New CJI: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ହେଲେ ଦେଶର ୫୦ ତମ CJI, ଏହି ତାରିଖରୁ ସମ୍ଭାଳିବେ ପଦ
Advertisement
Article Detail0/zeeodisha/odisha1399549

New CJI: ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଡ଼ ହେଲେ ଦେଶର ୫୦ ତମ CJI, ଏହି ତାରିଖରୁ ସମ୍ଭାଳିବେ ପଦ

Chief Justice of India: ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ ସୁପ୍ରିମକୋର୍ଟର ୫୦ ତମ CJI ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଆଜି ଏହି ପଦରେ ନିଯୁକ୍ତ କରିଛନ୍ତି । 9 ନଭେମ୍ବରରୁ ଜଷ୍ଟିସ ଚନ୍ଦ୍ରଚୂଡ ପ୍ରଧାନ ବିଚାରପତି ଭାବରେ ଦାୟିତ୍ବ ଗ୍ରହଣ କରିବେ ।

ସୌ: ସୋସିଆଲ ମିଡିଆ

Chief Justice of India: ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ (Justice DY Chandrachud) ସୁପ୍ରିମକୋର୍ଟର (Supreme Court) ୫୦ ତମ CJI ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ (President Draupadi Murmu) ଆଜି ଏହି ପଦରେ ନିଯୁକ୍ତ କରିଛନ୍ତି । ନଭେମ୍ବର ୯ ରୁ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବେ । କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ (Law Minister Kiren Rijiju) ଟୁଇଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ବିଦାୟୀ ପ୍ରଧାନ ବିଚାରପତି ୟୁୟୁ ଲଲିତ (UU Lalit) ତାଙ୍କ ଉତ୍ତରାଧିକାରୀ ଭାବରେ ମଙ୍ଗଳବାର ଦିନ ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରିଥିଲେ । ଅକ୍ଟୋବର ୭ ରେ ସରକାର CJI କୁ ଏକ ଚିଠି ପଠାଇ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାକୁ କହିଥିଲେ ।

ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼ଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ରହିବ ଓ ୧୦ ନଭେମ୍ବର ୨୦୨୪ ରେ ଅବସର ନେବେ । ସୁପ୍ରିମକୋର୍ଟରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାକୁ ପରିଚାଳନା କରୁଥିବା ସ୍ମାରକପତ୍ର ଅନୁଯାୟୀ, ବିଦାୟୀ ସିଜେ ଆଇନ ମନ୍ତ୍ରଣାଳୟର ଚିଠି ପାଇବା ପରେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ ।

ଜଷ୍ଟିସ ଚନ୍ଦ୍ରଚୂଡଙ୍କ ପିତା ୱାଇ.ପି ଚନ୍ଦ୍ରଚୁଡ଼ ସୁପ୍ରିମକୋର୍ଟର ୧୬ ତମ ପ୍ରଧାନ ବିଚାରପତି ଥିଲେ । ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ନିଜର LLB କରିଥିଲେ । ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଅଧ୍ୟୟନ କରିଛନ୍ତି ।

୧୧ ନଭେମ୍ବର ୧୯୫୯ ରେ ଜନ୍ମ ହୋଇଥିବା ଜଷ୍ଟିସ ଧନଞ୍ଜୟ ୟଶୱନ୍ତ ଚନ୍ଦ୍ରଚୁଡ଼ ସୁପ୍ରିମକୋର୍ଟର ବର୍ତ୍ତମାନର ସିଟିଙ୍ଗ ଜଜ ଅଟନ୍ତି । ୧୯୯୮ ରେ ସେ ବମ୍ବେ ହାଇକୋର୍ଟରେ ସିନିୟର ଆଡଭୋକେଟ୍ ଭାବରେ ମନୋନୀତ ହୋଇଥିଲେ । ସେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ମଧ୍ୟ ରହି ସାରିଛନ୍ତି । ସାବରିମାଳା, ସମଲିଙ୍ଗୀ ସମ୍ପର୍କ, ଆଧାର ଓ ଅଯୋଧ୍ୟା ସମ୍ବନ୍ଧୀୟ ମାମଲା ସମେତ ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ ଅନେକ ବଡ ମାମଲାରେ ବିଚାରପତି ଭାବେ ରାୟ ଶୁଣାଇଛନ୍ତି ।

ଏହା ବି ପଢ଼ନ୍ତୁ: Eco Vehicle Theft Report: ଦେଶରେ କେଉଁଠାରେ ଚୋରି ହୋଇଛି ସର୍ବାଧିକ ଗାଡି, ଜାଣନ୍ତୁ ଚୋରଙ୍କର ପ୍ରିୟ ରଙ୍ଗ?

ଏହା ବି ପଢ଼ନ୍ତୁ: ସୌରଭ ଗାଙ୍ଗୁଲିଙ୍କୁ ନେଇ ପିଏମ ମୋଦିଙ୍କ ପାଖରେ ଏହି ଖାସ୍ ଅପିଲ କଲେ ମମତା ବାନାର୍ଜୀ

ଏହା ବି ପଢ଼ନ୍ତୁ: T20 World Cup 2022: ୱାର୍ମ ଅପ୍ ମ୍ୟାଚରେ ଭାରତର ଦମଦାର ବିଜୟ, କଙ୍ଗାରୁକୁ ନିଜ ମାଟିରେ ପରାସ୍ତ କଲା ଟିମ୍ ଇଣ୍ଡିଆ