mamata banerjee on Third Front: ବିରୋଧୀ ଏକ ହେଲେ ସହଜରେ ହାରିଯିବେ ମୋଦି: ମମତା
Advertisement
Article Detail0/zeeodisha/odisha1344341

mamata banerjee on Third Front: ବିରୋଧୀ ଏକ ହେଲେ ସହଜରେ ହାରିଯିବେ ମୋଦି: ମମତା

ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳର ସମସ୍ତ ନେତା ଏକଜୁଟି ହେବେ । ଗୋଟିଏ ପଟେ ଆମେ ସମସ୍ତେ ରହିବୁ ଏବଂ ଅନ୍ୟପଟେ ବିଜେପି ଏକାକୀ ରହିବ।

mamata banerjee on Third Front: ବିରୋଧୀ ଏକ ହେଲେ ସହଜରେ ହାରିଯିବେ ମୋଦି: ମମତା

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଲେଣି ବିରୋଧୀ। ଏବେଠାରୁ ଏକଜୁଟ ହେବାରେ ଲାଗିଛନ୍ତି ବିରୋଧି। ନୀତିଶ କୁମାର ତିନି ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ବିପକ୍ଷ ଦଳର ନେତାଙ୍କୁ ଭେଟିଛନ୍ତି। ଆଉ ସେପଟେ ଆଜି ମମତା ଏକଜୁଟି ହୋଇ ୨୦୨୪ ସାଧାରଣ ନିର୍ବାଚନ ଲଢିବାକୁ ନେଇ ସଂକେତ ଦେଇଛନ୍ତି। ଆଜି ମମତା କହିଛନ୍ତି କି ନିଜର ଖେଲା ହେବୋ ଅଭିଯାନରେ ଟିଏମସି ୨୦୨୪ ନିର୍ବାଚନରେ ବିରୋଧୀଙ୍କ ନେତୃତ୍ଵ ନେବ। ଆଉ ଏଥିରେ ମମତାଙ୍କ ସହ ରହିବେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ। ଏହି ଚାରି ଦଳ ମିଶି ବିଜେପି ନିକଟରୁ ୧୦୦ ସିଟ୍‌ ସହଜରେ ଛଡାଇ ଆଣି ପାରିବେ ବୋଲି ମମତା ଦୃଢର ସହ ପ୍ରକାଶ କରିଛନ୍ତି। 

ଦିଦି କହିଛନ୍ତି, ମୁଁ, ନୀତିଶ କୁମାର, ହେମନ୍ତ ସୋରେନ ଏବଂ ଅଖିଳେଶ ଯାଦବଙ୍କ ସହ ଅନେକ ବିପକ୍ଷ ଦଳ ନେତା ୨୦୨୪ରେ ଏକ ହୋଇ ଲଢିବୁ। ବିଜେପିକୁ ହରାଇବା ପାଇଁ ବିରୋଧୀ ଦଳର ସମସ୍ତ ନେତା ଏକଜୁଟି ହେବେ । ଗୋଟିଏ ପଟେ ଆମେ ସମସ୍ତେ ରହିବୁ ଏବଂ ଅନ୍ୟପଟେ ବିଜେପି ଏକାକୀ ରହିବ। ବିଜେପିର ୩୦୦ ସିଟ୍‌ର ଅହଙ୍କାରକୁ ଭାଙ୍ଗିବୁ। ୨୦୨୪ରେ ‘ଖେଲା ହୋବେ’। ମମତାଙ୍କ ପୂର୍ବରୁ ସୁଦୀପ ବାନାର୍ଜୀ, ଅଭିଷେକ ବାନାର୍ଜୀ ଏବଂ କଲ୍ୟାଣ ବାନାର୍ଜୀଙ୍କ ସହିତ ଟିଏମସିର ସମସ୍ତ ନେତା ନିଜ ଭାଷଣରେ କହିଛନ୍ତି, ବିରୋଧୀ ଦଳ ମମତା ବାନାର୍ଜୀଙ୍କ ନେତୃତ୍ଵରେ ବିଜେପି ବିରୋଧରେ ତୃତୀୟ ସାମୁଖ୍ୟ ଲଢିବ।

ମମତା କହିଛନ୍ତି, ବିଜେପି ସର୍ବଦା କହି ଆସିଛି ଯେ ତା ପାଖରେ ୩୦୦ ସିଟ୍ ରହିଛି। ସେମାନେ ମନେ ରଖିବା ଉଚିତ୍ ଯେ ରାଜୀବ ଗାନ୍ଧୀଙ୍କ ନିକଟରେ ବି ୪୦୦ ସିଟ୍ ଥିଲା, ମାତ୍ର ପରବର୍ତ୍ତୀ ନିର୍ବାଚନରେ କଂଗ୍ରେସ ପରାଜିତ ହୋଇଥିଲା। 

ମମତା ବାନାର୍ଜୀ କେନ୍ଦ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ନୀତିର ଆଲୋଚନା କରି କହିଛନ୍ତି, ବିଜେପି ଦେଶରେ ବେରୋଜଗାରୀ, ଗ୍ୟାସ୍ ଦର ସହିତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି କରିଛି। ଆମକୁ ଏବେ ମଧ୍ୟ ବୁଲେଟ୍ ଟ୍ରେନ ଦେଖିବାକୁ ମିଳୁ ନାହିଁ, ମାତ୍ର ଆମେ ବୁଲେଟ୍ ଟ୍ରେନ ଗତିରେ କେମିତି କେନ୍ଦ୍ର ସରକାରଙ୍କ ଦ୍ଵାରା ମିଥ୍ୟା ପ୍ରଚାର କରାଯାଉଛି ତାହା ଦେଖି ପାରୁଛୁ। ପ୍ରଧାନମନ୍ତ୍ରୀ କେବଳ ମନ କି ବାତ କରୁଛନ୍ତି। ହେଲେ ତାଙ୍କ କାମ ଆଉ କିଛି ଦର୍ଶାଉଛି ବୋଲି ମମତା ବାନାର୍ଜୀ କହିଛନ୍ତି।

ଏଠାରେ କହି ରଖୁ କି ଆଗାମୀ ନିର୍ବାଚନ ପାଇଁ ନୀତିଶ କୁମାର ସମସ୍ତ ବିପକ୍ଷଙ୍କୁ ଏକଜୁଟ କରାଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଆଗାମୀ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ନୀତିଶ ତିନିଦିନିଆ ଦିଲ୍ଲୀ ଗସ୍ତ କରି ସମସ୍ତ ବିପକ୍ଷ ଦଳ ନେତାଙ୍କ ସହିତ ମିଶିଛନ୍ତି। ମୋଦିଙ୍କ ବିରୋଧରେ ଏକ ଜୁଟ ହୋଇ ନିର୍ବାଚନ ଲଢିବାକୁ ସମସ୍ତ ବିପକ୍ଷ ଦଳର ନେତାଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି। ତେବେ ବିପକ୍ଷ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଆମ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ ଓ ନୀତିଶ କୁମାରଙ୍କ ନାଁ ଚର୍ଚ୍ଚାରେ ରହିଛି।