତରଙ୍କଙ୍କୁ ବିଭିନ୍ନ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି।
ରାଜ୍ୟ ଓ କେନ୍ଦ୍ର ସରକାର ଅନୁକମ୍ପା ସାହାଯ୍ୟ ରାଶି ଘୋଷଣା କରିବା ସହ ପଡୋଣୀ ରାଜ୍ୟମାନେ ବି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ।
ଭୟଙ୍କର ଭୁସ୍ଖଳନରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି କେରଳର ୫ ଜିଲ୍ଲା।
ଚାଲିୟାର ନଦୀରେ ଅନେକ ଲୋକ ଭାସିଯିବା ଯୋଗୁଁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ट्रेन्डिंग फोटोज़