ପାକିସ୍ତାନରେ କିଛି ବଡ଼ ହେବାକୁ ଯାଉଛି! ଜାଣନ୍ତୁ ଗତ ୭୨ ଘଣ୍ଟାର ପୂରା ଘଟଣାକ୍ରମ
Advertisement

ପାକିସ୍ତାନରେ କିଛି ବଡ଼ ହେବାକୁ ଯାଉଛି! ଜାଣନ୍ତୁ ଗତ ୭୨ ଘଣ୍ଟାର ପୂରା ଘଟଣାକ୍ରମ

Pakistan Economic Crisis: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ପରଭେଜ ଇଲାହିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫର ସମର୍ଥନ ରହିଛି । ଏଥି ସହ ପାକିସ୍ତାନର ଗୃହମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ଯଦି ପଞ୍ଜାବ ପ୍ରଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ପଞ୍ଜାବରେ ରାଜ୍ୟପାଳ ଶାସନ ଲାଗୁ କରାଯାଇପାରେ । 

ପାକିସ୍ତାନରେ କିଛି ବଡ଼ ହେବାକୁ ଯାଉଛି! ଜାଣନ୍ତୁ ଗତ ୭୨ ଘଣ୍ଟାର ପୂରା ଘଟଣାକ୍ରମ

ଇସଲାମାବାଦ: Pakistan Economic Crisis: ଗତ ୭୨ ଘଣ୍ଟା ମଧ୍ୟରେ ପାକିସ୍ତାନର ଆଭ୍ୟନ୍ତରୀଣ ପରିସ୍ଥିତିକୁ ନେଇ ଆସିଥିବା ଖବର ଭଲ ନୁହେଁ । ଏପରି ଲାଗୁଛି ଯେ ଦେଶରେ ପୁଣି ଥରେ କିଛି ବଡ଼ ଘଟଣା ଘଟିବାକୁ ଯାଉଛି । ଆର୍ଥିକ ଦୃଷ୍ଟିରୁ ପାକିସ୍ତାନର ଅବସ୍ଥା ବିଗିଡିବାରେ ଲାଗିଛି । ରାଜନୈତିକ ସଙ୍କଟ ମଧ୍ୟ ଗଭୀର ହୋଇଛି । ପାକିସ୍ତାନର ପ୍ରମୁଖ ଅଞ୍ଚଳ ପଞ୍ଜାବ ପ୍ରଦେଶର ରାଜନୈତିକ ଘଟଣାକ୍ରମ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ (Shehbaz Sharif) ଙ୍କ ପାଇଁ ଭଲ ନୁହେଁ । ଜୁଲାଇ ୨୭ରେ ପାକିସ୍ତାନର ସୁପ୍ରିମକୋର୍ଟ (Pakistan Supreme Court) ପାକିସ୍ତାନ ମୁସଲିମ ଲିଗ-କାଏଦ (ପିଏମଏଲ-କ୍ୟୁ) ନେତା ପରଭେଜ ଇଲାହି (Pervez Elahi) ଙ୍କୁ ପଞ୍ଜାବକୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ଆଦେଶ ଦେଇଛନ୍ତି ।

ଏହାର ଗୋଟିଏ ଦିନ ପୂର୍ବରୁ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଶେହବାଜଙ୍କ ପୁଅ ହାମଜା ସରିଫ (Hamza Shahbaz) ଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ନିଜ ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ଟାର୍ଗେଟ କରି କହିଛନ୍ତି ଯେ ତାଙ୍କ ପ୍ରତି ଅନ୍ୟାୟ କରାଯାଉଛି ।

ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ପରଭେଜ ଇଲାହିଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫର ସମର୍ଥନ ରହିଛି । ଏଥି ସହ ପାକିସ୍ତାନର ଗୃହମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯେ, ଯଦି ପଞ୍ଜାବ ପ୍ରଦେଶରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଏ ତେବେ ପଞ୍ଜାବରେ ରାଜ୍ୟପାଳ ଶାସନ ଲାଗୁ କରାଯାଇପାରେ । ସେ ଚେତାବନୀ ଦେଇ କହିଛନ୍ତି ଯେ ରାଜ୍ୟପାଳଙ୍କ ଶାସନ ଉପରେ ଏକ ଡ୍ରାଫ୍ଟ ପ୍ରସ୍ତୁତ ହେଉଛି ଓ ସେ ବ୍ୟକ୍ତିଗତ ଭାବେ ଏହା ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ବାସ୍ତବରେ, ପାକିସ୍ତାନର ତେହେରିକ-ଇ-ଇନସାଫର ଜନ ପ୍ରତିନିଧୀମାନେ ପଞ୍ଜାବ ପ୍ରଦେଶରେ ତାଙ୍କ ପ୍ରବେଶ ବନ୍ଦ କରିବା ବିଷୟରେ କହିଥିଲେ । ଏହାକୁ ଦୃଷ୍ଟିରେ ରଖି ସେ ଏହି କଥା କହିଛନ୍ତି ।

କିନ୍ତୁ ପାକିସ୍ତାନ ସରକାର ପକ୍ଷରେ ପଞ୍ଜାବକୁ ନେଇ କୌଣସି ନିଷ୍ପତ୍ତି ନେବା ସହଜ ହେବ ନାହିଁ । ସେଠାରେ ରାଜ୍ୟପାଳଙ୍କ ଶାସନ ଲାଗୁ କରିବାକୁ ରାଷ୍ଟ୍ରପତି ଆରିଫ ଅଲଭିଙ୍କ ସହମତି ନେବାକୁ ପଡ଼ିବ, କିନ୍ତୁ ସେ ଇମ୍ରାନ ଖାନଙ୍କ ପାଇଁ ଖାସ୍ ଲୋକ । ଏଭଳି ପରିସ୍ଥିତିରେ ସେ ଏଥିରେ ରାଜି ହେବେ ନାହିଁ ।

ଚଳିତ ବର୍ଷ ପାକିସ୍ତାନରେ ଏକ ନାଟକୀୟ ରାଜନୈତିକ ଘଟଣାକ୍ରମ ପରେ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ଗାଦି ଛାଡିବାକୁ ପଡିଥିଲା । ଏହା ପରେ ପାକିସ୍ତାନ ମୁସଲିମ ଲିଗ୍ (ନୱାଜ ସରିଫ) ନେତା ଶେହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଥିଲା । କିନ୍ତୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଉଦ୍ଧାର କରିବାରେ ସେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଡଲାର ତୁଳନାରେ ପାକିସ୍ତାନୀ ଟଙ୍କାର ମୂଲ୍ୟ ପ୍ରାୟ ୨୫୦ରେ ପହଞ୍ଚିଛି । ଏହାସହ ଦେଶର ବର୍ତ୍ତମାନର ଚାଲୁ ଖାତା ନିଅଣ୍ଟ ୨୦୨୧-୨୨ ଆର୍ଥିକ ବର୍ଷରେ ଚାରି ବର୍ଷର ସର୍ବୋଚ୍ଚ ୧୭.୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ।

ଏହା ବି ପଢ଼ନ୍ତୁ:-ପିଏମ ମୋଦି ଖୁବ୍ ଶୀଘ୍ର ପୂରଣ କରିବେ ଆଉ ଏକ ପ୍ରତିଶ୍ରୁତି! ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା

ଏହା ବି ପଢ଼ନ୍ତୁ:-ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?

ଏହା ବି ପଢ଼ନ୍ତୁ:-ପାର୍ଥ ଚାଟାର୍ଜୀଙ୍କ ପାଇଁ ଏବେ ବି ଖୋଲା ଅଛି ଟିଏମସିର ଦ୍ୱାର, ଅଭିଷେକ ବାନାର୍ଜୀ କହିଲେ ଫେରିବାର ସର୍ତ୍ତ

ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ୍) ରୁ ମିଳୁଥିବା ଋଣର ଆବଶ୍ୟକତା ରହିଛି କିନ୍ତୁ ଏଥିପାଇଁ କଡ଼ା ସର୍ତ୍ତା ପାଳନ କରିବାକୁ ପଡ଼ିବ ଯେମିତି ପେଟ୍ରୋଲ ଓ ଡିଜେଲରେ ଦିଆଯାଇଥିବା ସବସିଡି ସମେତ ମାଗଣା ସୁବିଧା ବନ୍ଦ କରିବାକୁ ପଡ଼ିବ । ଏହା ସହିତ ଅନେକ ବନ୍ଧୁ ଦେଶ ମଧ୍ୟ ଋଣ ଦେବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ସେମାନଙ୍କ ନଜର ଆଇଏମଏଫ୍ ଉପରେ ରହିଛି ।

କିନ୍ତୁ ପାକିସ୍ତାନରେ କ୍ଷମତାରେ ଥିବା ଶେହବାଜ ସରିଫଙ୍କ ଦଳ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ତାଙ୍କ ପାଖରେ କେବଳ ସିନ୍ଧ ପ୍ରଦେଶର ସରକାର ଅଛି । ଅବଶିଷ୍ଟ ଖୈବର ଓ ପଞ୍ଜାବ ପ୍ରଦେଶର ସରକାର ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଦ୍ୱାରା ପରିଚାଳିତ । ଅନ୍ୟପକ୍ଷରେ ପାକିସ୍ତାନର ସଂସ୍ଥା ଗୁଡ଼ିକ ଯେପରି ସୁପ୍ରିମକୋର୍ଟ ଓ ସରକାର ପରସ୍ପର ସହ ସଂଘର୍ଷ କରୁଛନ୍ତି ଏବଂ ନିଜ କ୍ଷେତ୍ର ବାହାରେ କାର୍ଯ୍ୟ କରୁଛନ୍ତି । ଦ୍ୱିତୀୟରେ ସେନା ବର୍ତ୍ତମାନ ସମୟରେ ଚୁପ୍ ରହିଛି, କିନ୍ତୁ ଏହି ପୂରା ଖେଳ ସେଠାରୁ ଆରମ୍ଭ ହୋଇଛି ।

ଗତ ବର୍ଷ ଯେତେବେଳେ ଇମ୍ରାନ ଖାନ ପାକିସ୍ତାନର ଗୁଇନ୍ଦା ସଂସ୍ଥାର ମୁଖ୍ୟ ଭାବରେ ଫୈଜ ହମିଦଙ୍କୁ ରଖିବାକୁ ଚାହୁଁଥିଲେ ସେତେବେଳେ ସେନା ମୁଖ୍ୟ ବାଜୱା ଏହା ବିରୋଧ କରିଥିଲେ । କୁହାଯାଉଛି ଯେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସେ ବିରୋଧୀ ଦଳମାନଙ୍କୁ କହିଥିଲେ । କ୍ଷମତା ହରାଇବା ପରେ ମଧ୍ୟ ଇମ୍ରାନ ଖାନ ଚୁପ୍ ରହିନାହାଁନ୍ତି । ଅନ୍ୟପକ୍ଷରେ ପାକିସ୍ତାନ ଉପରେ ଅର୍ଥନୈତିକ ଚାପ ବଢ଼ିବା ସହ ରାଜନୈତିକ ଅସ୍ଥିରତା ବଢ଼ୁଛି, ପଡୋଶୀ ଦେଶ ଏକ ଗଭୀର ସଙ୍କଟ ଆଡକୁ ଗତି କରୁଥିବା ଜଣାପଡୁଛି ।