ଦେଶର ସଙ୍କଟାପନ୍ନ ଅର୍ଥନୀତି ସୁଧାରିବା ପାଇଁ କମ ଚା' ପିଇବାକୁ ମନ୍ତ୍ରୀଙ୍କ ଅପିଲ
Advertisement
Article Detail0/zeeodisha/odisha1222611

ଦେଶର ସଙ୍କଟାପନ୍ନ ଅର୍ଥନୀତି ସୁଧାରିବା ପାଇଁ କମ ଚା' ପିଇବାକୁ ମନ୍ତ୍ରୀଙ୍କ ଅପିଲ

ମନ୍ତ୍ରୀ ଏହସାନ ଇକବାଲ (Ahsan Iqbal) ଙ୍କ ଏପରି ବୟାନକୁ ନେଇ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। ଏହା ଲକଙ୍କ ସହ ଏକ ପ୍ରକାରର ଥଟ୍ଟା ବୋଲି ୟୁଜର୍ସମାନେ କହିଛନ୍ତି। ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ, ପ୍ରଥମେ ରୁଟିକୁ ଅଧା କରିଦେଲ, ଏବେ ଚା ବି କମ କରୁଦେବୁ?

ପ୍ରତିକାତ୍ମକ ଫଟୋ

ଇସଲାମାବାଦ: ଚା ପାଲଟିବ ସରକାରଙ୍କ ସଙ୍କଟମୋଚକ! କମ ଚା ପିଇଲେ ଦେଶର ଅର୍ଥନୀତିର ବିକାଶ ହେବ। ନିକଟରେ ଏଭଳି କିଛି ଅବାଧ ଯୁକ୍ତି ପାକିସ୍ତାନର ଜଣେ ମନ୍ତ୍ରୀ କରିଛନ୍ତି। ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପାକିସ୍ତାନର କେନ୍ଦ୍ର ଯୋଜନା ଓ ବିକାଶ ମନ୍ତ୍ରୀ ଏହସାନ ଇକବାଲ ଲୋକଙ୍କୁ କମ୍ ଚା ପିଇବାକୁ ଅପିଲ କରିଛନ୍ତି। ମନ୍ତ୍ରୀଙ୍କ ଏହି ଅପିଲର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଭାରତ ଓ ପାକିସ୍ତାନର ସ୍ଥିତି ସମାନ। ଉଭୟ ଦେଶର ମନ୍ତ୍ରୀମାନେ ଅବାଧ ଯୁକ୍ତି କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଭାରତରେ ଦରଦାମ ବୃଦ୍ଧିର କାରଣ ପିଆଜ, ରୋସଣ, ଓଲା, ଉବରକୁ ଦିଆଯାଉଛି। ପାକିସ୍ତାନର ସଙ୍କଟାପନ୍ନ ଅର୍ଥନୀତିରେ ସୁଦ୍ଧାର ଆଣିବା ପାଇଁ ଜନସାଧାରଣଙ୍କୁ କମ ଚାହା ପିଇବାକୁ କୁହାଯାଉଛି। ଏକ ଭାଇରାଲ୍ ଭିଡିଓରେ ପାକ୍ ମନ୍ତ୍ରୀ ଏହସାନ ଇକବାଲ କହିଛନ୍ତି, 'ମୁଁ ଲୋକମାନଙ୍କୁ ମଧ୍ୟ ନିବେଦନ କରିବି ଯେ, ପ୍ରତ୍ୟେକ ବ୍ୟକ୍ତି ଦିନକୁ ଦୁଇ କପ୍ ହ୍ରାସ କରିବା ଉଚିତ, କାରଣ ଆମଦାନୀ କରୁଥିବା ଚା (Tea) ମଧ୍ୟ ଋଣ ଟଙ୍କାରୁ ଆସିଥାଏ।'

ମନ୍ତ୍ରୀ ଏହସାନ ଇକବାଲ (Ahsan Iqbal) ଙ୍କ ଏପରି ବୟାନକୁ ନେଇ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଉଛି। ଏହା ଲକଙ୍କ ସହ ଏକ ପ୍ରକାରର ଥଟ୍ଟା ବୋଲି ୟୁଜର୍ସମାନେ କହିଛନ୍ତି। ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ, ପ୍ରଥମେ ରୁଟିକୁ ଅଧା କରିଦେଲ, ଏବେ ଚା ବି କମ କରୁଦେବୁ? ଚାହା ଉପରେ କୌଣସି ମଜାକ ହେବ ନାହିଁ! ମନ୍ତ୍ରୀଙ୍କୁ ବୟାନକୁ ନେଇ ମିମ୍ ମଧ୍ୟ ତିଆରି ହେଉଛି। ଏହସାନ ଇକବାଲ ତାଙ୍କ ବିବୃତ୍ତିକୁ ଲୋକେ ତୀବ୍ର ସମାଲୋଚନା କରିବା ପରେ ସେ ଟ୍ୱିଟରରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି, ଯାହା ଅନୁଯାୟୀ ୨୦୨୦ ମସିହାରେ ପାକିସ୍ତାନ ପ୍ରାୟ ୫୯୦ ମିଲିୟନ ଡଲାରର ଚା ଆମଦାନୀ କରିଛି। ଚା ଆମଦାନୀ ତାଲିକାର ଶୀର୍ଷରେ ପାକିସ୍ତାନ (Pakistan) ର ନାମ ଥିଲା।

Also Read: ପାକିସ୍ତାନରେ ଏକା ଥରକେ ୫୯ ଟଙ୍କା ବଢ଼ିଲା ପେଟ୍ରୋଲ , ପେଟ୍ରୋଲ ୨୩୩ ଟଙ୍କା ଓ ଡିଜେଲ ୨୬୩.୩୧ ଟଙ୍କ

୨୦୧୯ ମସିହାରେ, ଇମ୍ରାନ ଖାନଙ୍କ ଯୁଗରେ ମଧ୍ୟ ତାଙ୍କ ଦଳର ସଦସ୍ୟ ଚିନି ଏବଂ ରୁଟି କ୍ରୟ ହ୍ରାସ କରିବାକୁ ଲୋକଙ୍କୁ କହିଥିଲେ। ପାକିସ୍ତାନ ହେଉଛି ବିଶ୍ୱର ସବୁଠାରୁ ବଡ ଚା ଆମଦାନୀକାରୀ ଦେଶ। ପାକିସ୍ତାନ ଚା ଆସୋସିଏସନର ମୁଖ୍ୟ ଜାଭେଦ୍ ଇକବାଲ୍ ପାରାଚାଙ୍କ ଅନୁଯାୟୀ, ପାକିସ୍ତାନ ପ୍ରତିବର୍ଷ ୨୩୦ରୁ ୨୪୦ ନିୟୁତ କିଲୋଗ୍ରାମ ଚା ଆମଦାନୀ କରିଥାଏ, ଯେଉଁଥିରେ ପାକିସ୍ତାନର ବାର୍ଷିକ ଆମଦାନୀ ବିଲ୍ ପ୍ରାୟ ୪୫୦ ମିଲିୟନ୍ ଡଲାର୍ ଅଟେ। କେନ୍ଦ୍ର ମନ୍ତ୍ରୀ ଏହସାନ ଇକବାଲଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ସେଠାରେ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେତୁ ସାଧାରଣ ଲୋକଙ୍କ ଦୁଃଖ ବଢିଚାଲିଛି।

 

ବିପର୍ଯ୍ୟସ୍ତ ଅର୍ଥନୀତିକୁ ବଞ୍ଚାଇବା ପାଇଁ ପାକିସ୍ତାନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିକୁ ଅନାଇ ବସିଛି। ବର୍ତ୍ତମାନ ପାକ୍ ପାଖରେ ରାଜସ୍ୱ ଆଦାୟ ପାଇଁ ତୈଳ ଦର ବୃଦ୍ଧି  ବ୍ୟତୀତ ଅନ୍ୟ କୌଣସି ଉପାୟ ନାହଁ। ପାକିସ୍ତାନରେ ତୈଳ ଉପରେ ସବସିଡି ହ୍ରାସ କରିବାକୁ କିଛି ଦିନ ମଧ୍ୟରେ ତୈଳ ଦର ତିନି ଗୁଣ ବୃଦ୍ଧି କରାଯାଇଛି। ୨୬ ମେରୁ ବର୍ତ୍ତମାନ ପର୍ଯ୍ୟନ୍ତ ପେଟ୍ରୋଲ ମୂଲ୍ୟରେ ୮୪ ପାକିସ୍ତାନୀ ଟଙ୍କା ବୃଦ୍ଧି ଘଟିଛି। ସେଠାରେ ଉଭୟ ପେଟ୍ରୋଲ ଓ ଡିଜେଲ ୨୩୦ ଟଙ୍କା ପାର କରିଛି। ଗୋଟିଏ ଲିଟର କିରୋସିନ ମଧ୍ୟ ୨୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

ପାକିସ୍ତାନ ଚା ଆସୋସିଏସନର ମୁଖ୍ୟ ଜାଭେଦ୍ ଇକବାଲ, କେନ୍ଦ୍ର ମନ୍ତ୍ରୀ ଏହସାନ ଇକବାଲଙ୍କ ବିବୃତ୍ତିକୁ ରାଜନୈତିକ ବୋଲି କହିଛନ୍ତି ଏବଂ ତାଙ୍କ ଅନୁଯାୟୀ ପାକିସ୍ତାନରେ ଚା’ କମାଇବା ସମ୍ଭବ ନୁହେଁ। ସେ କୁହନ୍ତି, 'ଆମ ପାଖରେ ଖାଦ୍ୟ ପଦାର୍ଥ ଭାବରେ ଚା ଅଛି। ଏହା ପାନୀୟ ନୁହେଁ, ଏହା ବିଳାସପୂର୍ଣ୍ଣ ଜିନିଷ ନୁହେଁ। ଗରିବ ଲୋକ ଏକ କପ୍ ଚା ଏବଂ ରୁଟି ଖାଏ। ପାକିସ୍ତାନରେ ବାର୍ଷିକ ମୁଣ୍ଡ ପିଛା ବାର୍ଷିକ ଚା' ବ୍ୟବହାର ଏକ କିଲୋଗ୍ରାମରେ ସ୍ଥିର ରହିଆସିଛି, କିନ୍ତୁ ଜନସଂଖ୍ୟାରେ ଅଢେଇରୁ ତିନି ପ୍ରତିଶତ ବୃଦ୍ଧି ହେତୁ ଚା’ ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି।'

Also Read: SBI, HDFC, IDBI ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର

ପାକିସ୍ତାନରେ ଚା’ର ବାର୍ଷିକ ଅମଳ ୧୦ ଟନ୍ ଏବଂ ଏହା ମାତ୍ର ୫୦ ହେକ୍ଟରରେ ଚାଷ କରାଯାଏ। ଏହି କାରଣରୁ ପାକିସ୍ତାନକୁ ଅଧିକାଂଶ ଚା' ଆମଦାନୀ କରିବାକୁ ପଡିଛଥାଏ। ପାକିସ୍ତାନକୁ ଆସୁଥିବା ଥିବା ଅଧିକାଂଶ ଚା' କେନିଆ, ତାଞ୍ଜାନିଆ, ଉଗାଣ୍ଡା ଏବଂ ବୁରୁଣ୍ଡି ପରି ପୂର୍ବ ଆଫ୍ରିକୀୟ ଦେଶରୁ ଆସିଥାଏ। ଏହି ଦେଶଗୁଡିକରୁ ଚା' ଅନ୍ୟ ଦେଶ ତୁଳନାରେ ଶସ୍ତା। ବର୍ତ୍ତମାନ ପାକିସ୍ତାନରେ ଗୋଟିଏ କିଲୋଗ୍ରାମ ଚା'ର ମୂଲ୍ୟ ପ୍ରାୟ ୮୫୦ ଟଙ୍କା ରହିଛି। ଚାରି ମାସ ପୂର୍ବେ ଏହା ୧୦୦ ଟଙ୍କା କମ ଥିଲା ବୋଲି ଜାଭେଦ୍ ଇକବାଲ୍ କହିଛନ୍ତି।

ସୂଚନାଯୋଗ୍ୟ, ଦୀର୍ଘ ଦିନ ଧରି ପାକିସ୍ତାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଗତବର୍ଷ ଜୁଲାଇରେ ପାକିସ୍ତାନର ବୈଦେଶିକ ମୁଦ୍ରା ପାଣ୍ଠି ୧୬ ବିଲିୟନ ଡ଼ଲାର ଥିଲା ଯାହା ଚଳିତ ବର୍ଷ ଜୁନ୍ ପ୍ରଥମ ସପ୍ତାହରେ ୧୦ ବିଲିୟନ ଡ଼ଲାରକୁ ଖସି ଆସିଛି। ଦୀର୍ଘ ଦିନ ଧରି ଆଇଏମଏଫରୁ ଋଣ ନେବାକୁ ପାକିସ୍ତାନ ଚେଷ୍ଟା କରିଆସୁଛି। ଋଣ ପ୍ରଦାନ କରିବା ପୂର୍ବରୁ ଆଇଏମଏଫ, ପାକିସ୍ତାନ ସରକାରଙ୍କୁ ଇନ୍ଧନ ଉପରେ ସରକାରୀ ସବସିଡି ବନ୍ଦ କରିବା ସହିତ କଠୋର ନୀତିଗତ ପଦକ୍ଷେପ ନେବାକୁ ଅନୁରୋଧ କରିଛି। ଅନ୍ୟପଟେ ପାକିସ୍ଥାନର ଏପରି ସ୍ଥିତି ପାଇଁ ଇମ୍ରାନ ଖାନଙ୍କୁ ବର୍ତ୍ତମାନର ସରକାର ଦୋଷ ଦେଇଛି।