ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ
Advertisement

ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

Patanjali Cow Ghee: ବାବା ରାମଦେବ (Baba Ramdev) ଙ୍କ ଜଣାଶୁଣା କମ୍ପାନୀ ପତଞ୍ଜଳି ((Patanjali) ବ୍ରାଣ୍ଡର ଗାଈ ଘି ୨୦୨୧ ମସିହାରେ ଦୀପାବଳୀ ପର୍ବ ସମୟରେ ତେହେରୀ ଜିଲ୍ଲାର ଘନସାଲୀର ଏକ ଦୋକାନରୁ ଖାଦ୍ୟ ସୁରକ୍ଷା ଓ ଡ୍ରଗ୍ସ ବିଭାଗ ଦ୍ୱାରା ନମୁନା ସଂଗ୍ରହ କରାଯାଇଥିଲା । ଯାହା ପରେ ନମୁନା ପରୀକ୍ଷା ପାଇଁ ରାଜ୍ୟ ଲାବୋରେଟୋରୀକୁ ପଠାଗଲା, ସେଠାରେ ନମୁନା ଫେଲ୍ ହୋଇଥିବା ଜଣାପଡିଛି । 

ପତଞ୍ଜଳି ଗାଈ ଘିଅର ନମୁନା ପରୀକ୍ଷଣରେ ଫେଲ୍; ଲାବୋରେଟୋରୀ ରିପୋର୍ଟରେ କୁହାଯାଇଛି ଘିଅରେ ହୋଇଛି ମିଶ୍ରଣ, ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ନୂଆଦିଲ୍ଲୀ: Patanjali Cow Ghee: ଉତ୍ତରାଖଣ୍ଡ ରାଜ୍ୟରେ ବାବା ରାମଦେବ (Baba Ramdev) ଙ୍କ ଜଣାଶୁଣା କମ୍ପାନୀ ପତଞ୍ଜଳି ଆୟୁର୍ବେଦର ଗାଈ ଘିଅ (Patanjali Ayurveda Cow Ghee) ର ନମୁନା ପରୀକ୍ଷଣ ଫେଲ୍ ହୋଇଥିବା ଜଣାପଡିଛି । ରାଜ୍ୟ ଲାବୋରେଟୋରୀ ପରେ କେନ୍ଦ୍ରୀୟ ଲାବୋରେଟୋରୀରେ ମଧ୍ୟ ଏହି ନମୁନା ପରୀକ୍ଷଣରେ ଫେଲ୍ ହୋଇଥିବା ଜଣାପଡିଛି । ଏହା ପରେ ତେହେରୀ ଜିଲ୍ଲାର ଖାଦ୍ୟ ସୁରକ୍ଷା ଓ ଔଷଧୀୟ ବିଭାଗ ପତଞ୍ଜଳି କମ୍ପାନୀ ବିରୋଧରେ ଏଡିଏମ୍ କୋର୍ଟରେ ମକଦ୍ଦମା ଦାୟର କରିବାକୁ ଯାଉଛି ।

ବାବା ରାମଦେବ (Baba Ramdev) ଙ୍କ ଜଣାଶୁଣା କମ୍ପାନୀ ପତଞ୍ଜଳି ((Patanjali) ବ୍ରାଣ୍ଡର ଗାଈ ଘି ୨୦୨୧ ମସିହାରେ ଦୀପାବଳୀ ପର୍ବ ସମୟରେ ତେହେରୀ ଜିଲ୍ଲାର ଘନସାଲୀର ଏକ ଦୋକାନରୁ ଖାଦ୍ୟ ସୁରକ୍ଷା ଓ ଡ୍ରଗ୍ସ ବିଭାଗ ଦ୍ୱାରା ନମୁନା ସଂଗ୍ରହ କରାଯାଇଥିଲା । ଯାହା ପରେ ନମୁନା ପରୀକ୍ଷା ପାଇଁ ରାଜ୍ୟ ଲାବୋରେଟୋରୀକୁ ପଠାଗଲା, ସେଠାରେ ନମୁନା ଫେଲ୍ ହୋଇଥିବା ଜଣାପଡିଛି । ଏହା ପରେ ଖାଦ୍ୟ ସୁରକ୍ଷା ବିଭାଗ କମ୍ପାନୀକୁ ଏକ ନୋଟିସ ଜାରି କରିଥିଲା । କିନ୍ତୁ ପରେ କମ୍ପାନୀ ରାଜ୍ୟ ଲାବୋରେଟୋରୀ ରିପୋର୍ଟକୁ ଭୁଲ ପ୍ରମାଣିତ କରିଥିଲା ।

ଏହା ପରେ ଖାଦ୍ୟ ସୁରକ୍ଷା ବିଭାଗ ଦ୍ୱାରା ନମୁନାକୁ କେନ୍ଦ୍ରୀୟ ଲାବୋରେଟୋରୀକୁ ପଠାଯାଇଥିଲା ଓ ବାବା ରାମଦେବଙ୍କ ପତଞ୍ଜଳି ବ୍ରାଣ୍ଡ ଗାଈ ଘିଅ ନମୁନା ମଧ୍ୟ କେନ୍ଦ୍ରୀୟ ଲାବୋରେଟୋରୀରେ ହୋଇଥିବା ପରୀକ୍ଷଣରେ ଫେଲ୍ ହୋଇଥିବା ଜଣାପଡିଛି । ଏହା ପରେ ଖାଦ୍ୟ ସୁରକ୍ଷା ବିଭାଗ ତେହେରୀର ଏଡିଏମ୍ କୋର୍ଟରେ କମ୍ପାନୀ ବିରୋଧରେ ମକଦ୍ଦମା ଦାୟର କରିବାକୁ ଯାଉଛି । 

ଖାଦ୍ୟ ନିରାପତ୍ତା ନିଯୁକ୍ତ ଅଧିକାରୀ ଏମଏନ୍ ଯୋଶୀ କହିଛନ୍ତି ଯେ, ଲାବୋରେଟୋରୀ ରିପୋର୍ଟ ଅନୁଯାୟୀ, ପତଞ୍ଜଳି ଘିଅରେ ଅପମିଶ୍ରଣ ଓ ଘିଅର ମାନଦଣ୍ଡ ପୂରଣ କରୁନାହିଁ ଏବଂ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ସେ କହିଛନ୍ତି ଯେ, ଚାର ଧାମ ଯାତ୍ରା ସମୟରେ ଚମ୍ବା-ଧରସୁ ରାଜପଥରେ ଥିବା ସେଲୁ ପାଣିରେ ଥିବା ଏକ ହୋଟେଲରୁ ଚାଉଳର ଏକ ନମୁନା ନିଆଯାଇଥିଲା, ଯାହାର ରିପୋର୍ଟ ମଧ୍ୟ ଫେଲ୍ ହୋଇଥିବା ଜଣାପଡିଛି, ଏହା ପରେ ଖାଦ୍ୟ ସୁରକ୍ଷା ବିଭାଗ ହୋଟେଲ ମାଲିକଙ୍କୁ ନୋଟିସ ଜାରି କରିଛି । ସେ କହିଛନ୍ତି ଯେ, ଏହି ଚାଉଳରେ ବହୁ ପରିମାଣର କୀଟନାଶକର ପୃଷ୍ଟି ହୋଇଛି । ନୋଟିସର ଜବାବ ପରେ ଖୁବ ଶୀଘ୍ର ହୋଟେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ:-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଆଶ୍ୱସ୍ତ; ଯୁବକ ଯୁବତୀଙ୍କୁ ମିଳିବ ନିଯୁକ୍ତି, ଜାଣନ୍ତୁ କେତେ ହଜାର ପଦ ଭରିବେ ସରକାର

ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗା ଭାରତକୁ ନେଇ କରିଛନ୍ତି ଭୟଙ୍କର ଭବିଷ୍ୟବାଣୀ, ୨୦୨୨ରେ ଆସୁଛି ବଡ଼ ସଙ୍କଟ!

ଏହା ବି ପଢ଼ନ୍ତୁ:-ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର! ଏଥର ମହଙ୍ଗା ଭତ୍ତାରେ ୬ ପ୍ରତିଶତ ହେଲା ବୃଦ୍ଧି, ସରକାର କଲେ ଘୋଷଣା

ସେପଟେ, ଯୋଗ ଗୁରୁ ବାବା ରାମଦେବଙ୍କୁ (Ramdev) ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟ (Delhi High Court) ତାଗିଦ କରିଛନ୍ତି । କୋଭିଡ ଟିକା (Covid vaccine) ନେବା ପରେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ (Joe Biden) କୋରୋନା ହେବାକୁ ନେଇ ରାମଦେବ ଡାକ୍ତରୀ ବିଜ୍ଞାନର (Medical science) ବିଫଳତା ବୋଲି କହିଥିଲେ । ଏହା ଉପରେ କୋର୍ଟ କହିଛନ୍ତି, "ସରକାରୀ ସୂଚନା ବ୍ୟତୀତ ଆଉ କିଛି କୁହନ୍ତୁ ନାହିଁ । ନିଜ ବୟାନ ଦ୍ୱାରା ଲୋକଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ ।'