ଭାରତ-ଋଷ ସମ୍ପର୍କ ହେବ ଆହୁରି ମଜଭୁତ, ନବସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଲେ ଦୁଇ ଦେଶର ନେତା
Advertisement
Article Detail0/zeeodisha/odisha2329007

ଭାରତ-ଋଷ ସମ୍ପର୍କ ହେବ ଆହୁରି ମଜଭୁତ, ନବସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଲେ ଦୁଇ ଦେଶର ନେତା

ପରସ୍ପର ଭିତରେ ଆସ୍ଥା ଏବଂ ବିଶ୍ୱାସକୁ ଅତୁଟ ରଖି ଆହୁରି ଲମ୍ବା ସମୟ ଲାଗି ଭାରତ-ଋଷ ଭିତରେ କୂଟନୀତିକ ସମ୍ପର୍କକୁ ଆଉ ପାଦେ ଆଗକୁ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‍। ଆଜି ଦୁଇ ନେତା ପରମ୍ପରକୁ ଭେଟି ଦୁଇ ଦେଶ ଭିତରେ ଥିବା ସମ୍ପର୍କକୁ ଆହୁରି ବଢ଼ାଇବା ପାଇଁ ଏକ ନବସୂତ୍ରୀ କାର୍ଯ୍ୟକ୍ରମ ଉପରେ

ଭାରତ-ଋଷ ସମ୍ପର୍କ ହେବ ଆହୁରି ମଜଭୁତ, ନବସୂତ୍ରୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଲେ ଦୁଇ ଦେଶର ନେତା

ନୂଆଦିଲ୍ଲୀ: ପରସ୍ପର ଭିତରେ ଆସ୍ଥା ଏବଂ ବିଶ୍ୱାସକୁ ଅତୁଟ ରଖି ଆହୁରି ଲମ୍ବା ସମୟ ଲାଗି ଭାରତ-ଋଷ ଭିତରେ କୂଟନୀତିକ ସମ୍ପର୍କକୁ ଆଉ ପାଦେ ଆଗକୁ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ୍ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‍। ଆଜି ଦୁଇ ନେତା ପରମ୍ପରକୁ ଭେଟି ଦୁଇ ଦେଶ ଭିତରେ ଥିବା ସମ୍ପର୍କକୁ ଆହୁରି ବଢ଼ାଇବା ପାଇଁ ଏକ ନବସୂତ୍ରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ସହମତି ପ୍ରକାଶ କରି ବୁଝାମଣା ସ୍ୱାକ୍ଷର କରିଛନ୍ତି। ଏଥିରେ ଦୁଇ ଦେଶ ଭିତରେ ବାଣିଜ୍ୟ, ଟେକ୍ନୋଲୋଜି, ମେଡିସିନ୍‍  ମିଡିଆ କଣ୍ଟେଣ୍ଟ ଆଦାନ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ନଜର ପକାଇବା କ’ଣ ରହିଛି ଏହି ନବସୂତ୍ରୀ କାର୍ଯ୍ୟକ୍ରମ: 

1. ଭାରତ-ଋଷ ଭିତରେ ବାଣିଜ୍ୟ କାରବାର ବୃଦ୍ଧି ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହାଦ୍ୱାରା ୨୦୨୪-୨୦୨୯ ଯାଏ ଉଭୟ ଦେଶ ଭିତରେ ବାଣିଜ୍ୟ ଆଦାନ ପ୍ରଦାନ ନିରନ୍ତର ରହିବ। ୨୦୩୦ ଦ୍ୱାରା ଦୁଇ ଦେଶ ଭିତରେ କାରବାର ୧୦୦ ବିଲିୟନ ଡଲାରରୁ ଅଧିକ ରଖିବାକୁ ଦୁଇ ଦେଶ ରାଜି ହୋଇଛନ୍ତି। ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟ ମୁକ୍ତ ବାଣିଜ୍ୟ କାରବାର ସମ୍ଭବ ହୋଇପାରେ ବୋଲି ଆଶା କରାଯାଉଛି।
 
2. ଦୁଇ ଦେଶ ଭିତରେ ଡିଜିଟାଲ୍‍ ମୁଦ୍ରା କାରବାରକୁ ଗୁରୁତ୍ୱ ଦିଆଯାଇଛି। ଦ୍ୱିତୀୟ ବୁଝାମଣା ପତ୍ରରେ ଦୁଇ ଦେଶ ଭିତରେ କାରବାରକୁ ଉଭୟ ଦେଶର ଜାତୀୟ ମୁଦ୍ରା ମାଧ୍ୟମରେବନ୍ଦୋବସ୍ତ କରିବାକୁ କୁହାଯାଇଛି। 

3. ଦୁଇଦେଶ ଭିତରେ କାର୍ଗୋ ପରିବହନ କାରବାର ବୃଦ୍ଧି ଲାଗି ସ୍ୱତନ୍ତ୍ର ଉତ୍ତର-ଦକ୍ଷିଣ ଆନ୍ତର୍ଜାତିକ ପରିବହନ କରିଡର ସୃଷ୍ଟି ଉଦ୍ୟମ। ସାମଗ୍ରୀ ପରିବହନ ଲାଗି ଚେନ୍ନାଇ-ଭ୍ଲାଡିଭୋସ୍ତକ ବନ୍ଦର ଭିତରେ ସ୍ୱତନ୍ତ୍ର ସାମୁଦ୍ରିକ ପରିବହନ ରାସ୍ତା ସୃଷ୍ଟି ହେବ। ଏହାଦ୍ୱାରା ଦୁଇଦେଶ ଭିତରେ ସାମଗ୍ରୀ ବରିବହନ ବେଳେ କୌଣସି ଅସୁବିଧା ହେବ ନାହିଁ।

4. ଦୁଇଦେଶ ଭିତରେ କୃଷି, ଖାଦ୍ୟ ଓ ସାର କାରବାର ବୃଦ୍ଧି ପାଇଁ ଲକ୍ଷ୍ୟ। ପ୍ରାଣୀ ପାଳନ, ସ୍ୟାନିଟାରୀ ଓ ଫାଇଟୋ ସାନିଟାରୀ ଉପକରଣର କାରବାର ଉପରୁ ଉଠିବ ପ୍ରତିବନ୍ଧକ। 

5. ଶକ୍ତି, ଟେକ୍ନୋଲୋଜି ଏବଂ ସରଞ୍ଜାମ ଉତ୍ପାଦନ କ୍ଷେତ୍ରରେ ଉଭୟ ଦେଶ ଭିତରେ ସମ୍ପର୍କ ବୃଦ୍ଧି ପାଇବ। ବିଶ୍ୱ ଶକ୍ତି କ୍ଷେତ୍ରରେ ଉଭୟ ଦେଶର ଗୁରୁତ୍ୱ ବୃଦ୍ଧି ତଥା ଶକ୍ତି ସୁରକ୍ଷା କ୍ଷେତ୍ରରେ ଧ୍ୟାନ ଦେବାକୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। 

6. ଗାଡିମୋଟର, ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଏବଂ ଋଷ ପରସ୍ପରକୁ ନିଜ ନିଜ ଦେଶର କମ୍ପାନୀଙ୍କ ଲାଗି ଉନ୍ମୁକ୍ତ ରଖିବେ। 

7. ଉଭୟ ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ନବ ପିଢ଼ିକୁ  ମିଳିବ ଇଣ୍ଟର୍ନଶିପ୍‍ ସୁବିଧା। ଉଭୟ ଦେଶର କମ୍ପାନୀଙ୍କୁ ଅନ୍ୟ ଦେଶରେ କମ୍ପାନୀ ଖୋଲିବାକୁ ଆର୍ଥିକ ସହାୟତା ସହ ଡିଜିଟାଲ୍‍ ଅର୍ଥନୀତିକୁ ବୃଦ୍ଧି କରିବା ଲାଗି ସୁଯୋଗ। 

8. ଉଭୟ ଦେଶ ଭିତରେ ମାନବ ଜୀବନ ରକ୍ଷାକାରୀ ଔଷଧ ଆଦାନ ପ୍ରଦାନକୁ ଗୁରୁତ୍ୱ ଋଷ ଭାରତକୁ ଏ କ୍ଷେତ୍ରରେ ଟେକ୍ନୋଲୋଜି ହସ୍ତାନ୍ତର କରିବ। ଏହାସହ ଭାରତର ପ୍ରତିଷ୍ଠିତ ମେଡିକାଲ କଲେଜ ପାଇଁ ଋଷରେ ଶାଖା ଖୋଲିବାକୁ ମିଳିବ ପ୍ରୋତ୍ସାହନ। 

9. ଶିକ୍ଷା, ବିଜ୍ଞାନ, ଟେକ୍ନୋଲୋଜି, ସଂସ୍କୃତି, ପର୍ଯ୍ୟଟନ, କ୍ରୀଡ଼ା, ସ୍ୱାସ୍ଥ୍ୟ ଏବଂ ଅନ୍ୟ କ୍ଷେତ୍ରରେ ମାନବିକ ସହଯୋଗ ବୃଦ୍ଧି ତଥା ପରସ୍ପର ଭିତରେ ଭାବର ଆଦାନ ପ୍ରଦାନଗୁ ଗୁରୁତ୍ୱ ଦେବାକୁ ଦୁଇ ଦେଶ ଭିତରେ ହୋଇଛି ବୁଝାମଣା।