Petrol Diesel Price Today: ରାଜ୍ୟରେ ବଢିଲା ତେଲ ଦର,ଜାଣିରଖନ୍ତୁ ଆଜିର ପେଟ୍ରୋଲ ଡିଜେଲ୍ ରେଟ୍
Advertisement
Article Detail0/zeeodisha/odisha2294801

Petrol Diesel Price Today: ରାଜ୍ୟରେ ବଢିଲା ତେଲ ଦର,ଜାଣିରଖନ୍ତୁ ଆଜିର ପେଟ୍ରୋଲ ଡିଜେଲ୍ ରେଟ୍

Petrol Diesel Price Today: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୋଇଥାଏ। ଏହି କାରଣରୁ ଆମକୁ ପେଟ୍ରୋଲ ଏବଂ ଡିଜେଲ ଏତେ ମହଙ୍ଗା କିଣିବାକୁ ପଡିଥାଏ। 

 

Petrol Diesel Price Today: ରାଜ୍ୟରେ ବଢିଲା ତେଲ ଦର,ଜାଣିରଖନ୍ତୁ ଆଜିର ପେଟ୍ରୋଲ ଡିଜେଲ୍ ରେଟ୍

Petrol Diesel Price Today: ଆଜି ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ରବିବାର ସକାଳ ପ୍ରାୟ ସାଢେ ୬ଟାରେ WTI ଅଶୋଧିତ ବ୍ୟାରେଲ ପିଛା ୭୮.୫ ଡଲାରରେ ବିକ୍ରି ହେଉଛି । ଏଥି ସହିତ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୮୨.୬୨ ଡଲାରରେ କାରବାର କରୁଛି। ଦେଶର ତୈଳ ମାର୍କେଟିଂ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ସର୍ବଶେଷ ହାର ପ୍ରକାଶ କରିଛନ୍ତି। ଭାରତରେ ପ୍ରତିଦିନ ସକାଳ ୬ଟାରେ ଇନ୍ଧନ ମୂଲ୍ୟ ସଂଶୋଧନ କରାଯାଏ । ଜୁନ୍ ୨୦୧୭ ପୂର୍ବରୁ, ପ୍ରତି ୧୫ ଦିନରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସଂଶୋଧନ କରାଯାଇଥିଲା। 

ଅଳ୍ପ କିଛି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ବ୍ୟତୀତ ପେଟ୍ରୋଲ ଏବଂ ଡିଜେଲର(Petrol Diesel Price) ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦେଶର ଚାରୋଟି ପ୍ରମୁଖ ସହରରେ ଇନ୍ଧନ ମୂଲ୍ୟ ସ୍ଥିତି ରହିଥାଏ ।

୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦାମ
- ଦିଲ୍ଲୀରେ ପେଟ୍ରୋଲ ୯୪.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୬୨ ଟଙ୍କା ରହିଛି
- ମୁମ୍ବାଇରେ ପେଟ୍ରୋଲ ୧୦୪.୨୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୧୫ ଟଙ୍କା 
- କୋଲକାତାରେ ପେଟ୍ରୋଲ ୧୦୩.୯୪ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୦.୭୬ ଟଙ୍କା 
- ଚେନ୍ନାଇରେ ପେଟ୍ରୋଲ ୧୦୦.୭୫ ଟଙ୍କା ଏବଂ ଲିଟର ପିଛା ଡିଜେଲ ୯୨.୩୪ ଟଙ୍କା 

ଏହି ସବୁ ସହରର ଜାଣିରଖନ୍ତୁ ଦାମ୍
- ନୋଏଡାରେ ପେଟ୍ରୋଲ ୯୪.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୮୩ ଟଙ୍କା ହୋଇଛି
- ଗାଜିଆବାଦରେ ଡିଜେଲର ମୂଲ୍ୟ ଲିଟର ପିଛା ୯୪.୬୫ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୭୫ ଟଙ୍କା ହୋଇଛି।
- ଲକ୍ଷ୍ନୌରେ ପେଟ୍ରୋଲ ୯୪.୫୬ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୭.୬୬ ଟଙ୍କା ହୋଇଛି।
- ପାଟନାରେ ପେଟ୍ରୋଲ ୧୦୫.୧୮ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୦୪ ଟଙ୍କା ହୋଇଛି।
- ପୋର୍ଟ ବ୍ଲେୟାରରେ ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭୯.୭୪ ଟଙ୍କା ହୋଇଛି। 
-ଭୁବନେଶ୍ୱରରେ ଆଜି ତୈଳ(Bhubaneswar Petrol Diesel Price Today) ଦର ୧୦୩ ଟଙ୍କା ୪୭ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୫ ଟଙ୍କା ୦୩ ପଇସା ରହିଛି।

ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପରିବର୍ତ୍ତନ ଏବଂ ନୂତନ ଦାମ ଜାରି କରାଯାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୋଇଥାଏ। ଏହି କାରଣରୁ ଆମକୁ ପେଟ୍ରୋଲ ଏବଂ ଡିଜେଲ ଏତେ ମହଙ୍ଗା କିଣିବାକୁ ପଡିଥାଏ। 

Also Read: Odisha Weather Today: ରଜମଉଜକୁ ବରବାଦ କଲା ଗୁଳୁଗୁଳି, ଆହୁରି କେତେଦିନ କରିବ ଛଟପଟ?

Also Read: Lucky Rashi 2024: ଶହେବର୍ଷ ପରେ ଏକାଥରେ ୩ ଅଦ୍ଭୁତ ସଂଯୋଗ, ୩ଟି ରାଶିର ଖୋଲିଯିବ ଭାଗ୍ୟ!