Russia On Pakistan: ଋଷକୁ ନାଲି ଆଖି ଦେଖାଇଲା ପାକିସ୍ତାନ, ଶୁଣାଇଲା ଏଭଳି ଚରମବାଣୀ
Advertisement

Russia On Pakistan: ଋଷକୁ ନାଲି ଆଖି ଦେଖାଇଲା ପାକିସ୍ତାନ, ଶୁଣାଇଲା ଏଭଳି ଚରମବାଣୀ

ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପାକିସ୍ତାନ ଏହାକୁ ଖଣ୍ଡନ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅସିମ ଇଫ୍ତିଖାର ଏକ ବୟାନରେ କହିଛନ୍ତି କି ଆମେମାନେ ଏଭଳି ଏକ ଭିତ୍ତିହୀନ ଚର୍ଚ୍ଚା ଉପରେ ଆମେମାନେ ସ୍ତମ୍ଭିଭୂତ।

Russia On Pakistan:  ଋଷକୁ ନାଲି ଆଖି ଦେଖାଇଲା ପାକିସ୍ତାନ, ଶୁଣାଇଲା ଏଭଳି ଚରମବାଣୀ

Russia On Pakistan: ନୂଆଦିଲ୍ଲୀ: ବିଗତ ୯ ମାସ ଧରି ୟୁକ୍ରେନ (Ukraine) ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଋଷ (Russia)। ଏହି ଯୁଦ୍ଧ ମଧ୍ୟରେ ଏବେ ପାକିସ୍ତାନ (Pakistan) ଏଣ୍ଟ୍ରି ମାରିଛି। ଋଷି ଫେଡେରେସନ (Russia Federation Council) କାଉଁସିଲର ପ୍ରତିରକ୍ଷା ସମିତିର ସଦସ୍ୟ ତଥା ସାଂସଦ ଇଗୋର ମୋରୋଜୋବ (Egor Morojob) ମଙ୍ଗଳବାର ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି କି ପରମାଣୁ ବୋମା (Nuclear Bomb) ବିକଶିତ କରିବା ପାଇଁ ପାକିସ୍ତାନ ୟୁକ୍ରେନ ସହିତ ଆଲୋଚନା ଜାରି ରଖିଛି। ମୋରୋଜୋବ ଦାବି କରିଛନ୍ତି ଯେ ୟୁକ୍ରେନର ଏକ ବିଶେଷଜ୍ଞ ଦଳ ପାକିସ୍ତାନ ଗସ୍ତ କରି ପରମାଣୁ ବୋମା ତିଆରି କରୁଥିବା ସେଠାକାର (ପାକିସ୍ତାନର) ଏକ ପ୍ରତିନିଧି ମଣ୍ଡଳ ସହିତ ଆଲୋଚନା କରିଛନ୍ତି। 

ସେପଟେ ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ପାକିସ୍ତାନ ଏହାକୁ ଖଣ୍ଡନ କରିଛି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅସିମ ଇଫ୍ତିଖାର ଏକ ବୟାନରେ କହିଛନ୍ତି କି ଆମେମାନେ ଏଭଳି ଏକ ଭିତ୍ତିହୀନ ଚର୍ଚ୍ଚା ଉପରେ ଆମେମାନେ ସ୍ତମ୍ଭିଭୂତ। ଏଭଳି ବୟାନ ଜାରି କରି ପାକିସ୍ତାନ ଓ ଋଷର ସମ୍ପର୍କକୁ ପ୍ରଭାବିତ କରିବାକୁ ପ୍ରଚେଷ୍ଟା କରାଯାଉଛି। ଏହା ଉପରେ ଆମେ ଋଶ ବୈଦେଶିକ ମନ୍ତ୍ରଣାଳୟ ନିକଟରୁ ସ୍ପଷ୍ଟିକରଣ ଜାରି କରିଛୁ ବୋଲି ସେ କହିଛନ୍ତି। 

ଋଷିୟ ସାଂସଦ କହିଛନ୍ତି “Nuclear Provocations in Ukraine: Who Needs It?” ନାମକ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ପ୍ରୋଜେକ୍ଟ Ukrainian DOssier ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି କି ୟୁକ୍ରେନର ଡାର୍ଟି ବମ ପ୍ରସ୍ତୁତରର ଗୁମର ପ୍ରାୟ ସମସ୍ତଙ୍କୁ ଜଣା ଅଛି। ମୋରୋଜୋବ କହିଛନ୍ତି କି ୟୁକ୍ରେନ ବର୍ତ୍ତମାନ ଆର୍ଥିକ ସମସ୍ୟାରେ ଯୁଝି ହେଉଛି। ଯେଉଁ କାରଣ ପାଇଁ ବିପଦ ମଧ୍ୟ ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଅନ୍ୟ କୌଣସି ରାଷ୍ଟ୍ରର ପ୍ରୋତ୍ସାହନରେ ଆସି ଡାର୍ଟି ବୋମାକୁ ବ୍ୟବହାର କରିପାରେ। 

ସେହିପରି ମୋରୋଜୋଭ ଆମେରିକା ଓ ବ୍ରିଟେନ ଉପରେ ମଧ୍ୟ ବର୍ଷିଛନ୍ତି। ସେ କହିଛନ୍ତି କି Tochkau ଏକ କମ କ୍ଷମତା ବିଶିଷ୍ଟ ପରମାଣୁ ବୋମା। ଯାହାକୁ କୌଣସି ରାଷ୍ଟ୍ର ଅତ୍ୟନ୍ତ ସହଜରେ ପ୍ରସ୍ତୁତ କରିପାରେ। ମୋରୋଜୋଭ କହିଥିଲେ କି କଂଗ୍ରେସ (ଆମେରିକା ସାଂସଦ)ର ବିନା ଅନୁମତିରେ ବାଇଡେନ ଏହାକୁ ପ୍ରୟୋଗ କରିଦେଇ ପାରନ୍ତି। 

ମୋରୋଜୋବ ଆହୁରି ଆଶଙ୍କା ପ୍ରକାଶ କରିଥିଲେ କି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡୋମିର ଜେଲନସ୍କିଙ୍କ ସହିତ ବ୍ରିଟେନ ଓ ଆମେରିକା ସହିତ ଆଲୋଚନା ମଧ୍ୟ କରିପାରନ୍ତି। ଯଦିଓ ମୋରୋଜୋବ ଏହି ଅଭିଯୋଗ ସମ୍ପର୍କରେ କୌଣସି ପ୍ରମାଣ ଦେଖାଇ ପାରିନାହାନ୍ତି। 

ସୂଚନାଯୋଗ୍ୟ ଡାର୍ଟି ମବ ଏଭଳି ଏକ ବିସ୍ଫୋଟକ, ଯାହା ସାଧାରଣ ବୋମା ଭଳି ବିସ୍ଫୋରଣ ହୋଇନଥାଏ। ବା ସାଧାରଣ ବୋମା ଭଳି ପ୍ରୟୋଗ କରାଯାଇନଥାଏ। ଏହି ବମର ବିକିରଣକୁ ଚତୁର୍ଦ୍ଦିଗରେ ବିଛାଡ଼ିବା ପାଇଁ ରେଡ଼ିଓଆକ୍ଟିଭ ଭଳି ତତ୍ୱ ଯଥା ବିଶାକ୍ତ ଅଣୁ-ପରମାଣୁ ସହିତ ଏହାକୁ ପ୍ରସ୍ତୁତ କରାଯାଇଥାଏ। ସୁରକ୍ଷା ବିଶେଷଜ୍ଞ ଅନୁଯାୟୀ ଏହି ବୋମାର ଉପଯୋଗ ଆତଙ୍କବାଦୀ ହତିଆର ଭାବେ ବ୍ୟବହାର କରିପାରେ। 

ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ପାକିସ୍ତାନ ଉଭୟ ରାଷ୍ଟ୍ର ସହିତ ଏକ ସନ୍ତୁଳନ ରକ୍ଷା କରିଆସୁଛି। ଯେଉଁଠାରେ ପାକିସ୍ତାନ ଋଷର କାର୍ଯ୍ୟାନୁଷ୍ଠାନକୁ ସ୍ପଷ୍ଟ ରୂପ ଦେଇ ନିନ୍ଦା କରିବାରୁ ଦୁରେଇ ରହୁଛି ତ ଅନ୍ୟ ପକ୍ଷରେ ୟୁକ୍ରେନରେ ମାନବୀୟ ସଂକଟ ଉପରେ ଚିନ୍ତା ପ୍ରକାଶ କରିଛି।