Morbi bridge tragedy: ମିଳିଲା ସାଂଘାତିକ ତ୍ରୁଟିର ପ୍ରମାଣ, କୋର୍ଟରେ ଅବାନ୍ତକର ଯୁକ୍ତି କଲେ ମ୍ୟାନେଜର
Advertisement

Morbi bridge tragedy: ମିଳିଲା ସାଂଘାତିକ ତ୍ରୁଟିର ପ୍ରମାଣ, କୋର୍ଟରେ ଅବାନ୍ତକର ଯୁକ୍ତି କଲେ ମ୍ୟାନେଜର

Morbi bridge tragedy: ଗୁଜରାଟ ମୋର୍ବି ଜିଲ୍ଲାର ମାଛୁ ନଦୀ ଉପରେ ଥିବା ଛୁଲାପୋଲ ଛିଣ୍ଡିବା ଘଟଣାକୁ ତିନି ଦିନ ବିତିଲାଣି।  ଏବେ ମଧ୍ୟ ଅନେକ ଲୋକ ନିଖୋଜ ଥିବା ନେଇ ସୂଚନା ମିଳିଛି। କମ୍ପାନୀ ସପକ୍ଷରେ ମୋର୍ବି ଓ ରାଜକୋଟ ବାସ ସଂଘର କୌଣସି ସଦସ୍ୟ ଲଢିବେ ନାହିଁ ବୋଲି କହିଛନ୍ତି। 

Morbi bridge tragedy: ମିଳିଲା ସାଂଘାତିକ ତ୍ରୁଟିର ପ୍ରମାଣ, କୋର୍ଟରେ ଅବାନ୍ତକର ଯୁକ୍ତି କଲେ ମ୍ୟାନେଜର

Morbi bridge tragedy, ଗାନ୍ଧୀନଗର: ମୋର୍ବି ଝୁଲାପୋଲ ଦୁର୍ଘଟଣାକୁ ନେଇ ଅନେକ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି। ଏବେ ମଧ୍ୟ ଅନେକ ଲୋକ ନିଖୋଜ ଥିବା ନେଇ ସୂଚନା ମିଳିଛି। ଦୁର୍ଘଟଣା ଘଟିଥିବା ଝୁଲାପୋଲର ରକ୍ଷଣବେକ୍ଷଣ ଦାୟିତ୍ୱରେ ଥିବା କମ୍ପାନୀର ମ୍ୟାନେଜର ବିଚିତ୍ର ଯୁକ୍ତି ଉପସ୍ଥାପନା କରିଛନ୍ତି। ଅନ୍ୟପଟେ କମ୍ପାନୀ ପକ୍ଷରୁ କୌଣସି ଓକିଲ, କୋର୍ଟରେ ମାମଲା ଲଢିବେ ନାହିଁ ବୋଲି ବାର ଆସୋସିଏସନ ନିଷ୍ପତ୍ତି ନେଇଛି।

ଗୁଜରାଟ ମୋର୍ବି ଜିଲ୍ଲାର ମାଛୁ ନଦୀ ଉପରେ ଥିବା ଛୁଲାପୋଲ ଛିଣ୍ଡିବା ଘଟଣାକୁ ତିନି ଦିନ ବିତିଲାଣି। ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ମୃତ ୧୩୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅନେକ ଆହତ ମୋର୍ବି ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନଡିଆରଏଫର ବିରିଷ୍ଠ ଅଧିକାରୀଙ୍କ ଅନୁସାରେ, ଦୁର୍ଘଟଣା ବେଳେ ଝୁଲାପୋଲରେ ଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଏବେ ମଧ୍ୟ ଜଣେରୁ ଦୁଇ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫର ୫ଟି ଟିମ ସର୍ଚ୍ଚଅପରେସନ ଚଳାଇଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୋର୍ବି ଟ୍ରାଜେଡିର ପୀଡିତଙ୍କୁ ହସ୍ପିଟାଲରେ ଭେଟିଛନ୍ତି।

Also Read: PM Modi: ମୋରବିରେ ପହଞ୍ଚିଲେ ମୋଦି: ସ୍ଥିତି ପରଖିଲେ, ଆହତଙ୍କୁ ଭେଟିବେ

ମୋର୍ବି ଦୁର୍ଘଟଣା ମାମଲା କୋର୍ଟରେ ପହଞ୍ଚିଛି। ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି, ଏହାର ଶୁଣାଣୀ ଆସନ୍ତା ୧୦ ତାରିଖରେ ହେବ। ଅନ୍ୟପଟ, ଦୁର୍ଘଟଣା ମାମଲାରେ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଓରେଭା କମ୍ପାନୀର ୨ ଜଣ ମ୍ୟାନେଜର ଥିବା ବେଳେ ୨ ଜଣ ଫେବରିକ୍ କାମ କରୁଥିବା ଶ୍ରମିକ ଅଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୋଲିସ ହେପାଜତକୁ ଆଣିଥିବା ବେଳେ ଅନ୍ୟ ପାଞ୍ଚ ଜଣଙ୍କୁ ଜେଲ ପଠାଇ ଦିଆଯାଇଛି।

ତେବେ ବୁଧବାର କୋର୍ଟରେ ଶୁଣାଣୀ ବେଳେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ଓରେଭାର ଦୀପକ ପରେଖ ନାମକ ମ୍ୟାନେଜର କୋର୍ଟରେ ନିଜକୁ ନିର୍ଦ୍ଦୋଶ ପ୍ରମାଣିତ କରିବାକୁ ଅବାନ୍ତକର ଯୁକ୍ତି ଉପସ୍ଥାପନା କରିଛନ୍ତି। ସେ ଏହି ଦୁର୍ଘଟଣାକୁ ଆକ୍ଟ ଅଫ ଗଡ୍ ବୋଲି କହିଛନ୍ତି। ଯାହା ପରେ ତାଙ୍କ ଉପରେ ଦୁଇଟି ବାର ସଂଘ ଆକ୍ରୋସ ଦେଖାଇଛନ୍ତି। ଏପରି କି କମ୍ପାନୀ ସପକ୍ଷରେ ମୋର୍ବି ଓ ରାଜକୋଟ ବାସ ସଂଘର କୌଣସି ସଦସ୍ୟ ଲଢିବେ ନାହିଁ ବୋଲି କହିଛନ୍ତି। ଅନ୍ୟପଟେ ଓରେଭା କମ୍ପାନୀର ମାଲିକ ଫେରାର ଥିବା କୁହାଯାଉଛି।

Also Read: Gujurat Accident: ଭୁଶୁଡ଼ି ପଡ଼ିଲା ଝୁଲା ପୋଲ, ଚାଲିଗଲା ଏତିକି ଜୀବନ, ୪ ଶହରୁ ଅଧିକ ଆହତ

ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରର ସରକାରୀ ଓକିଲ ଏଚଏସ ପାଞ୍ଚଲ କହିଛନ୍ତି ଯେ, ବ୍ରିଜରେ ପୁରୁଣା କେବୁଲ ଲାଗିଥିଲା। କମ୍ପାନୀ କେବଳ ପ୍ଲେଟ୍ ବଦଳାଇଥିବା ବେଳେ କେବୁଲରେ ପରିବର୍ତ୍ତନ ହୋଇନଥିବା। ଏପରିକି କେବୁଲରେ ଅଏଲିଂ କିମ୍ବା ଗ୍ରିସିଂ ମଧ୍ୟ କରାଯାଇନଥିଲା। ସେ ପୁଣି କହିଛନ୍ତି, ଝୁଲାପୋଲ ରକ୍ଷଣବେକ୍ଷଣ ପାଇଁ କୌଣସି ଟେଣ୍ଡର ପ୍ରକ୍ରିୟା କରାଯାଇନଥିବା ବରଂ କମ୍ପାନୀକୁ ସିଧସଳଖ କାର୍ଯ୍ୟାଦେଶ ଦିଆଯାଇଥିଲା। ପ୍ରଥମେ ଏହି କମ୍ପାନୀକୁକୁ ୨୦୦୭ ମସିହାରେ ବ୍ରିଜର ମରାମତି କାମ ଦିଆଯାଇଥିଲା।

କୋର୍ଟରେ ସରକାରୀ ଓକିଲ କହିଛନ୍ତି ଯେ, କମ୍ପାନୀ ଘଡି ଓ ଇ-ରିକ୍ସା ତିଆରି କରୁଛି। ଆଉ ସେ ବ୍ରିଜର ରକ୍ଷଣବେକ୍ଷଣ ପାଇଁ ଯୋଗ୍ୟ ନୁହେଁ। ବ୍ରିଜର ତାର ପରିବର୍ତ୍ତନ ନ କରି ତଳେ ଚାରି ପରସ୍ତର ଆଲୁମିନିୟମ ସିଟ୍ ଲଗାଯାଇଥିଲା। ଫଳରେ ତାର ଉପରେ ଅଧିକ ବୋଝ ପଡିଥିଲା। ଯାହା କେବୁଲର କ୍ଷମତା ଠାରୁ ଅଧିକ ଥିଲା। ତେବେ ଏଥିରୁ ସ୍ପଷ୍ଟ ହେଉଛି ଯେ, କେବଳ ଦୁର୍ନୀତି ପାଇଁ ମୋର୍ବି ଦୁର୍ଘଟଣା ଘଟିଛି। ଆଉ ଏଥିରେ ପ୍ରଶାସନର ମଧ୍ୟ ହାତ ଅଛି। ତେବେ ଅନ୍ୟମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।