କୋଟି କୋଟି କର୍ମଚାରୀଙ୍କ ପାଇଁ ବଡ଼ ଅପଡେଟ୍; ବଦଳିଯିବ ଅଫିସର ନିୟମ, ସପ୍ତାହରେ ୪ ଦିନ କରିବାକୁ ପଡ଼ିବ କାମ, ୩ ଦିନ ମିଳିବ ଛୁଟି!
Advertisement

କୋଟି କୋଟି କର୍ମଚାରୀଙ୍କ ପାଇଁ ବଡ଼ ଅପଡେଟ୍; ବଦଳିଯିବ ଅଫିସର ନିୟମ, ସପ୍ତାହରେ ୪ ଦିନ କରିବାକୁ ପଡ଼ିବ କାମ, ୩ ଦିନ ମିଳିବ ଛୁଟି!

New Labour Code: ନୂତନ ବେତନ ସଂହିତାରେ ଏହିପରି ଅନେକ ବ୍ୟବସ୍ଥା ଦିଆଯାଇଛି, ଯାହା ଅଫିସରେ କାର୍ଯ୍ୟ କରୁଥିବା ବେତନ ପ୍ରାପ୍ତ ଶ୍ରେଣୀ, ମିଲ୍ ଏବଂ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମଧ୍ୟ ପ୍ରଭାବିତ କରିବ । କର୍ମଚାରୀଙ୍କ ଦରମା ଠାରୁ ଆରମ୍ଭ କରି ଛୁଟିଦିନ ଓ କାର୍ଯ୍ୟ ସମୟ ମଧ୍ୟ ବଦଳିଯିବ । ଆସନ୍ତୁ ଜାଣିବା ନୂତନ ମଜୁରୀ ସଂହିତାର କିଛି ବ୍ୟବସ୍ଥା ଯାହା କାର୍ଯ୍ୟକାରୀ ହେବା ପରେ ଆପଣଙ୍କ ଜୀବନ ବହୁତ ବଦଳିଯିବ  ।

କୋଟି କୋଟି କର୍ମଚାରୀଙ୍କ ପାଇଁ ବଡ଼ ଅପଡେଟ୍; ବଦଳିଯିବ ଅଫିସର ନିୟମ, ସପ୍ତାହରେ ୪ ଦିନ କରିବାକୁ ପଡ଼ିବ କାମ, ୩ ଦିନ ମିଳିବ ଛୁଟି!

ନୂଆଦିଲ୍ଲୀ: New Labour Code: ସାରା ଦେଶରେ ନୂତନ ବେତନ ସଂହିତା (New Wage Code) ନେଇ ବହୁତ ଚର୍ଚ୍ଚା ଚାଲିଛି । ଖବୁ ଶୀଘ୍ର ନୂତନ ଶ୍ରମ ଆଇନ ସାରା ଦେଶରେ ଲାଗୁ ହୋଇପାରେ । ଏହାପୂର୍ବରୁ ଏହାକୁ ବହୁଥର କାର୍ଯ୍ୟକାରୀ କରିବା ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ କାରଣରୁ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏହି ନୂତନ ନିୟମ ଲାଗୁ ହେବା ପରେ ଲୋକଙ୍କ ୱାର୍କିଂ ଲାଇଫରେ ବଡ଼ ପରିବର୍ତ୍ତନ ହେବ । ଆପଣ ଯଦି ଚାକିରି କରୁଛନ୍ତି ତେବେ ଆପଣଙ୍କୁ ମଧ୍ୟ ଖୁସି ଖବର ମିଳିପାରେ । ଏହି ନିୟମ ଲାଗୁ ହେବା ପରେ ଆପଣଙ୍କ କାମ କରିବାର ସମୟ ଠାରୁ ଆରମ୍ଭ କରି ଦରମା ପର୍ଯ୍ୟନ୍ତ ସବୁକିଛି ବଦଳି ଯିବ । ଏହା ଅଧୀନରେ କର୍ମଚାରୀଙ୍କ ଦରମା, ଛୁଟିଦିନ ଇତ୍ୟାଦିରେ ପରିବର୍ତ୍ତନ ଆସିବ । ସେପଟେ କେନ୍ଦ୍ରର ମୋଦି ସରକାର ନୂତନ ଶ୍ରମ ଆଇନକୁ କେବେ ଲାଗୁ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି ।

ନୂତନ ବେତନ ସଂହିତାରେ ଏହିପରି ଅନେକ ବ୍ୟବସ୍ଥା ଦିଆଯାଇଛି, ଯାହା ଅଫିସରେ କାର୍ଯ୍ୟ କରୁଥିବା ବେତନ ପ୍ରାପ୍ତ ଶ୍ରେଣୀ, ମିଲ୍ ଏବଂ କାରଖାନାରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କୁ ମଧ୍ୟ ପ୍ରଭାବିତ କରିବ । କର୍ମଚାରୀଙ୍କ ଦରମା ଠାରୁ ଆରମ୍ଭ କରି ଛୁଟିଦିନ ଓ କାର୍ଯ୍ୟ ସମୟ ମଧ୍ୟ ବଦଳିଯିବ । ଆସନ୍ତୁ ଜାଣିବା ନୂତନ ମଜୁରୀ ସଂହିତାର କିଛି ବ୍ୟବସ୍ଥା ଯାହା କାର୍ଯ୍ୟକାରୀ ହେବା ପରେ ଆପଣଙ୍କ ଜୀବନ ବହୁତ ବଦଳିଯିବ  ।

କେନ୍ଦ୍ରର ମୋଦି ସରକାର ଏହି ବ୍ୟବସ୍ଥାକୁ ସମଗ୍ର ଦେଶରେ ଏକାସାଙ୍ଗରେ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି । ସମସ୍ତ ରାଜ୍ୟ ଏକାସାଙ୍ଗରେ ଏହି ସିଷ୍ଟମରେ ଏଣ୍ଟ୍ରି କରିବେ । ଏହା ସହିତ ଲୋକଙ୍କ ବ୍ୟକ୍ତିଗତ ଜୀବନ ଓ କାମ ଏକାସାଙ୍ଗରେ ଉନ୍ନତ କରିବା ପାଇଁ କାର୍ଯ୍ୟ କରାଯାଉଛି । ଏଥିରେ ପ୍ରାବଧାନ ରହିଛି ଯେ କର୍ମଚାରୀଙ୍କ ବେସିକ ଦରମା ସେମାନଙ୍କ ମାସିକ CTC ର ୫୦ ପ୍ରତିଶତ ହେବା ଆବଶ୍ୟକ । ତା’ହେଲେ ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ । ଅର୍ଥାତ୍ ଆପଣଙ୍କର ଟେକ୍ ହୋମ୍ ସେଲରୀ ହ୍ରାସ ପାଇବ । କିନ୍ତୁ PF ଏବଂ ଗ୍ରାଚ୍ୟୁଇଟିର ଯୋଗଦାନ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କୁ ଲମ୍ୱା ଅବଧିରେ ଅଧିକ ଟଙ୍କା ମିଳିବ ।

ଆପଣଙ୍କୁ କହି ରଖୁଛୁ ଯେ, ଶ୍ରମ ମନ୍ତ୍ରଣାଳୟ ଏହି ଚାରୋଟି କୋଡ କାର୍ଯ୍ୟକାରୀ କରିବାର ଯୋଜନା କରୁଛି, ସେଗୁଡ଼ିକ ହେଲା 1. Code on Wages 2. Industrial Relations
3. Occupational Safety 4. Health and Working Conditions and Social Security Codes

କାର୍ଯ୍ୟ ସମୟ ବଢ଼ିବ ଓ ସାପ୍ତାହିକ ଛୁଟି ମଧ୍ୟ ବୃଦ୍ଧି ପାଇବ 

ପ୍ରାପ୍ତ ସୂଚନା ଅନୁଯାୟୀ, ନୂତନ ବେତନ ସଂହିତା ଅନୁଯାୟୀ କାର୍ଯ୍ୟ ସମୟ ୧୨ ଘଣ୍ଟାକୁ ବୃଦ୍ଧି ପାଇବ । ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ କହିଛି ଯେ, ପ୍ରସ୍ତାବିତ ଶ୍ରମ ସଂହିତା ଅନୁଯାୟୀ କୁହାଯାଇଛି ଯେ ଗୋଟିଏ ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ପ୍ରଯୁଜ୍ୟ ହେବ । ବାସ୍ତବରେ କିଛି ୟୁନିଅନ ୧୨ ଘଣ୍ଟା କାମ ଓ ୩ ଦିନ ଛୁଟି ନିୟମ ଉପରେ ପ୍ରଶ୍ନ ଉଠାଇ ଥିଲେ । ସରକାର ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ,  ସପ୍ତାହରେ ୪୮ ଘଣ୍ଟା କାମ କରିବାର ନିୟମ ରହିବ । ଯଦି କେହି ଦିନକୁ ୮ ଘଣ୍ଟା କାମ କରନ୍ତି, ତେବେ ତାଙ୍କୁ ସପ୍ତାହରେ ୬ ଦିନ କାମ କରିବାକୁ ପଡିବ ଓ ଗୋଟିଏ ଦିନ ଛୁଟି ମିଳିବ । ଯଦି କୌଣସି କମ୍ପାନୀ ଦିନକୁ ୧୨ ଘଣ୍ଟା କାମକୁ ଆପଣାଉଛି, ତେବେ ଅବଶିଷ୍ଟ ୩ ଦିନ ପାଇଁ କର୍ମଚାରୀଙ୍କୁ ଛୁଟି ଦେବାକୁ ପଡିବ । ଯଦି କାର୍ଯ୍ୟ ସମୟ ବଢେ, ତେବେ କାର୍ଯ୍ୟ ଦିନ ମଧ୍ୟ ୬ ପରିବର୍ତ୍ତେ ୫ କିମ୍ବା ୪ ହେବ । କିନ୍ତୁ ଏଥିପାଇଁ ଉଭୟ କର୍ମଚାରୀ ଓ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହେବା ମଧ୍ୟ ଆବଶ୍ୟକ ।

ବଦଳିବ ସେଲରୀ ଷ୍ଟ୍ରକ୍ଚର

ନୂତନ ବେତନ ସଂହିତା ବିଧେୟକ (new wage code) ଅନୁଯାୟୀ, କର୍ମଚାରୀଙ୍କ ବେତନ ସଂରଚନାରେ ପରିବର୍ତ୍ତନ ଆସିବ । ତା’ହେଲେ ଆପଣଙ୍କର ମୂଳ ଦରମା ଆପଣଙ୍କ ମୋଟ ବେତନର ୫୦ ପ୍ରତିଶତ କିମ୍ବା ଅଧିକ ହେବ । ଅର୍ଥାତ୍ ଆପଣଙ୍କ ଭତ୍ତା ଆପଣଙ୍କ ବେତନର ୫୦ ପ୍ରତିଶତରୁ ଅଧିକ ହେବ ନାହିଁ । ଏହାର ସ୍ପଷ୍ଟ ପ୍ରଭାବ ଆପଣଙ୍କ ମାସିକ ଦରମା ଉପରେ ପଡ଼ିବ ଯାହା ଆପଣଙ୍କ ହାତରେ ଆସେ । ଅର୍ଥାତ୍ ଆପଣଙ୍କର ଟେକ୍ ହୋମ୍ ସେଲରୀ (Take Home Salary) ହ୍ରାସ ପାଇବ । କିନ୍ତୁ PF ଓ ଗ୍ରାଚ୍ୟୁଇଟିର ଯୋଗଦାନ ବୃଦ୍ଧି ପାଇବ । ଯେଉଁଥିପାଇଁ ଆପଣଙ୍କୁ ଲମ୍ୱା ଅବଧିରେ ଅଧିକ ଟଙ୍କା ମିଳିବ ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍, ସ୍ଥିର ହୋଇଯାଇଛି ତାରିଖ! ଜାଣନ୍ତୁ କେଉଁ ଦିନ ମୋଦି ସରକାର ବଢ଼ାଇବେ ମହଙ୍ଗା ଭତ୍ତା?

ଅଧିକ ପଢ଼ନ୍ତୁ:-ସେପ୍ଟେମ୍ବର ୨୨ରୁ ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ବାତିଲ କଲା ଲାଇସେନ୍ସ; ଗ୍ରାହକ ଉଠାଇ ପାରିବେନି ଟଙ୍କା

ଅଧିକ ପଢ଼ନ୍ତୁ:-ED Raid: ଆମୀର ଖାନଙ୍କ ଘରେ ଇଡିର ଚଢ଼ାଉ, ୧୭ କୋଟି ଟଙ୍କା ଜବତ! ୫ଟି ଟ୍ରଙ୍କରେ ଭରିଥିଲା ନୋଟ, ଜାଣନ୍ତୁ ଠକାମିର ସମ୍ପୂର୍ଣ୍ଣ କାହାଣୀ...

 

ବର୍ଷର ଛୁଟିଦିନ ବୃଦ୍ଧି ଘଟି ୩୦୦ ହେବ 

କର୍ମଚାରୀଙ୍କ ଅର୍ଜିତ ଛୁଟି (Earned Leave) ୨୪୦ରୁ ୩୦୦କୁ ବୃଦ୍ଧି କରାଯାଇପାରେ । ଶ୍ରମ ମନ୍ତ୍ରଣାଳୟ, ଶ୍ରମ ୟୁନିଅନ୍ ଏବଂ ଶିଳ୍ପ ପ୍ରତିନିଧୀଙ୍କ ମଧ୍ୟରେ ଶ୍ରମ ସଂହିତା ନିୟମର ପରିବର୍ତ୍ତନ ବିଷୟରେ ଅନେକ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରେ କର୍ମଚାରୀଙ୍କ ଅର୍ଜିତ ଛୁଟି ୨୪୦ରୁ ୩୦୦କୁ ବୃଦ୍ଧି କରିବାକୁ ଦାବି କରାଯାଇଥିଲା ।

ନୂତନ ଶ୍ରମ ନିୟମ ଅନୁଯାୟୀ, ଆପଣଙ୍କୁ ଦୀର୍ଘ ଛୁଟି ନେବାକୁ ଯେକୌଣସି କମ୍ପାନୀରେ ୧୮୦ ଦିନ କାମ କରିବାକୁ ପଡିବ । ସେପଟେ ବର୍ତ୍ତମାନ ଏଥିପାଇଁ ଆପଣଙ୍କୁ ୨୪୦ ଦିନ କାମ କରିବାକୁ ପଡ଼ିବ । ଯଦି ଆପଣ ଏକ କମ୍ପାନୀରେ ୬ ମାସ କାମ କରିଛନ୍ତି, ତେବେ ଆପଣ ସେଠାରେ ଦୀର୍ଘ ଛୁଟି ପାଇଁ ଆବେଦନ କରିପାରିବେ ।