POK ଉପରେ ରାଜନାଥ ସିଂଙ୍କ ଦାବି ପରେ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ, 'ପାକିସ୍ତାନ ହାତରେ ଚୁଡି ପିନ୍ଧିନାହିଁ...'
Advertisement
Article Detail0/zeeodisha/odisha2235872

POK ଉପରେ ରାଜନାଥ ସିଂଙ୍କ ଦାବି ପରେ ଫାରୁକ୍ ଅବଦୁଲ୍ଲାଙ୍କ ବିବାଦୀୟ ବୟାନ, 'ପାକିସ୍ତାନ ହାତରେ ଚୁଡି ପିନ୍ଧିନାହିଁ...'

Farooq Abdullah On Rajnath Singh: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ POK ଉପରେ ଦାବି ପରେ ଜମ୍ମୁ କାଶ୍ମୀରର ପୂର୍ବତନ ସିଏମ୍ ଫାରୁକ୍ ଅବଦୁଲ୍ଲା ଏକ ବିବାଦୀୟ ବୟାନ ଦେଇଛନ୍ତି। ପୂର୍ବତନ ସିଏମ କହିଛନ୍ତି ଯେ ପାକିସ୍ତାନରେ ପରମାଣୁ ବୋମା ଅଛି। ସେ ହାତରେ ଚୁଡି ପିନ୍ଧି ନାହିଁ।

 

Farooq Abdullah On Rajnath Singh

Farooq Abdullah On PoK: ଲୋକସଭା ନିର୍ବାଚନରେ ​​୨୦୨୪ ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ୭ ମେ'ରେ ଅନୁଷ୍ଠିତ ହେବ। ୭ ମେ'ରେ ୧୨ଟି ରାଜ୍ୟର ୯୪ ଟି ଆସନରେ ଭୋଟ୍ ଗ୍ରହଣ କରାଯିବ। ଏହି ସମୟରେ, ସମସ୍ତ ଦଳ ୧୩ ମେ'ରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଏପରି ଏକ ବୟାନ ଦେଇଛନ୍ତି ଯେଉଁଥିରେ ଫାରୁକ୍ ଅବଦୁଲ୍ଲା କାଉଣ୍ଟର କରି ବିବାଦୀୟ ବୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତ ପିଓକେ ଉପରେ ନିଜର ଦାବିକୁ କେବେ ବି ଛାଡ଼ିବ ନାହିଁ। ଏହା ଉପରେ ନେସନାଲ କନଫେରେନ୍ସ ସଭାପତି ତଥା ପୂର୍ବତନ ସିଏମ୍ ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ପାକିସ୍ତାନ ଚୁଡି ପିନ୍ଧି ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ପିଟିଆଇକୁ ଏକ ସାକ୍ଷାତକାର ଦେଇଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଧାରା ୩୭୦ ହଟାଯିବା ପରେ ଜମ୍ମୁ କାଶ୍ମୀରରେ ଶାନ୍ତି ଏବଂ ବିକାଶ କିପରି ଫେରିଛି, ତାହା ଦେଖାଉଛି ଯେ ଖୁବ୍ ଶୀଘ୍ର ଭାରତ ସହିତ ପିଓକେ ମିଶ୍ରଣ କରିବାର ଦାବି ଆସିବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ପିଓକେ ନେବା ପାଇଁ ଆମକୁ କୌଣସି ବଳର ଆବଶ୍ୟକତା ନାହିଁ କାରଣ ଲୋକମାନେ କହିବେ ଯେ ଆମକୁ ଭାରତ ସହିତ ମିଶ୍ରଣ କର। ତେବେ ପିଓକେରୁ ଏଭଳି ଦାବି ଆସିବା ଆରମ୍ଭ ହୋଇସାରିଛି। ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି ଯେ ପିଓକେ ଭାରତର ଅଞ୍ଚଳ ଥିଲା ଓ ଅଛି ଏବଂ ସର୍ବଦା ରହିବ।

ଏହା ବୟାନର କାଉଣ୍ଟର କରି ଫାରୁକ୍ ଅବଦୁଲ୍ଲା ପାକିସ୍ତାନ ସପକ୍ଷରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ତିରକ୍ଷା ମନ୍ତ୍ରୀଙ୍କ ଏପରି ଚିନ୍ତାଧାରା ଅଛି ତେବେ ସେ ଆଗକୁ ବଢ଼ିବା ଉଚିତ୍। ପାକିସ୍ତାନ ହାତରେ ଚୁଡି ପିନ୍ଧିନାହିଁ। ସେମାନଙ୍କ ପାଖରେ ପରମାଣୁ ବୋମା ମଧ୍ୟ ଅଛି। ସେହି ପରମାଣୁ ବୋମା ଆମ ଉପରେ ପଡିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଅଟକାଇବା ପାଇଁ କିଏ? ଜମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନ ବିଷୟରେ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଥିଲେ ଯେ ଖୁବ୍ ଶୀଘ୍ର ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହିତ ସେ କହିଛନ୍ତି ଯେ ସେଠାରେ AFSPA ଲଗାଇବାର କୌଣସି ଆବଶ୍ୟକତା ପଡିବ ନାହିଁ।